ChampionMaganna_WebBanner_728X90
ChampionMaganna_WebBanner_728X90
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଆନନ୍ଦପୁର : ବାଇକକୁ ପଛପଟୁ ପିଟିଲା କାର୍‌, ଦୁଗ୍ଧ ବିକ୍ରି କରିବାକୁ ବାହାରିଥିଲେ ରବିନ୍ଦ୍ର
  • ||
  • ଓସ୍କାର ବିଜେତା ଗାୟିକା ଆଇରିନ କାରାଙ୍କ ଦେହାନ୍ତ, ୬୩ ବର୍ଷରେ ଦୁନିଆକୁ କହିଲେ ଅଲବିଦା
  • ||
  • IND vs NZ : ବର୍ଷାରେ ଧୋଇଗଲା ମ୍ୟାଚ୍, ୨ ଦିନିକିଆ ବାତିଲ
  • ||

ଚାଷୀ ଆନ୍ଦୋଳନକୁ ନେଇ ଖଟ୍ଟରଙ୍କ ମେଣ୍ଟରେ ଫାଟ, ଦୂରେଇବାରେ ଲାଗିଛି ସହଯୋଗୀ ଜେଜେପି

11/12/2020 at 4:48 PM

ଚଣ୍ଡିଗଡ଼ ୧୧।୧୨:  ସଂଶୋଧିତ କୃଷି ଆଇନ-୨୦୨୦କୁ ନେଇ ଦେଶରେ ଉପୁଜିଥିବା କୃଷକ ଅସନ୍ତୋଷ ଏବେ ହରିୟାଣାରେ ଖଟ୍ଟର ସରକାର ସଂକଟକୁ ମୁହାଁଇଛି। ରାଜ୍ୟରେ ଜନନାୟକ ଜନତା ପାର୍ଟି (ଜେଜେପି) ସହଯୋଗରେ ସରକାର କରିଥିବା ମନୋହର ଲାଲ ଖଟ୍ଟର ଚାଷୀଙ୍କ ଆନ୍ଦୋଳନ ଦବାଇ ଦେବାକୁ ରାଜ୍ୟରେ କରିଥିବା ଅମାନବୀୟ କାଣ୍ଡର ଏବେ ବହୁ ମୂଲ୍ୟ ଦେବାକୁ ଯାଉଛନ୍ତି। ଜେଜପି ବିଧାୟକମାନେ ଏବେ ଖୋଲାଖୋଲି ଚାଷୀଙ୍କୁ ସମର୍ଥନ କରୁଥିବା ବେଳେ ମୁଖ୍ୟମନ୍ତ୍ରୀ ଖଟ୍ଟର ମୌନ ରହିବାକୁ ବାଧ୍ୟ ହେଉଛନ୍ତି।

ତେବେ ରାଜ୍ୟରେ ବିଜେପି-ଜେଜେପି ମେଣ୍ଟ ଏବେବି ମଜଭୁତ ଥିବା ମୁଖ୍ୟମନ୍ତ୍ରୀ ଖଟ୍ଟର କହୁଛନ୍ତି। ହେଲେ ଜେଜେପି ବିଧାୟକ ଦଳ ନେତା ଦୁଷ୍ୟନ୍ତ ଚୌଟାଲା କିନ୍ତୁ ଭିନ୍ନ କଥା କହୁଛନ୍ତି। ଏଥିରୁ ଯାହା ବୁଝାପଡୁଛି ଚାଷୀ ଆନ୍ଦୋଳନ ନେଇ କେନ୍ଦ୍ର ସରକାରଙ୍କ ନିଷ୍ପତ୍ତି ଉପରେ ଏବେ ଜେଜେପିର ନଜର। ମୋଦି ସରକାରଙ୍କ ସାମାନ୍ୟତମ ତ୍ରୁଟି ହରିୟାଣାରେ ଖଟ୍ଟର ସରକାରକୁ ରାସ୍ତା ନନେଇ ନ ଆସିବ ତାହା ଏବେଠାରୁ କୁହାଯାଇପାରୁ ନାହିଁ। 

