ଗୃହମନ୍ତ୍ରୀଙ୍କ କାର୍କେଡ୍‌କୁ ପଛରୁ ପିିଟିଲା ଟ୍ରକ୍: ମନ୍ତ୍ରୀଙ୍କ ଗାଡ଼ି ଦୁର୍ଘଟଣାଗ୍ରସ୍ତ

Published By : Prameya-News7 Bureau | January 07, 2023 IST

ଚଣ୍ଡିଗଡ଼: ହରିୟାଣା ଗୃହମନ୍ତ୍ରୀଙ୍କ କାର୍କେଡକୁ ଧକ୍କା ଦେଲା ଟ୍ରକ୍। ଅଳ୍ପକେ ବର୍ତ୍ତିଲେ ଗୃହମନ୍ତ୍ରୀ ଅନୀଲ ବିଜ୍। ଶନିବାର କୁନ୍ଦଲି ମନେଶ୍ୱର ନିକଟସ୍ଥ ପାଲୱାସ ଏକ୍ସପ୍ରେସୱେ ଏହି ଦୁର୍ଘଟଣା ଘଟିଛି। ଅନୀଲ ନିଜ ଘର ଅମ୍ବାଲାକୁ ଫେରୁଥିବା ବେଳେ ତାଙ୍କ କାର୍କେଡ୍‌ ଦୁର୍ଘଟଣା ଗ୍ରସ୍ତ ହୋଇଛି।

ମନ୍ତ୍ରୀଙ୍କୁ ସୁରକ୍ଷା ଦେବାକୁ ତାଙ୍କ ପଛକୁ ଚାଲୁଥିବା ଏକ ଏସ୍‌ୟୁଭିକୁ ପଛପଟୁ ଏକ ଟ୍ରକ୍ ଧକ୍କା ଦେଇଥିଲା। ଫଳରେ ଏସ୍‌ୟୁଭି ଗାଡ଼ିଟି ଆଗରେ ଚାଲୁଥିବା ମନ୍ତ୍ରୀଙ୍କ ସେଡାନ ଗାଡ଼ିକୁ ଧକ୍କା ଦେଇଥିଲା। ହଠାତ ପଛପଟୁ ଧକ୍କା ହେବା ପରେ ସମସ୍ତେ ଚମକି ପଡ଼ିଥିଲେ। ହେଲେ ଏହି ଦୁର୍ଘଟଣାରେ କାହାରି କିଛି କ୍ଷତି ହୋଇ ନାହିଁ। ଗୃହମନ୍ତ୍ରୀ ଓ ସୁରକ୍ଷା କର୍ମୀ କେହି ଆହତ ହୋଇ ନାହାନ୍ତି ବୋଲି ସୂଚନା ମିଳିଛି।

ଗୃହମନ୍ତ୍ରୀଙ୍କର କିଛି ହୋଇ ନାହିଁ ଏମିତିକି ସେ ଆହତ ବି ହୋଇ ନାହାନ୍ତି ବୋଲି ସେ ନିଜେ ପ୍ରତିକ୍ରିୟା ଦେଇଛନ୍ତି। ଟ୍ରକ ଡ୍ରାଇଭର ଇୟରପ୍ଲଗ୍ ଲଗାଇ ଗାଡ଼ି ଚଳାଉଥିବାରୁ ଏହି ଦୁର୍ଘଟଣା ହୋଇଛି। ସମସ୍ତ ସୁରକ୍ଷା କର୍ମୀ ଓ ମୁଁ ସୁରକ୍ଷିତ ଅଛୁ। ମୁଁ ଅମ୍ବାଲା ପେରୁଛି ବୋଲି ମନ୍ତ୍ରୀ ଅନୀଲ ବିଜ୍ କହିଛନ୍ତି। ତେବେ ଡ୍ରାଇଭରଙ୍କ ଉପରେ କଣ କାର୍ଯ୍ୟାନୁଷ୍ଠାନ ହେଲା କି ତାଙ୍କୁ ଛାଡ଼ି ଦିଆଗଲା ସେ ନେଇ କୌଣସି ସୂଚନା ମିିଳିପାରି ନାହିଁ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.