Hari omm 2
hari om films
AKK 2023
AKK2023
HARI-OMM_728X90_B
Showcase2022
hari om films
WEB_F-8
WEB_F-9
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ବିଶ୍ୱ ଅର୍ଥନୀତିରୁ ଆମେରିକୀୟ ଡଲାରର ଦାଦାଗିରି ଶେଷ ହେବା ସମୟ ଆସିଛି କି ?

21/01/2023 at 9:43 PM

ନୂଆଦିଲ୍ଲୀ: ଗତ ଏକ ବର୍ଷ ମଧ୍ୟରେ ସାରା ଦୁନିଆରେ ପ୍ରଚଳିତ ମୁଦ୍ରା ତୁଳନାରେ ଡଲାରର ଅଧିକ ମଜଭୁତ ସ୍ଥିତି ଅନ୍ୟ ଦେଶର ଆର୍ଥିକ ଚିନ୍ତାକୁ ବଢାଇଛି । ବିଶ୍ୱ ଅର୍ଥନୀତିରେ ଡଲାରର ସ୍ଥିତି ସବୁବେଳେ ମଜଭୁତ ରହିଛି । ୭୦ ଦଶନ୍ଧିରେ ସାରା ଦୁନିଆର କେନ୍ଦ୍ରୀୟ ବ୍ୟାଙ୍କ ଗୁଡିକର ବିଦେଶୀ ମୁଦ୍ରା ଭଣ୍ଡାରରେ ୮୦ ପ୍ରତିଶତ ଡଲାର ରହିଥିଲା । ତେବେ ବର୍ତ୍ତମାନ ଏହା ହ୍ରାସ ହୋଇସାରିଛି । କିନ୍ତୁ ଆଜି ମଧ୍ୟ ଦୁନିଆର ସବୁ କେନ୍ଦ୍ରୀୟ ବ୍ୟାଙ୍କରେ ଏହା ୬୦ ପ୍ରତିଶତରୁ ଅଧିକ ରହିଛି । ଅନ୍ୟପଟେ ୟୁରୋର ପରିମାଣ ମାତ୍ର ୨୦ ପ୍ରତିଶତ । ଏଠାରେ ଧ୍ୟାନ ରଖିବା ଦରକାର ଯେ ଡଲାରର ମଜଭୁତ ସ୍ଥିତିକୁ ନେଇ ଆପତ୍ତି ନାହିଁ, କିନ୍ତୁ ଆମେରିକାରେ ଯେଉଁ ପରି ମୁଦ୍ରାନୀତି ଆପଣା ଯାଉଛି, ତାହା ସାରା ଦୁନିଆର ଅର୍ଥନୀତି ପାଇଁ କୌଣସି ଖରାପ ଖବର ଠାରୁ କମ ନୁହେଁ ।

ଦୁନିଆର ଅର୍ଥନୀତି ବର୍ତ୍ତମାନ ଯେଉଁ ସ୍ଥିତି ଦେଇ ଗତି କରୁଛି ଏଥିପାଇଁ ଡଲାର ସମ୍ପୂର୍ଣ୍ଣ ରୂପେ ଦାୟୀ ନୁହେଁ । କିନ୍ତୁ ମୁଦ୍ରାର ଅନ୍ୟ ପାର୍ଶ୍ୱ ଏହା ମଧ୍ୟ ଯେ ଡଲାର ଏହି ସ୍ଥିତିକୁ ଅଧିକ ଖରାପ କରିବାରେ କୌଣସି ସୁଯୋଗ ଛାଡୁ ନାହିଁ ।

ଏହି କାରଣରୁ ଏବେ ପୁଣି ଥରେ ବିଶ୍ୱ ପରିପେକ୍ଷରେ ଡଲାରର ଭାଗିଦାରୀକୁ ଶେଷ କରିବା ପାଇଁ ଦାବି ଜୋର ହୋଇଛି । ଏହା ପ୍ରଥମ ଥର ନୁହେଁ ଯେତେବେଳେ ଅନ୍ୟ ମୁଦ୍ରା ଡଲାରର ସ୍ଥାନ ହେବା ପାଇଁ ପ୍ରୟାସ କରୁଛି । ତେବେ ଚଳିତ ଥର ଏହି ଉଦ୍ୟମ କୌଣସି ଗୋଟିଏ ଦେଶ କରୁ ନାହିଁ ବରଂ ଦୁନିଆର ଅନେକ ଦେଶ ମିଶି ଡଲାରର ବିକଳ୍ପ ବାହାର କରିବା ଏବଂ ଏହାର ଏକଛତ୍ରବାଦକୁ ଶେଷ କରିବା ପାଇଁ ପ୍ରୟାସ କରୁଛନ୍ତି ।

