କୋଭାକସିନ୍ ନେବା ପରେ ମଧ୍ୟ କାହିଁକି କରୋନା ସଂକ୍ରମିତ ହେଲେ ମନ୍ତ୍ରୀ ଅନିଲ ବିଜ୍, କହିଲେ କାରଣ

Published By : Prameya-News7 Bureau | December 06, 2020 IST

ଅମ୍ବାଲା ୦୬/୧୨ : ହରିୟାଣା ଗୃହମନ୍ତ୍ରୀ ଅନିଲ ବିଜ ପୁଣିଥରେ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି। କରୋନା ଟୀକା ନେବାପରେ ସେ ପୁଣି ସଂକ୍ରମିତ ହୋଇଛନ୍ତି। ତେବେ ଟୀକା ନେବାପରେ ପୁଣି ସଂକ୍ରମିତ ହେବାର କାରଣ ସେ ଟ୍ୱିଟ ଜରିଆରେ ଦର୍ଶାଇଛନ୍ତି। ଟ୍ୱିଟ୍ କରି ସେ କହିଛନ୍ତି, 'କରୋନା ଟୀକା ନେବା ପୂର୍ବରୁ ଡାକ୍ତର କହିଥିଲେ ଯେ ଭ୍ୟାକସିନର ଦ୍ୱିତୀୟ ଡୋଜ ୨୮ ଦିନ ପରେ ଦିଆଯିବ। ଏହାର ୧୪ ଦିନ ପରେ ଆଣ୍ଟିବଡ଼ି ନିର୍ମାଣ ହେବ। ପୁରା ସତର୍କ ରହିବା ସତ୍ତ୍ୱେ କରୋନାରେ ଆକ୍ରାନ୍ତ ହୋଇଛି। ସିଭିଲ ହସ୍ପିଟାଲରେ ମୋର ଚିକିତ୍ସା ଚାଲିଛି ଏବଂ ମୁଁ ଭଲ ଅଛି।' 

wp:core-embed/twitter {"url":"https://twitter.com/anilvijminister/status/1335410335491112965","type":"rich","providerNameSlug":"twitter","className":""}
https://twitter.com/anilvijminister/status/1335410335491112965
/wp:core-embed/twitter

ହରିୟାଣା ଗୃହମନ୍ତ୍ରୀ ଅନିଲ ବିଜ କରୋନା ଟୀକା ନେବା ପରେ ପୁଣିଥରେ କରୋନା ସଂକ୍ରମଣର ଶିକାର ହୋଇଥିବା ଶନିବାର ଦିନ ଜଣାପଡିଥିଲା। କିଛି ଦିନ ପୂର୍ବରୁ କରୋନା ଟୀକା ପରୀକ୍ଷଣ ନେଇଥିବା ମନ୍ତ୍ରୀ ପୁଣି ସଂକ୍ରମିତ ହୋଇଛନ୍ତି। ଏ ସମ୍ବନ୍ଧରେ ସେ ନିଜେ ସୂଚନା ଦେଇଥିଲେ। କୋଭିଡ୍-୧୯ ଟେଷ୍ଟରେ ସେ ପୁଣି ପଜିଟିଭ ଚିହ୍ନଟ ହୋଇଥିବା ସେ ନିଜେ ସୂଚନା ଦେଇଥିଲେ। ତାଙ୍କୁ କେଣ୍ଟ ସିଭିଲ ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ଯେଉଁମାନେ ତାଙ୍କ ସମ୍ପର୍କରେ ଆସିଛନ୍ତି ସେମାନେ ନିଜର କରୋନା ଯାଞ୍ଚ କରାଇ ନିଅନ୍ତୁ ବୋଲି ସେ ଅନୁରୋଧ କରିଥିଲେ।

ଗତ ନଭେମ୍ବର ୨୦ ତାରିଖରେ ଅନିଲ ବିଜ କରୋନା ଭ୍ୟାକସିନର ତୃତୀୟ ପର୍ଯ୍ୟାୟ ପରୀକ୍ଷଣର ପ୍ରଥମ ଟୀକା ନେଇଥିଲେ। ଅମ୍ବାଲା କେଣ୍ଟ ହସ୍ପିଟାଲରେ ସେ ଟିକେ ନେଇଥିଲେ। ରୋହତକ୍ ପିଜିଆଇ ଟିମ୍ ତଦାରଖରେ ମନ୍ତ୍ରୀଙ୍କୁ ଟୀକା ଦିଆଯାଇଥିଲା। ଅଧା ଘଣ୍ଟା ଯାଏଁ ତାଙ୍କୁ ଦେଖରେଖରେ ରଖାଯାଇଥିଲା।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.