suno sunao
Aao Nxt
suno sunao
AAo728x90 (1)
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online, odisha news,khabar odisha,news in oriya

ପ୍ରମୁଖ ଖବର
  • ବେଙ୍ଗଲ ଦଙ୍ଗା ଉପରେ ଫିଲ୍ମ କରିବ ବିଜେପି, ସ୍ବାଧୀନତା ସମୟରେ କଲିକତା ସ୍ଥିତିର ମିଳିବ ଝଲକ
  • ||
  • ଶେଷ ପର୍ଯ୍ୟନ୍ତ ଲଢ଼ି ଅଷ୍ଟ୍ରେଲିଆ ‘ଏ’ କୁ ୨-୧ରେ ହରାଇଲା ଭାରତୀୟ ମହିଳା ହକି ଦଳ
  • ||
  • କୁସ୍ତି ଯୋଦ୍ଧାଙ୍କ ସମର୍ଥନରେ ବାହାରିଲେ ରାମଦେବ, କହିଲେ ମା’ଭଉଣୀଙ୍କ ବିଷୟରେ ବେକାର କଥା କହୁଥିବା ବ୍ରିଜ ଭୂଷଣଙ୍କୁ ଗିରଫ କର
  • ||
  • ଦିଲ୍ଲୀ ୟୁନିଭର୍ସିଟି ସିଲାବସରୁ ହଟିଲା ‘ସାରେ ଜାହାଁ ସେ ଆଚ୍ଛା’ର ଲେଖକ ମହମ୍ମଦ ଇକ୍‌ବାଲଙ୍କ ବିଷୟ
  • ||
  • ଏବେ ଉତ୍ତରାଖଣ୍ଡ ସଂଲଗ୍ନ LACରେ ଦ୍ରୁତ ଗତିରେ ଗାଁ ଗଢି ଚାଲିଛି ଚୀନ, ସୈନ୍ୟ ଶିବିର ବି ନିର୍ମାଣ କରୁଛି
  • ||
  • ହାଇଦ୍ରାବାଦ: କେନ୍ଦ୍ରର ଅଧ୍ୟାଦେଶ ବିରୋଧରେ ସମର୍ଥନ ପାଇଁ ତେଲେଙ୍ଗାନା ମୁଖ୍ୟମନ୍ତ୍ରୀଙ୍କୁ ଭେଟିଲେ କେଜରିଓ୍ଵାଲ
  • ||
  • ନୂଆଦିଲ୍ଲୀ: ଜବାହରଲାଲ ନେହେରୁଙ୍କ ପୁଣ୍ୟତିଥିରେ ଶ୍ରଦ୍ଧାଞ୍ଜଳୀ ଅର୍ପଣ କଲେ ପ୍ରଧାନମନ୍ତ୍ରୀ ମୋଦୀ ଏବଂ ରାହୁଲ ଗାନ୍ଧୀ
  • ||
  • IPL 2023: ମୁମ୍ବାଇକୁ ହରାଇ ଲଗାତାର ୨ୟ ଥର ଫାଇନାଲ୍‌ରେ ଗୁଜରାଟ ଟାଇଟନ୍ସ, ରବିବାର ଚେନ୍ନାଇ ସହ ଟାଇଟଲ୍ ମୁକାବିଲା
  • ||
  • ବିଜେପି ସରକାରର ୯ ବର୍ଷ ପୂର୍ତ୍ତି ଅବସରରେ ପ୍ରଧାନମନ୍ତ୍ରୀଙ୍କୁ ୯ଟି ପ୍ରଶ୍ନ କଲା କଂଗ୍ରେସ
  • ||
  • ଟିଏମ୍‌ସି ସାଂସଦ ଅଭିଷେକ ବାନାର୍ଜୀଙ୍କ କାର୍କେଡ୍‌ ଉପରେ ଆକ୍ରମଣ, ଇଟା ଫିଙ୍ଗି ଭାଙ୍ଗିଲେ ମନ୍ତ୍ରୀଙ୍କ କାର୍ କାଚ
  • ||

