ନୂଆଦିଲ୍ଲୀ ୧୦/୦୮: ଭାରତର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ଅଶେଷ ଅଶେଷ ଧନ୍ୟବାଦ । ମୋ ମାଆର ଜୀବନ ବଞ୍ଚାଇଥିବାରୁ, ତାଙ୍କୁ ନୂଆ ଜୀବନ ଦେଇଥିବାରୁ ମୁଁ ଚିର ଏମିତି କହିଛନ୍ତି ବାଂଲାଦେଶର ପୂର୍ବତନ ପ୍ରଧାନମନ୍ତ୍ରୀ ଶେଖ ହସିନାଙ୍କ ପୁଅ ସାଜିବ ୱାଜେଦ୍ ଜୟ । ଆମେରିକାରୁ ଭିଡିଓ ବାର୍ତ୍ତା ଜାରି କରି ଏପରି କହିଛନ୍ତି ଜୟ । ଭିଡିଓରେ ପ୍ରଧାନମନ୍ତ୍ରୀ ମୋଦୀଙ୍କୁ ପ୍ରଶଂସା କରୁଥିବା ଦେଖିବାକୁ ମିଳିଛି।
ଭିଡିଓ ବାର୍ତ୍ତାରେ ଶେଖ ହସିନାଙ୍କ ପୁଅ ସାଜିବ ୱାଜିଦ୍ ଜୟ କହିଛନ୍ତି ଯେ ମୋର ମା (ଶେଖ ହସିନା)ଙ୍କ ଜୀବନ ରକ୍ଷା କରିବା ପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ସରକାରଙ୍କ ତୁରନ୍ତ ପଦକ୍ଷେପ ପାଇଁ ମୋର ବ୍ୟକ୍ତିଗତ କୃତଜ୍ଞତା ଜଣାଉଛି । ମୁଁ ତାଙ୍କ ନିକଟରେ ସର୍ବଦା କୃତଜ୍ଞ ରହିବି । ସେ କହିଛନ୍ତି ମୋର ଦ୍ୱିତୀୟ ବାର୍ତ୍ତା ହେଉଛି ଭାରତ ବିଶ୍ୱରେ ଏକ ନେତୃତ୍ୱ ଭୂମିକା ଗ୍ରହଣ କରିବା ଉଚିତ ଏବଂ ଅନ୍ୟ ବିଦେଶୀ ଶକ୍ତିମାନଙ୍କୁ ପରିସ୍ଥିତିକୁ ନିୟନ୍ତ୍ରଣ କରିବାକୁ ଦିଅନ୍ତୁ ନାହିଁ । ଜୟ କହିଛନ୍ତି ଯେ ବାଂଲାଦେଶ ଭାରତର ପଡୋଶୀ ଦେଶ ।
#WATCH | Washington, DC: Former Bangladesh PM Sheikh Hasina's son, Sajeeb Wazed Joy says, "My message to the government of India, is my personal gratitude to Prime Minister Modi for his government's quick action in saving my mother's life. I am eternally grateful. My second… pic.twitter.com/luXYynELey
— ANI (@ANI) August 9, 2024
ଏହା ହେଉଛି ଭାରତର ପୂର୍ବ ଭାଗ । ଆମ ସରକାର ବାଂଲାଦେଶରେ ଶାନ୍ତି ବଜାୟ ରଖିଥିଲେ । ଏହା ଏକ ପ୍ରମାଣିତ ଟ୍ରାକ ରେକର୍ଡ ଯେ ବାଂଲାଦେଶରେ ଶେଖ ହସିନାଙ୍କ ସରକାର ଶାନ୍ତି ବଜାୟ ରଖିଛନ୍ତି ବୋଲି କେହି ଅସ୍ୱୀକାର କରିପାରିବେ ନାହିଁ । ଅର୍ଥନୈତିକ ବିକାଶ ବଜାୟ ରଖିଲା ଏବଂ ଦେଶରେ ବଢୁଥିବା ଉଗ୍ରବାଦକୁ ମଧ୍ୟ ବନ୍ଦ କଲା। ଆମେ ଏକମାତ୍ର ସରକାର ଯାହା ପ୍ରମାଣ କରିସାରିଛି ଯେ ଆମେ ଏହା କରିପାରିବା । ଅନ୍ୟ ସରକାର ଚେଷ୍ଟା କରିଛନ୍ତି । ସେମାନେ ବିଫଳ ହୋଇଛନ୍ତି ।
ଏଥିସହ ସାଜିବ ଭିସା ବାତିଲ ହେବା ନେଇ ଗଣମାଧ୍ୟମର ରିପୋର୍ଟକୁ ପ୍ରତ୍ୟାଖ୍ୟାନ କରି କହିଛନ୍ତି ଯେ ଆୱାମୀ ଲିଗ୍ ନେତାଙ୍କ ଭିସାକୁ କେହି ବାତିଲ କରିନାହାଁନ୍ତି କିମ୍ବା ସେ କୌଣସି ସ୍ଥାନରେ ରାଜନୈତିକ ଆଶ୍ରୟ ନେଇ ନାହାଁନ୍ତି । ଶେଖ ହସିନାଙ୍କ ପୁଅ କହିଛନ୍ତି ଯେ ତାଙ୍କ ଭିସାକୁ କେହି ବାତିଲ କରିନାହାଁନ୍ତି । ସେ କୌଣସି ସ୍ଥାନରେ ରାଜନୈତିକ ଆଶ୍ରୟ ପାଇଁ ଆବେଦନ କରିନାହାଁନ୍ତି। ଏସବୁ ଗୁଜବ । ତେବେ ଶେଖ ହସିନାଙ୍କ ଜୀବନ ରକ୍ଷା କରିଥିବାରୁ ସେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ କୃତଜ୍ଞତା ଜଣାଇଛନ୍ତି।