ChampionMaganna_WebBanner_728X90
ChampionMaganna_WebBanner_728X90
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଭୁବନେଶ୍ୱର : ରାଜ୍ୟରେ ମହିଳା ଉଦ୍ୟୋଗୀଙ୍କ ପାଇଁ ହେବ ଶିଳ୍ପ ପାର୍କ, ମେକ୍‌ ଇନ୍‌ ଓଡିଶା କନ୍‌କ୍ଲେଭ୍‌ରେ ମୁଖ୍ୟମନ୍ତ୍ରୀଙ୍କ ଘୋଷଣା
  • ||
  • ଭୁବନେଶ୍ୱର: ଇଡିରେ ହାଜର ହେଲେ ଶିବ ପ୍ରସାଦ, ଅର୍ଚ୍ଚନାଙ୍କ ସହ ଟଙ୍କା କାରବାର ନେଇ ଦ୍ୱିତୀୟ ଥର ହାଜିରା
  • ||
  • କୋଣାର୍କ: ଦର୍ଶକଙ୍କ ମନ ମୋହୁଛି ମହୋତ୍ସବ, ଦ୍ୱିତୀୟ ସଂଧ୍ୟାରେ ଦର୍ଶକଙ୍କୁ ଆକର୍ଷିତ କଲା ମଣିପୁରୀ ନୃତ୍ୟ
  • ||
  • ଉମରକୋଟ : ଗଛକୁ ପିଟିଲା କାର୍‌ , ତିନି ମୃତ, ଦୁଇ ଗୁରୁତର
  • ||

ମହିଳାଙ୍କୁ ଆକ୍ରମଣ କରି ମାରିଦେଲେ ହାତୀପଲ, ଶରୀରରୁ ଅଲଗା କରିଦେଲେ ହାତ

18/12/2021 at 8:38 AM

ମୋରଡା ୧୮/୧୨: ହାତୀ ଆକ୍ରମଣରେ ମହିଳାଙ୍କ ମୃତ୍ୟୁ । ପଡ଼ୋଶୀ ପଶ୍ଚିମବଙ୍ଗ ହୋଇ ରାସଗୋବିନ୍ଦପୁର ରେଞ୍ଜକୁ ଶୁକ୍ରବାର ପ୍ରବେଶ କରିଛନ୍ତି ୫୦ ଝାଡ଼ଖଣ୍ଡୀ ହାତୀ ପଲ । ହାତୀପଲ ଅଶନବଣୀ ଜଙ୍ଗଲରେ ପ୍ରବେଶ କରିବା ସହ ଜଣେ ମହିଳାଙ୍କୁ ଆକ୍ରମଣ କରି ମାରି ଦେଇଛନ୍ତି ।

ସୂଚନାନୁସାରେ, ଶୁକ୍ରବାର ରାତିରେ ମୋରଡା ବ୍ଲକର ଖଡିକାଶୋଳଠାରେ ଭୋଇରୋଙ୍ଗିଶୋଳ ଗ୍ରାମର ସର୍ବେଶ୍ୱର ଦେହୁରୀଙ୍କ ସ୍ତ୍ରୀ ସମିତ୍ର ଦେହୁରୀଙ୍କୁ ହାତୀ ଆକ୍ରମଣ କରି ମାରିଦେଇଛନ୍ତି । ଆକ୍ରମଣରେ ତାଙ୍କ ଶରୀରରୁ ହାତ ଅଲଗା ହୋଇଥିବା ଦେଖିବାକୁ ମିଳିଛି । ଗ୍ରାମ ଠାରୁ ମାତ୍ର ୨୦୦ ମିଟର ଦୂରରେ ଏକ ଫାଙ୍କା ସ୍ଥାନରେ ସାବିତ୍ରୀଙ୍କ ମୃତଦେହ ସକାଳୁ ସମସ୍ତେ ଦେଖିବାକୁ ପାଇ ବନବିଭାଗକୁ ଖବର ଦେଇଥିଲେ । ତେବେ ଅନୁମାନ କରାଯାଉଛି ଯେ ସନ୍ଧ୍ୟା ସମୟରେ ବିଲ ଦେଖିବାକୁ ଆସି ସେ ହାତୀ ପଲଙ୍କ ହାବୁଡ଼ରେ ପଡିଯାଇଥିଲେ ।

ଖବର ପାଇ ରାସଗୋବିନ୍ଦପୁର ରେଞ୍ଜର ଘନଶ୍ୟାମ ମଲ୍ଲିକ ଘଟଣାସ୍ଥଳରେ ପହଞ୍ଚି ମୃତଦେହ ଜବତ କରିବା ସହ ବ୍ୟବଚ୍ଛେଦ ପାଇଁ ପଠାଇଛନ୍ତି । ଏବେ ହାତୀପଲ ମୋରଡା ଓ ରାସଗୋବିନ୍ଦପୁର ଅଞ୍ଚଳରେ ଥିବାରୁ ଲୋକମାନେ ଭୟଭୀତ ଅବସ୍ଥାରେ ଅଛନ୍ତି । ଅପରପକ୍ଷରେ ଧାନ ଅମଳ ଏପର୍ଯ୍ୟନ୍ତ ସମ୍ପୂର୍ଣ୍ଣ ରୂପେ ସରିନଥିବାରୁ ଚାଷୀପଲ ଆତଙ୍କିତ ଅବସ୍ଥାରେ ଅଛନ୍ତି ।

   Related Posts