‘ସୋନାଲି ଫୋଗାଟ ମାମଲାରେ ସିବିଆଇ ତଦନ୍ତ...’, ଗୋଆ ମୁଖ୍ୟମନ୍ତ୍ରୀଙ୍କୁ ଚିଠି ଲେଖିଲେ ହରିୟାଣା ସରକାର

Published By : Prameya-News7 Bureau | August 29, 2022 IST

ନୂଆଦିଲ୍ଲୀ: ହରିୟାଣା ସରକାର ସୋନାଲି ଫୋଗାଟଙ୍କ ହତ୍ୟା ମାମଲାରେ ଗୋଆ ମୁଖ୍ୟମନ୍ତ୍ରୀ ପ୍ରମୋଦ ସାୱନ୍ତଙ୍କୁ ଚିଠି ଲେଖିଛନ୍ତି । ସୋନାଲି ଫୋଗାଟ ହତ୍ୟା ମାମଲା ସିବିଆଇ ତଦନ୍ତ କରାଇବା ପାଇଁ ଚିଠିରେ ହରିୟାଣା ସରକାର କହିଛନ୍ତି । ସୋନାଲିଙ୍କ ପରିବାର ଶନିବାର ହରିୟାଣା ମୁଖ୍ୟମନ୍ତ୍ରୀ ମନୋହର ଲାଲ ଖଟ୍ଟରଙ୍କୁ ଭେଟି ଏହି ମାମଲାର ସିବିଆଇ ତଦନ୍ତ ପାଇଁ ଦାବି କରିଥିଲେ ।

ସୋନାଲିଙ୍କ ପରିବାର ଲୋକେ ଅଭିଯୋଗ ଆଣି ଏହି ହତ୍ୟାକାଣ୍ଡ ବଡ଼ ବ୍ୟକ୍ତିଙ୍କ ହାତ ଥିବାର ଅଭିଯୋଗ କରିଥିଲେ । ହରିୟାଣା ସରକାର ସୋନାଲିଙ୍କ ପରିବାର ଦାବି ଆଧାରରେ ଗୋଆ ମୁଖ୍ୟମନ୍ତ୍ରୀଙ୍କୁ ଚିଠି ଲେଖି ଏହି ମାମଲା ସିବିଆଇକୁ ଦିଆଯିବା ଦରକାର ବୋଲି କହିଛନ୍ତି । ଏହି ମାମଲାରେ ଗୋଆ ପୋଲିସ ଅଧିକାରୀଙ୍କ ଏକ ଟିମ ସୋନାଲିଙ୍କ ପରିବାର ପକ୍ଷରୁ ଅଣାଯାଇଥିବା ଅଭିଯୋଗର ତଦନ୍ତ ପାଇଁ ମଙ୍ଗଳବାର ହରିୟାଣାର ହିସାର ଗସ୍ତ କରିବେ ।

ଏହା ପୂର୍ବରୁ ଆବଶ୍ୟକ ପଡିଲେ ହି ମାମଲାକୁ ସିବିଆଇକୁ ଦିଆଯିବ ବୋଲି ଗୋଆ ମୁଖ୍ୟମନ୍ତ୍ରୀ ପ୍ରମୋଦ ସାୱନ୍ତ କହିଥିଲେ। ଗୋଆ ମୁଖ୍ୟମନ୍ତ୍ରୀ କହିଥିଲେ, ସମସ୍ତ ଅଭିଯୁକ୍ତଙ୍କୁ ଗିରଫ କରାଯାଇଛି ଏବଂ ଅଧିକ ତଦନ୍ତ ଜାରି ରହିଛି । ଏହାସହ ସେ କହିଥିଲେ ଯେ, ହରିୟାଣାର ମୁଖ୍ୟମନ୍ତ୍ରୀଙ୍କୁ ତଦନ୍ତ ବାବଦରେ ସୂଚୀତ କରାଯାଇଛି। ମାମଲାର ସବୁ ରିପୋର୍ଟ ହରିୟାଣା ଡିଜିପିଙ୍କୁ ଦିଆଯାଇଛି। ଆବଶ୍ୟକ ହେଲେ ସିବିଆଇକୁ ମଧ୍ୟ ସାମିଲ କରାଯିବ।  

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.