Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online, odisha news,khabar odisha,news in oriya

ପ୍ରମୁଖ ଖବର
  • ଭୁବନେଶ୍ୱର : ବଢିଲା ପୁଣି ଓମ୍‌ଫେଡ୍‌ କ୍ଷୀରର ଦର, ପ୍ୟାକେଟ୍‌ ପିଛା ବଢିଲା ୨ଟଙ୍କା
  • ||
  • ନୂଆଦିଲ୍ଲୀ : Twitterର ବଡ ଆକ୍ସନ, ପାକିସ୍ତାନ ସରକାରଙ୍କ ଟ୍ଵିଟର ଆକାଉଣ୍ଟକୁ ବ୍ଲକ କଲା ଭାରତ
  • ||
  • ଭୁବନେଶ୍ୱର : ରାଜ୍ୟରେ ବଢ଼ିବ ପଶ୍ଚିମା ଝଡ଼ର ପ୍ରଭାବ, ଘଡ଼ଘଡି ସହ ପ୍ରବଳ ବର୍ଷା ସମ୍ଭାବନା
  • ||

ହରିୟାଣାରେ ଉତ୍ତର ଭାରତର ପ୍ରଥମ ନ୍ୟୁକ୍ଲିୟର ପ୍ଲାଣ୍ଟ, ୧୪୦୦ MW କ୍ଷମତା, ଜାଣନ୍ତୁ ଏହା ବିଷୟରେ ସବୁକିଛି…

19/02/2023 at 7:08 PM

ନୂଆଦିଲ୍ଲୀ: ଦେଶରେ ପରମାଣୁ ଉର୍ଜା କେନ୍ଦ୍ର କଥା କହିଲେ ସଭିଙ୍କ ନଜର ଦକ୍ଷିଣ ଭାରତ ଆଡ଼କୁ ଯାଏ । କିନ୍ତୁ ଏବେ ମୋଦୀ ସରକାର ଉତ୍ତର ଭାରତ ଉପରେ ମଧ୍ୟ ଧ୍ୟାନ ଦେଇଛନ୍ତି । ଉତ୍ତର ଭାରତରେ ଏବେ ପରମାଣୁ ପ୍ଲାଣ୍ଟ ପ୍ରତିଷ୍ଠା କରାଯିବ । ହରିୟାଣାର ଗୋରଖପୁରରେ ପରମାଣୁ ପ୍ଲାଣ୍ଟ ପ୍ରତିଷ୍ଠାକୁ କେନ୍ଦ୍ର ସରକାର ମଞ୍ଜୁରୀ ପ୍ରଦାନ କରିଛନ୍ତି ।

କେନ୍ଦ୍ରମନ୍ତ୍ରୀ ଜିତେନ୍ଦ୍ର ସିଂ କହିଛନ୍ତି ଯେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଶାସନ ସମୟରେ ପ୍ରମୁଖ ଉପଲବ୍ଧି ଗୁଡିକ ମଧ୍ୟରୁ ଗୋଟିଏ ହେଉଛି ଦେଶର ଅନ୍ୟ ସଂସ୍ଥାରେ ମଧ୍ୟ ପରମାଣୁ ପ୍ଲାଣ୍ଟ ସ୍ଥାପନ କରାଯିବା । ପୂର୍ବରୁ ଏହା ତାମିଲନାଡୁ ଏବଂ ଆନ୍ଧ୍ର ପ୍ରଦେଶ ପରି ଭାରତର ଦକ୍ଷିଣ ରାଜ୍ୟ କିମ୍ୱା ପଶ୍ଚିମରେ ମହାରାଷ୍ଟ୍ର ଯାଏ ସୀମିତ ଥିଲା ।

ଜିତେନ୍ଦ୍ର ସିଂ କହିଛନ୍ତି ଯେ ଭାରତର ପରମାଣୁ କ୍ଷମତାକୁ ବଢିବା ପାଇଁ କେନ୍ଦ୍ର ସରକାର ଅନେକ କ୍ରାନ୍ତିକାରୀ ପଦକ୍ଷେପ ନେଇଛନ୍ତି । ଏଥିରେ ମୋଦୀ ସରକାର ୧୦ ପରମାଣୁ ରିଏକ୍ଟର ପ୍ରତିଷ୍ଠା ପାଇଁ ସ୍ୱୀକୃତି ପ୍ରଦାନ କରିଛନ୍ତି । ଗୋରଖପୁର ହରିୟାଣା ଅଣୁ ବିଦ୍ୟୁତ୍ ପରିଯୋଜନାରେ ୭୦୦ ମେଗାୱାଟ କ୍ଷମତାର ଦୁଇ ପ୍ଲାଣ୍ଟ ନିର୍ମାଣ କରାଯିବ । ଉଭୟରେ ସ୍ୱଦେଶୀ ଡିଜାଇନରେ ନିର୍ମିତ ପ୍ରେସରାଇଜଡ୍ ହେଭି ୱାଟର ରିଏକ୍ଟର ରହିବ । ଏହି ପ୍ରକଳ୍ପ ପାଇଁ ୨୦,୫୯୪ କୋଟି ଟଙ୍କା ଆବଣ୍ଟିତ ହୋଇଥିବା ବେଳେ ସେଥିରୁ ୪,୯୦୬ କୋଟି ଟଙ୍କା ଖର୍ଚ୍ଚ ହୋଇଛି ।

   Related Posts