ହାଥରସ୍ ମାମଲାର ତଦନ୍ତ କରିବ ସିବିଆଇ, ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ଦେଲେ ନିର୍ଦ୍ଦେଶ
3/10/2020 at 8:52 PM

ଲକ୍ଷ୍ନୌ, ୦୩ ।୧୦: ହାଥରସ୍ ମାମଲାରେ ଦନ୍ତ କରିବ ସିବିଆଇ । ଏନେଇ ଉତ୍ତର ପ୍ରଦେଶ ମୁଖ୍ୟମନ୍ତ୍ରୀ ନିର୍ଦ୍ଦେଶ ଦେଇଛନ୍ତି ।
ହାଥରସ୍ ଗଣଦୁଷ୍କର୍ମ ଓ ହତ୍ୟା ମାମାଲରେ କଂଗ୍ରେସ ସାଂସଦ ରାହୁଲ ଗାନ୍ଧୀ ଓ ଭଉଣୀ ପ୍ରିୟଙ୍କା ଭଦ୍ରା ଉତ୍ତରପ୍ରଦେଶର ହାଥରସରେ ପହଁଚିଛନ୍ତି । ଏହାସହ ସେ ଦୁଷ୍କର୍ମ ପୀଡିତାଙ୍କ ପରିବାର ସହ ଆଲୋଚନା କରିଛନ୍ତି । ଏପରିକି ରାହୁଲ ପୀଡିତାଙ୍କ ମାଆଙ୍କୁ ଆଲିଙ୍ଗନ କରିଛନ୍ତି । ଏହାସହ ସାନ୍ତ୍ୱନା ମଧ୍ୟ ଦେଇଛନ୍ତି ।
Chief Minister Yogi Adityanath orders Central Bureau of Investigation (CBI) probe into the #Hathras case: Chief Minister’s Office (CMO) (File pic) pic.twitter.com/VVvf2M6hRc
— ANI UP (@ANINewsUP) October 3, 2020
ବହୁ ବାଦ ବିବାଦ ଓ ବିରୋଧ ପରେ ରାହୁଲ ଗାନ୍ଧୀ ଓ ପ୍ରିୟଙ୍କାଙ୍କୁ ଉତ୍ତର ପ୍ରଦେଶ ସରକାର ହାଥରସ ଯିବାକୁ ଅନୁମତି ଦେଇଥିଲେ। ରାହୁଲ-ପ୍ରିୟଙ୍କାଙ୍କ ସମେତ ଆଉ ୫ ଜଣଙ୍କୁ ହାଥରସ ଯିବାକୁ ଅନୁମତି ମିଳିଥିଲା। ଅନୁମତି ସହ ସାମାଜିକ ଦୂରତା ନିୟମ ପାଳନ କରିବାକୁ କୁହାଯାଇଥିଲା।
ରାହୁଲ ଗାନ୍ଧୀ ଓ ପ୍ରିୟଙ୍କା ଗାନ୍ଧୀଙ୍କ ସହିତ କଂଗ୍ରେସ ମହାସଚିବ କେସି ବେଣୁଗୋପାଳ, ଲୋକସଭା କଂଗ୍ରେସ ନେତା ଅଧୀର ରଞ୍ଜନ ଚୌଧୁରୀଙ୍କୁ ହାଥରସ ଯିବାକୁ ଅନୁମତି ଦିଆଯାଇଥିଲା । ଏହି ନେତାମାନେ ହାଥରସ ଯାଇ ପୀଡିତାଙ୍କ ପରିବାର ସହ ଆଲୋଚନା କରିଛନ୍ତି ।