କଂଗ୍ରେସର ନିଆରା କାର୍ଯ୍ୟକ୍ରମ, ହାତକୁ ହାତ ଯୋଡରେ ସାମିଲ ହେଲେ କର୍ମକର୍ତ୍ତା
27/01/2023 at 10:12 AM

ଭୋଗରାଇ ୨୭/୦୧: କଂଗ୍ରେସର ନିଆରା କାର୍ଯ୍ୟକ୍ରମ ହାତକୁ ହାତ ଯୋଡ । ଅଖିଳ ଭାରତ କଂଗ୍ରେସ କମିଟି ନିର୍ଦ୍ଦେଶ ଓ ଓଡିଶା ପ୍ରଦେଶ କଂଗ୍ରେସ କମିଟିର ଆହ୍ୱାନ କ୍ରମେ ଏହି ନିଆରା କାର୍ଯ୍ୟକ୍ରମ କରାଯାଇଛି ।
ବାଲେଶ୍ୱର ଜିଲ୍ଲା ଭୋଗରାଇ ନିର୍ବାଚନ ମଣ୍ଡଳୀର ୧ ନମ୍ବର ବୁଥ ଅନ୍ତୁରାଇ ଗ୍ରାମରୁ ହାତକୁ ହାତ ଯୋଡ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମରେ ଭୋଗରାଇ ନେତା ସତ୍ୟସିବ ଦାସ, ବାଲିମ ପଂଚାୟତର କଂଗ୍ରେସ ସଭାପତି ତପନ ପାତ୍ର, ସରପଞ୍ଚ ଦୀପକ କୁମାର ଜେନା, ଜିଲ୍ଲା ପରିଷଦ ସନ୍ତୋଷ କୁମାର ଜେନା ସମେତ ବହୁ କଂଗ୍ରେସ କର୍ମୀ ହାତକୁ ହାତ ଯୋଡ କାର୍ଯ୍ୟକ୍ରମରେ ଯୋଗ ଦେଇଥିଲେ ।
Related Posts
କାଲିମେଳାରେ ମର୍ମନ୍ତୁଦ ଦୁର୍ଘଟଣା, କାର-ବାଇକ ଧକ୍କା, ୨ ମୃତ
26 March 2023