ହାଥରସ୍ କେସ୍: କୁଆଡେ ଗଲା ଯୋଗୀଙ୍କ ଆଇନ୍ ଶୃଙ୍ଖଳା, ନ୍ୟାୟ ଦେବା ଜାଗାରେ ଧମକ ଦେଉଛନ୍ତି ଜିଲ୍ଲାପାଳ, କହିଲେ- ମିଡିଆ ତ କିଛି ଦିନ ପରେ ଚାଲିଯିବ…

1/10/2020 at 8:16 PM

ହାଥରସ ୦୧।୧୦: ଆଇନ ଶୃଙ୍ଖଳା ବ୍ୟବସ୍ଥାକୁ ନେଇ ବଡ ବଡ ଡିଣ୍ଡିମ ପିଟୁଥିବା ଯୋଗୀ ସରକାରଙ୍କ ପୋଲ୍ ଖୋଲି ଦେଇଛି ହାଥରସ୍ ଘଟଣା। ଯୋଗୀ ସରକାର ଅମଳରେ ବି ପୋଲିସ ବିଭାଗଠୁ ନେଇ ପ୍ରଶାସନ ନିଜର ଅପରାଗତା ଲୁଚାଇବା ପାଇଁ କେଉଁ ସ୍ତରକୁ ଯାଇ ପାରନ୍ତି ତାହା ହାଥରସ୍‌ ଘଟଣାରୁ ଏହା ଜଳ ଜଳ ହୋଇ ଦେଖିବାକୁ ମିଳିଛି। ନିଜ ପଦ ପଦବୀ ଏବଂ ବର୍ଦିକୁ ଯେଉଁ ନ୍ୟାୟ ପାଇଁ ସଦୁପଯୋଗ କରିଥିବା ସେହି ସ୍ଥାନରେ ବଡ ବଡିଆ ହାକିମ ଓଲଟା ପୀଡିତା ପରିବାର ଲୋକଙ୍କୁ ଧମକ ଚକମ ଦେଉଥିବା ସଙ୍ଗୀନ ଅଭିଯୋଗ ଆସିଛି।

ହାଥରସ୍ ଘଟଣାରେ ପୀଡିତାଙ୍କ ପରିଜନଙ୍କୁ ନ୍ୟାୟ ଦେଇ ପାରୁନଥିବା ପ୍ରଶାସନ ଏବେ ନିଜର ଦୁର୍ବଳତା ଲୁଚାଇବା ପାଇଁ କେତେ ନିମ୍ନସ୍ତରକୁ ଖସି ଯାଇ ପାରନ୍ତି ଘଟଣାରେ ଦେଖିବାକୁ ମିଳିଛି। ତଦନ୍ତରେ ପୋଲିସ ବିଭାଗର କାର୍ଯ୍ୟଶୈଳୀ ଉପରେ ପ୍ରଶ୍ନବାଚୀ ସୃଷ୍ଟି କରିଥିବା ବେଳେ ବର୍ତ୍ତମାନ ହାଥରସ୍ ଜିଲ୍ଲାପାଳ ପ୍ରବୀଣ କୁମାରଙ୍କ ଉପରେ ପୀଡିତାଙ୍କ ପରିବାର ଗମ୍ଭୀର  ଆରୋପ ଲଗାଇଛନ୍ତି। ଜିଲ୍ଲାପାଳ ସେମାନଙ୍କୁ ଧମକ ଦେଉଥିବା ପରିବାର ଲୋକ ଅଭିଯୋଗ କରିଛନ୍ତି। ଏହାକୁ ନେଇ ଏକ ଭିଡିଓ ମଧ୍ୟ ସାମ୍ନାକୁ ଆସିଛି। ଭିଡିଓରେ ଜିଲ୍ଲାପାଳ ଧମକ ଦେଉଥିବା ଦେଖିବାକୁ ମିଳିଛି। ହାଥରସ୍ ଜିଲ୍ଲାପାଳ କହୁଛନ୍ତି ମିଡିଆ ଲୋକ ତ ଚାଲିଯିବେ, କିନ୍ତୁ ପ୍ରଶାସନ ଏଠାରେ ହିଁ ରହିବ। ପୀଡିତାଙ୍କ ପରିଜନ କହିଛନ୍ତି ସେମାନଙ୍କୁ ପ୍ରଶାସନ ପକ୍ଷରୁ ଧମକ ଦିଆଯାଉଛି। କେସ୍‌ ରଫା ଦଫା କରିବାକୁ ଚାପ ପକାଯାଉଛି।

