କ'ଣ ଭାରତରେ ପହଞ୍ଚି ଯାଇଛି ୟୁକେରେ ଦେଖା ଦେଇଥିବା କରୋନାର ନୂତନ ରୂପ ? ଏମିତି ଉତ୍ତର ରଖିଲେ ସରକାର

Published By : Prameya-News7 Bureau | December 22, 2020 IST

ନୂଆଦିଲ୍ଲୀ ୨୨।୧୨: ବ୍ରିଟେନ୍‌ରେ କରୋନା ଭାଇରସ୍‌ର ନୂତନ ରୂପ ସାମ୍ନାକୁ ଆସିବା ପରେ ପୂରା ଦୁନିଆରେ ଆତଙ୍କ ଖେଳି ଯାଇଛି। ବିଶ୍ଵ ସ୍ଵାସ୍ଥ୍ୟ ସଂଗଠନ ପୂରା ସ୍ଥିତି ଉପରେ ନଜର ରଖିଛି। ଭାରତ ସରକାର ମଧ୍ୟ ଲଗାତାର  ବୈଠକ କରି ସତର୍କତାମୂଳକ ପଦକ୍ଷେପ ନେଉଛନ୍ତି। ନୀତି ଆୟୋଗ ସଦସ୍ୟ ଭିକେ ପଲ୍‌ ସ୍ପଷ୍ଟ କରିଛନ୍ତି ଯେ ବ୍ରିଟେନ୍‌ରେ ଦେଖାଯାଇଥିବା କରୋନାର ନୂତନ ରୂପ ଏ ପର୍ଯ୍ୟନ୍ତ ଭାରତରେ ଦେଖିବାକୁ ମିଳିନାହିଁ।

ସେ କହିଛନ୍ତି ବ୍ରିଟେନ୍‌ରେ ଦେଖା ଯାଇଥିବା କରୋନା ଭାଇରସ୍ ନୂତନ ରୂପ ଭାରତରେ ଏ ପର୍ଯ୍ୟନ୍ତ ସାମ୍ନାକୁ ଆସିନାହିଁ। ଚିନ୍ତା କରିବା ଏବଂ ଭୟଭୀତ ହେବାର କୌଣସି କାରଣ ନାହିଁ। କିନ୍ତୁ ଏବେ ଆମକୁ ସତର୍କ ରହିବାର ଆବଶ୍ୟକତା ରହିଛି। ଦେଶରେ ପ୍ରସ୍ତୁତି ଚାଲିଥିବା ବିଭିନ୍ନ ଭ୍ୟାକସିନ୍‌କୁ ନେଇ ପଲ୍ କହିଛନ୍ତି ଆମ ଦେଶରେ ବିକଶିତ ହେଉଥିବା ଟୀକାର କ୍ଷମତା  ଉପରେ କରୋନାର ନୂତନ ରୂପର କୌଣସି ପ୍ରତିକୂଳ ପ୍ରଭାବ ପଡିନାହିଁ।

wp:html /wp:html

କରୋନା ଭାଇରସ୍‌କୁ ନେଇ ହେଉଥିବା ସ୍ଵାସ୍ଥ୍ୟ ମନ୍ତ୍ରଣାଳୟର ଦୈନିକ ସାମ୍ବାଦିକ ସମ୍ମିଳନୀରେ ସ୍ଵାସ୍ଥ୍ୟ ମନ୍ତ୍ରଣାଳୟ କହିଛି ପ୍ରାୟ ସାଢେ ପାଞ୍ଚ ମାସ ପରେ ଦେଶରେ ସକ୍ରିୟ କେସ୍ ସଂଖ୍ୟା ତିନି ଲକ୍ଷରୁ କମ ରହିଛି। ମନ୍ତ୍ରଣାଳୟର ସଚିବ ରାଜେଶ ଭୂଷଣ କହିଛନ୍ତି, ଗତ ସାତ ମାସରେ ହାରାହାରି ଦୈନିକ ମାମଲାରେ ହ୍ରାସ ଘଟିଛି।

ଉଲ୍ଲେଖଯୋଗ୍ୟ, ବ୍ରିଟେନ୍‌ରେ ସାମ୍ନାକୁ ଆସିଥିବା କରୋନା ଭାଇରସ୍‌ର ନୂତନ ରୂପ ବହୁତ ବିପଦଜ୍ଜନକ ରହିଛି। ଏହାର ନୂତନ ରୂପ ପୂର୍ବ ଭାଇରସ୍ ତୂଳନାରେ ୭୦ ପ୍ରତିଶତରୁ ଅଧିକ ଗ୍ରୁତ ଗତିରେ ବ୍ୟାପିଥାଏ। ଏହି କାରଣରୁ ୟୁରୋପର ଅନେକ ଦେଶ ବ୍ରିଟେନ୍‌ ପାଇଁ ନିଜର ଦ୍ଵାର ବନ୍ଦ କରି ଦେଇଛନ୍ତି। ଭାରତ ମଧ୍ୟ ସୋମବାର ବ୍ରିଟେନ୍‌ରୁ ଆସୁଥିବା ସମସ୍ତ ବିମାନ ଉପରେ କଟକଣା ଲଗାଇଛି। ଏହି କଟକଣା ଡିସେମ୍ବର ୩୧ ପର୍ଯ୍ୟନ୍ତ ଜାରି ରହିବ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.