ଆର୍ଥିକ ମୋର୍ଚ୍ଚାରେ କାମ କରୁଥିବା କମ୍ପାନି କ୍ରେଡିଟ୍ ସ୍ୱିସ୍ ପକ୍ଷରୁ ଦ ଫ୍ୟୁଚର ଅଫ ଦ ମନିଟାରୀ ସିଷ୍ଟମ ନାମକ ରିପୋର୍ଟରେ ଡଲାରର ବିକଳ୍ପ ବ୍ୟବସ୍ଥା ବିକଶିତ କରିବା ପାଇଁ ଜୋର ଦେଇଛି । ତେବେ ଏହି ରିପୋର୍ଟରେ ସ୍ପଷ୍ଟ କରାଯାଇଛି ଯେ ବର୍ତ୍ତମାନ ସମୟରେ ଡଲାର ସ୍ଥାନ ନେବା ପାଇଁ କୌଣସି ମୁଦ୍ରା ନଜର ଆସୁ ନାହିଁ । ତେଣୁ ବର୍ତ୍ତମାନ ସମୟରେ ଗ୍ଲୋବାଲ କରେନ୍ସିର ଚିନ୍ତାଧାରା ମାତ୍ର ଏକ କାଳ୍ପନିକ ଅଟେ । ଏହାକୁ ସତ ପ୍ରମାଣିତ କରିବା ପାଇଁ ମଜଭୁତ ଭୌଗଳିକ ରାଜନୈତିକ ସହଯୋଗର ଆବଶ୍ୟକତା ରହିଛି ।

ଡଲାରର ପ୍ରଭୁତ୍ୱକୁ ଶେଷ କରିବା ପାଇଁ ଚୀନ ଏବଂ ରୁଷ ପୂର୍ବରୁ ପ୍ରୟାସ କରିସାରିଛନ୍ତି, କିନ୍ତୁ ବିଫଳ ହୋଇଥିଲେ । ବିଶେଷଜ୍ଞଙ୍କ ଅନୁସାରେ, ଡଲାର ଜରିଆରେ ଆମେରିକା ସାରା ବିଶ୍ୱର ଲଗାମ ନିଜ ହାତରେ ରଖିବାକୁ ଚାହୁଁଛି । ଏହି କାରଣରୁ ୟୁରୋ ଆସିବା ପରେ ମଧ୍ୟ ଏହାକୁ ଗୁରୁତ୍ୱ ମିଳି ନଥିଲା, ଯାହା ତାକୁ ମିଳିବା କଥା । ଆଜି ମଧ୍ୟ ଅନ୍ତରାଷ୍ଟ୍ରୀୟ ବ୍ୟବସାୟର ପ୍ରମୁଖ ମୁଦ୍ରା ଡଲାର ଏବଂ ଏହି କାରଣରୁ ଆମେରିକାର ନୀତି ନିର୍ଦ୍ଧାରକ ଯେତେବେଳେ ନିଜର ହିତ ପାଇଁ ନିଷ୍ପତ୍ତି ନିଅନ୍ତି, ଏଥିରେ ମଜଭୁତ ଡଲାର ସେମାନଙ୍କ ଏଜେଣ୍ଡା ରହିଥାଏ । ଏପରି ସ୍ଥିତିରେ ଅନ୍ୟ ସବୁ ମୁଦ୍ରା ଦୁର୍ବଳ ହୋଇଥାଏ, ଫଳରେ ସେମାନଙ୍କ ଅନ୍ତରାଷ୍ଟ୍ରୀୟ ବାଣିଜ୍ୟ ପ୍ରବାଭିତ ହୋଇଥାଏ ।

ଡଲାର ଅଧିକ ମଜଭୁତ ହେବା ଦ୍ୱାରା ବିକାଶଶୀଳ ଦେଶ ଅଧିକ ପ୍ରଭାବିତ ହୋଇଥାନ୍ତି । ଏହାର ସବୁଠୁ ଅଧିକ ପ୍ରଭାବ ଆମଦାନୀ ମହାଙ୍ଗା ହେବା । ଡଲାରର ମୂଲ୍ୟ ବୃଦ୍ଧି ଯୋଗୁଁ ଆମଦାନୀ ହେଉଥିବା ସାମଗ୍ରୀର ମୂଲ୍ୟ ମଧ୍ୟ ବୃଦ୍ଧି ପାଇବ, ଯେଉଁଥି ପାଇଁ ମୁଦ୍ରାସ୍ଫୀତି ଅର୍ଥାତ ଦରବୃଦ୍ଧି ବଢିଥାଏ । ଏହାଛଡା ଯେଉଁ ଦେଶ ଗୁଡିକୁ ନିଜ ଋଣ ଡଲାରରେ ପରିଶୋଧ କରିବାକୁ ପଡିଥାଏ, ସେମାନଙ୍କ ପାଇଁ ପୈଠ ରାଶି ଅଧିକ ହୋଇଥାଏ । ଫଳରେ ଏହି ଦେଶ ଗୁଡିକ ଉପରେ ଆର୍ଥିକ ଚାପ ବଢିଥାଏ ଏବଂ ଏମାନଙ୍କ ଖର୍ଚ୍ଚ କରିବା କ୍ଷମତା କମ ହୋଇଥାଏ । ଏହି ସବୁ କାରଣରୁ ଏବେ ଅନେକ ଦେଶ ମିଶି ଗ୍ଲୋବାଲ କରେନ୍ସି ବ୍ୟବସ୍ଥାକୁ ବିକଶତ କରିବାକୁ ଚାହୁଁଛନ୍ତି । ବର୍ତ୍ତମାନର ପରିସ୍ଥିତିକୁ ଦେଖିଲେ ଏହି ବ୍ୟବସ୍ଥା ଜରୁରୀ ବୋଲି କୁହାଯାଉଛି ।   

   Related Posts