ହରିୟାଣା ସରକାର ଚାଷୀଙ୍କ ଦିଲ୍ଲୀ ଚଲ୍ଲା ଆହ୍ୱାନକୁ ସବୁ ରାସ୍ତାରେ ଭଣ୍ଡୁର କରିବାକୁ ଉଦ୍ୟମ କରିଥିଲେ। କୃଷକ ନେତାଙ୍କ ବିରୋଧରେ ପୋଲିସରେ ଏତଲାଠାରୁ ଆରମ୍ଭ କରି ଚାଷୀଙ୍କ ଟ୍ରାକ୍ଟର ରାଲି ରୋକିବା ଲାଗି ରାସ୍ତା ମଧ୍ୟ ହାଣିଥିଲେ। ଏହା ସତ୍ତ୍ୱେ ଚାଷୀଙ୍କ ରାଲି ଦିଲ୍ଲୀ ପହଞ୍ଚିବା ସହ କେନ୍ଦ୍ର ସରକାରଙ୍କୁ ଏବେ ନାକେଦମ କଲାଣି। ନିକଟରେ ଜେଜେପି ରାଜ୍ୟ ସରକାର କୃଷକନେତାଙ୍କ ବିରୋଧରେ ରୁଜୁ କରିଥିବା ୨୦ ହଜାରରୁ ଊର୍ଦ୍ଧ୍ୱ ମାମଲା ପ୍ରତ୍ୟାହାର ଲାଗି ଗୃହମନ୍ତ୍ରୀ ଅନୀଲ ଭିଜଙ୍କୁ ଭେଟିଥିଲା।  ପ୍ରସଙ୍ଗରେ ମୁଖ୍ୟମନ୍ତ୍ରୀଙ୍କ ଧ୍ୟାନ ଆକର୍ଷଣ କରାଯିବ ବୋଲି ରାଜ୍ୟ ଗୃହମନ୍ତ୍ରୀ ସହଯୋଗୀ ଦଳକୁ ପ୍ରତିଶ୍ରୁତି ବି  ଦେଇଥିଲେ।

ତେବେ ସରକାରରୁ ଇସ୍ତଫା ଦେବା ଲାଗି ରାଜ୍ୟରେ ଜେଜେପି ଉପରେ ଏବେ ଚୌତରଫା ଚାପ ପଡୁଥିବାରୁ ଦୁଷ୍ୟନ୍ତ ଚୌଟାଲା ଦୋଦୁଲ୍ୟମାନ ଅବସ୍ଥାରେ ଥିବା ସ୍ପଷ୍ଟ ହୋଇଯାଇଛି। କୃଷକ ନେତା ଦେବୀଲାଲଙ୍କ ଆଦର୍ଶରେ ଜେଜେପି ଅନୁପ୍ରାଣିତ। ଏଣୁ ଚାଷୀଙ୍କ ବିରୋଧରେ ଖଟ୍ଟର ସରକାର ସମସ୍ତ ସୀମା ଅତିକ୍ରମ କରିସାରିଛନ୍ତି। ତେବେ ଜେଜେପି ସରକାରଙ୍କୁ କିଛି ପରାମର୍ଶ ଦେଇଛି। ଏଣୁ ଖୁବ୍ ଶୀଘ୍ର ଗତିରୋଧ ସମାପ୍ତ ହେବ ବୋଲି ଉପମୁଖ୍ୟମନ୍ତ୍ରୀ ଦୁଷ୍ୟନ୍ତ ଚୌଟାଲା କହିଛନ୍ତି। ନଚେତ ରାଜ୍ୟରେ ସରକାରଙ୍କ ପ୍ରତି ସମର୍ଥନର ଦଳ ପୁନର୍ବିଚାର କରିବ ବୋଲି ସେ କହିଛନ୍ତି।

   Related Posts