କଙ୍ଗନାଙ୍କ ସମର୍ଥନରେ ବାହାରିଲେ ହରିୟାଣା ଗୃହମନ୍ତ୍ରୀ ଅନିଲ ବିଜ୍: ପଚାରିଲେ, 'ମୁମ୍ବାଇ କ'ଣ ଶିବସେନାର ବାପାର ?'

Published By : Prameya-News7 Bureau | September 07, 2020 IST

ମୁମ୍ବାଇ ୦୭/୦୯ : ଶିବସେନାର ବରିଷ୍ଠ ନେତା ସଞ୍ଜୟ ରାଉତ ବଲିଉଡ ଅଭିନେତ୍ରୀ କଙ୍ଗନା ରଣାୱତଙ୍କ ମୁମ୍ବାଇ ଆସିବାକୁ ନେଇ ଦେଇଥିବା ଧମକକୁ ନେଇ ବିବାଦ ଥମିବାର ନାଁ ନେଉନାହିଁ | ହରିୟାଣା ଗୃହମନ୍ତ୍ରୀ ଅନିଲ ବିଜ ଶିବସେନା ନେତାଙ୍କୁ ପରାମର୍ଶ ଦେଇଛନ୍ତି | ସେ କହିଛନ୍ତି ମୁମ୍ବାଇ ଶିବସେନାର ଖାନଦାନୀ ପ୍ରଦେଶ କିମ୍ବା ତାଙ୍କ ବାପାଙ୍କର ନୁହେଁ | ମୁମ୍ବାଇ ଭାରତର ଅଂଶବିଶେଷ ଏବଂ ଯିଏ ବି ଚାହିଁଲେ ସେଠାକୁ ଯାଇପାରିବ | ଯେଉଁମାନେ ଏହିଭଳି ଧମକ ଦେଉଛନ୍ତି ସେମାନଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ହେବା ଆବଶ୍ୟକ ବୋଲି କହିଛନ୍ତି ହରିୟାଣା ଗୃହମନ୍ତ୍ରୀ |

{"id":326201,"sizeSlug":"large"}

ଅନିଲ ବିଜ ଆଗକୁ କହିଛନ୍ତି, ଆପଣ କାହା ତଣ୍ଟି ଚିପି ପାରିବେନି, ସତ କହିବାକୁ କାହାକୁ ରୋକି ପାରିବେନି | ଲୋକେ କଥା କଥାରେ କ୍ୟାଣ୍ଡଲ ରାଲି ବାହାର କରି ରାସ୍ତାକୁ ଓହ୍ଲାଉଛନ୍ତି, କିନ୍ତୁ ଏହି ମାମଲାରେ ଏବେ ଯାଏଁ କିଭଳି ଚୁପ ବସିଛନ୍ତି | କଙ୍ଗନାଙ୍କୁ ସୁରକ୍ଷା ପ୍ରଦାନ କରାଯିବା ଉଚିତ ବୋଲି ଅନିଲ ବୀଜ କହିଛନ୍ତି |

{"id":326202,"width":566,"height":317,"sizeSlug":"large"}

ବଲିଉଡ ଅଭିନେତ୍ରୀ କଙ୍ଗନା ରଣାୱତଙ୍କୁ ଧମକ ଦେଇ ଶିବସେନା ମନ୍ତ୍ରୀ ସଞ୍ଜୟ ରାଉତ ଫସି ଯାଇଛନ୍ତି | ହରିୟାଣା ଗୃହମନ୍ତ୍ରୀ ଅନିଲ ବିଜଙ୍କ ପରେ ଅଂବାଲା ଜନତା ମଧ୍ୟ କଙ୍ଗନାଙ୍କ ସମର୍ଥନରେ ସଞ୍ଜୟ ରାଉତଙ୍କ ବିରୋଧରେ ଛିଡା ହୋଇଛନ୍ତି | ଅଂବାଲା ଲୋକେ ସଞ୍ଜୟ ରାଉତଙ୍କ ପୋଷ୍ଟରକୁ ନିଆଁ ଲଗାଇଛନ୍ତି ଏବଂ ଶିବସେନା ନେତାଙ୍କୁ ଖୋଲାଖୋଲି ଭାବେ ଚେତାବନୀ ଦେଇଛନ୍ତି | ଅଂବାଲା ଜନତା କହିଛନ୍ତି ଶିବସେନା ନେତା ହରିୟାଣା କିମ୍ବା ଅଂବାଲା ମାଟି ମାଡି ଦେଖନ୍ତୁ | ଲୋକେ କହିଛନ୍ତି, ଆଜି ଏମାନେ କଙ୍ଗନାଙ୍କୁ ଧମକାଉଚନ୍ତି, କାଲି ସାଧାରଣ ଜନତାଙ୍କୁ ଧମକ ଦେବେ |

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.