ଭିଡିଓରେ ହାଥରସ ଜିଲ୍ଲାପାଳ ପ୍ରବୀଣ କୁମାର ପୀଡିତାଙ୍କ ପରିବାର ଲୋକଙ୍କୁ କହୁଛନ୍ତି ଯେ, ଆପଣ ନିଜର ବିଶ୍ଵସନୀୟତା ଶେଷ  କରନ୍ତୁ ନାହିଁ। ମିଡିଆର ଅଧା ଲୋକ ଚାଲିଗଲେଣି, କାଲି ସକାଳେ ଅଧା ଚାଲିଯିବେ, ଯେଉଁ ଦୁଇ ଚାରି ଜଣ ରହିବେ ସେମାନେ ମଧ୍ୟ ସନ୍ଧ୍ୟାକୁ ଚାଲିଯିବେ। କିନ୍ତୁ ପ୍ରଶାସନ ଏଠାରେ  ହିଁ ରହିବ। ଆମେ ଆପଣଙ୍କ ସହିତ ଅଛୁ। ଏବେ ଆପଣଙ୍କ ଇଚ୍ଛା ଆପଣଙ୍କୁ ବୟାନ ବଦଳାଇବାର ଅଛି କି ନାହିଁ।

ପୀଡିତାଙ୍କ ଭାଉଜ କହିଛନ୍ତି, ଆମକୁ କୁହାଯାଉଛି ଯେ ଯଦି ତୁମ ଝିଅ କରୋନାରେ ମରିଥାନ୍ତା ତେବେ ତୁମକୁ କ୍ଷତିପୂରଣ ମିଳିଥାନ୍ତା। ଆମକୁ ଧମକ  ଦିଆଯାଉଛି। ବାପାଙ୍କୁ ଧମକାଉଛନ୍ତି। ସେହି ସମୟରେ ଅବସ୍ଥା ଏମିତି ଥିଲା, ଆମ ମନରେ ଯାହା ଆସୁଥିଲା ତାହା ଆମେ କହୁଥିଲୁ। କିନ୍ତୁ ଏବେ ପ୍ରଶାସନ ଆମକୁ ଏଠାରେ ରହିବାକୁ ଦେବ ନାହିଁ।

ଉଲ୍ଲେଖଯୋଗ୍ୟ, ଯୋଗୀ ସରକାରଙ୍କ ଏହି ପୋଲିସ ହାଥରସ୍ ପୀଡିତାଙ୍କ ମୃତ ଶରୀର ପରିବାର ଲୋକଙ୍କୁ ନଦେଇ ବଳପୂର୍ବକ ଅଧ ରାତିରେ ଦାହ ସଂସ୍କାର କରି ଦେଇଥିଲେ। ପରିଜନଙ୍କ ଆକୁଳ ନିବେଦନ ମଧ୍ୟ ଶୁଣିନଥିଲେ। ପରିବାର ଲୋକଙ୍କ ଗୋଟିଏ ବିନତୀ, ତାଙ୍କ ଝିଅଙ୍କ ମୃତ ଶରୀର ସେମାନଙ୍କୁ ଦିଆଯାଉ। ସେମାନେ ସକାଳେ ରୀତିନୀତି ଅନୁଯାୟୀ ଝିଅର ଅନ୍ତିମ ସଂସ୍କାର କରିବେ। କିନ୍ତୁ ପ୍ରଶାସନ କାନରେ ପୀଡିତାଙ୍କ ପରିଜନଙ୍କ ଏହି ନିବେଶନ ଶୁଭିନଥିଲା।

   Related Posts