ହାତୀ ଆକ୍ରମଣରେ ଚାଷୀଙ୍କ ମୃତ୍ୟୁ, ସ୍ଥାନୀୟ ଅଞ୍ଚଳରେ ଉତ୍ତେଜନା

Published By : Prameya-News7 Bureau | December 29, 2020 IST

ଢ଼େଙ୍କାନାଳ୨୯/୧୨: ପୁଣି ହାତୀ ଆକ୍ରମଣରେ ଚାଷୀ ମୃତ। ଢେଙ୍କାନାଳ ଜିଲ୍ଲା ପରଜଙ୍ଗ ପାଣିଗେଙ୍ଗୁଟିଆରେ ଏଭଳି ଅଭାବନୀୟ ଘଟଣା ଘଟିଛି। କେବଳ ଏହି ଗୋଟିଏ ଘଟଣା ନୁହେଁ, ଏହି ଅଞ୍ଚଳରେ ଏଭଳି ଘଟଣା ବାରମ୍ବାର ଘଟୁଛି। ପରଜଙ୍ଗ ଅଞ୍ଚଳରେ ବାରମ୍ବାର ହାତୀ ଆକ୍ରମଣ ଯୋଗୁଁ ଚାଷୀମାନଙ୍କର ମୃତ୍ୟୁ ଘଟୁଥିବାରୁ ଉତ୍ତେଜନା ଦେଖାଯାଇଛି।

ମହାବିରୋଡ ରେଞ୍ଜ ପାଣିଗେଙ୍ଗୁଟିଆ ଗାଁରେ ହାତୀ ଆକ୍ରମଣରେ ପୁଣି ଜଣେ ଚାଷୀଙ୍କ ମୃତ୍ୟୁ ହୋଇଛି। ମୃତ ଚାଷୀ ଜଣକ ହେଲେ ପରଜଙ୍ଗ ଥାନା ପାଣିଗେଙ୍ଗୁଟିଆ ଗାଁର ଫକୀର ଭୋଇ। ସୂଚନା ମୁତାବକ ଫକୀର ସକାଳୁ ପାଣିଗେଙ୍ଗୁଟିଆ ଗ୍ରାମ ନିକଟସ୍ଥ ଅସନନାଳୀ ଅଞ୍ଚଳର ଚାଷ ଜମିକୁ ନଡ଼ା ବାନ୍ଧି ଯାଇଥିଲେ । ତେବେ ବିଲରେ ନଡ଼ା ବନ୍ଧୁଥିବାବେଳେ ସେ ହାତୀ ଆକ୍ରମଣର ଶିକାର ହୋଇଥିଲେ। ହାତୀଟି ତାଙ୍କୁ ପାଦରେ ଦଳି ଦେଇଥିଲା। ଫଳରେ ଘଟଣା ସ୍ଥଳରେ ହିଁ ତାଙ୍କର ମୃତ୍ୟୁ ଘଟିଛି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.