suno sunao
Aao Nxt
suno sunao
AAo728x90 (1)
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online, odisha news,khabar odisha,news in oriya

ହାଥରସ ଗଣଦୁଷ୍କର୍ମ ମାମଲା: ବିନା ରୀତିନୀତିରେ ରାତିଅଧରେ ପୀଡିତାଙ୍କ ଅନ୍ତିମ ସଂସ୍କାର କଲା ପୋଲିସ, ଶେଷଥର ପାଇଁ ଝିଅକୁ ଦେଖିବାକୁ ଗୁହାରି କରିଥିଲେ ପରିଜନ

30/09/2020 at 12:33 PM

ହାଥରସ ୩୦/୦୯ : ଉତ୍ତର ପ୍ରଦେଶ ହାଥରସ ଅନ୍ତର୍ଗତ ଚନ୍ଦପା ଅଞ୍ଚଳରେ ବୁଲଗାଡୀରେ ଗଣଦୁଷ୍କର୍ମ ପୀଡିତାଙ୍କ ମୃତ୍ୟୁ ପରେ ତାଙ୍କ ଅନ୍ତିମ ସଂସ୍କାରକୁ ନେଇ ପୋଲିସ ଓ ଜିଲ୍ଲା ପ୍ରଶାସନ ନାନା ଆରୋପ ଘେରରେ ରହିଛନ୍ତି । ପୋଲିସ ପୀଡିତାଙ୍କ ଶବ ପରିଜନକୁ ଦେଇନଥିବା ଅଭିଯୋଗ ହୋଇଛି । ପୀଡିତାଙ୍କ ପରିବାର ତାଙ୍କ ଶବକୁ ନିଜ ଘରକୁ ଆଣି ଶେଷଥର ପାଇଁ ତାଙ୍କୁ ଟିକେ ଦେଖିବାକୁ ଚାହିଁଥିଲେ । ରାତିରେ ପୀଡିତାଙ୍କ ଅନ୍ତିମ ସଂସ୍କାର ନ କରିବାକୁ ମଧ୍ୟ ପରିବାର ଲୋକେ କହିଥିଲେ । କିନ୍ତୁ ପୋଲିସ ଓ ଜିଲ୍ଲା ପ୍ରଶାସନ ଫୋର୍ସ ବଳରେ ରାତି ଅଧରେ ବିନା ରୀତିନୀତିରେ ଅନ୍ତିମ ସଂସ୍କାର କରିଥିଲେ ।

ଇତି ମଧ୍ୟରେ କଂଗ୍ରେସଠୁ ଆରମ୍ଭ କରି ତମାମ ବିରୋଧୀ ଦଳ ପରିବାର ଠାରୁ ଅନ୍ତିମ ସଂସ୍କାର ଅଧିକାର ଛଡେଇ ନେଇଥିବାରୁ ସରକାରଙ୍କୁ ଟାର୍ଗେଟ କରିଛନ୍ତି । ଏକ ଭିଡିଓ ମଧ୍ୟ ସାମ୍ନାକୁ ଆସିଛି । ଭିଡିଓରେ ଜଣେ ପୋଲିସ ବାବୁ ପୀଡିତାଙ୍କ ପରିବାର ଓ ଗ୍ରାମବାସୀଙ୍କୁ ବୁଝାଉଥିବା ଦେଖିବାକୁ ମିଳିଛି ।

ପୋଲିସ ବାବୁ ଜଣକ କହୁଛନ୍ତି ଯେ ରୀତିନୀତି ସମୟ ସହ ବଦଳିଥାଏ । ଏହା ଅସାଧାରଣ ପରିସ୍ଥିତି । ଯେଉଁଠି ଲେଖା ହୋଇଛି ଯେ ରାତିରେ ଅନ୍ତିମ ସଂସ୍କାର ହୁଏନାହିଁ । କିଛି ଭୁଲ ଆପଣମାନଙ୍କ ଦ୍ୱାରା ମଧ୍ୟ ହୋଇଛି ବୋଲି ସ୍ୱୀକାର କରନ୍ତୁ ବୋଲି ପୋଲିସ ବାବୁ କହୁଥିବା ଭିଡିଓରେ ସ୍ପଷ୍ଟ ଶୁଣିବାକୁ ମିଳିଛି ।

ପରିବାର ଲୋକେ ରାତିରେ ଅନ୍ତିମ ସଂସ୍କାର କରାଇବାକୁ ଚାହୁଁନଥିଲେ । କିନ୍ତୁ ପୋଲିସ ତୁରନ୍ତ ଅନ୍ତିମ ସଂସ୍କାର କରିବାକୁ ଚାହୁଁଥିଲା । ସେଥିପାଇଁ ରାତି ପ୍ରାୟ ସାଢେ ୨ଟା ସମୟରେ ବିନା ରୀତିନୀତିରେ ଏବଂ ପରିବାର ସଦସ୍ୟଙ୍କ ଅନୁପସ୍ଥିତିରେ ଅନ୍ତିମ ସଂସ୍କାର କରିଥିଲା । ଏପରିକି ପୋଲିସ ଓ ପିଏସି ଯବାନ ଘେରାବନ୍ଦୀ କରି ଗଣମାଧ୍ୟମକୁ ମଧ୍ୟ ମାମଲାର କଭରେଜ କରିବାକୁ ରୋକିଥିଲେ ।

ସୋସିଆଲ ମିଡ଼ିଆରେ ସେୟାର ହୋଇଥିବା ଏକ ଭିଡିଓରେ ଜଣେ ପୋଲିସ ଅଫିସର ପୀଡିତାଙ୍କ ପରିବାରକୁ କହୁଛନ୍ତି ଯେ ଶବ ଏତେ ସମୟ ରଖିବା ଠିକ ନୁହେଁ । ଏକ ଭିଡିଓରେ ପୀଡିତାଙ୍କ ମା ପୋଲିସକୁ ଗୁହାରି କରିଛନ୍ତି ଯେ ତାଙ୍କ ଝିଅକୁ ଶେଷଥର ପାଇଁ ଘରକୁ ନେବାକୁ ଅନୁମତି ଦିଆଯାଉ । ଏତେ ଶୀଘ୍ର ଅନ୍ତିମ ସଂସ୍କାର କରିବା କଣ ଦରକାର ବୋଲି ସେ କହିଥିଲେ । ଜବାବରେ ପୋଲିସ ବାବୁ କହିଥିଲେ, ‘ମୁଁ ରାଜସ୍ଥାନୀ, ଆମ ସମ୍ପ୍ରଦାୟରେ ଶବ ଅଧିକ ସମୟ ରଖାଯାଏ ନାହିଁ ।’ 

   Related Posts