Hari omm 2
hari om films
AKK 2023
AKK2023
HARI-OMM_728X90_B
Showcase2022
hari om films
WEB_F-8
WEB_F-9
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ଧାନ ଅମଳ ବେଳେ ଜଳିଗଲା ହାରବେଷ୍ଟର ମେସିନ, ବର୍ତ୍ତିଗଲେ ଡ୍ରାଇଭର

21/12/2022 at 7:24 PM

ବାଲିପାଟଣା, ୨୧/୧୨: ଧାନ ଅମଳ ବେଳେ ଜଳିଗଲା ହାରବେଷ୍ଟର ମେସିନ । ଏଭଳି ଏକ ଘଟଣା ଘଟିଛି ବାଲିପାଟଣା ଥାନା ଭାପୁର ଧାନ ଗହିରରେ । ଅଗ୍ନିକାଣ୍ଡରେ ପ୍ରାୟ ୩୦ ଲକ୍ଷ ଟଙ୍କାର ହାରବେଷ୍ଟର ମେସିନଟି ସମ୍ପୂର୍ଣ୍ଣ ଜଳିଯାଇଛି । ଅଗ୍ନିକାଣ୍ଡରେ ହାରବେଷ୍ଟର ଡ୍ରାଇଭର ଅଳ୍ପକେ ରକ୍ଷା ପାଇଯାଇଛନ୍ତି । ମିଳିଥିବା ସୂଚନା ଅନୁସାରେ ଭାପୁର ଧାନ ଗହିରରେ ଏକ ହାରବେଷ୍ଟର ବୁଧବାର ଅପରାହ୍ନରେ ଧାନ ଅମଳ କରୁଥିଲା । ଏହି ସମୟରେ ହାର ବେଷ୍ଟର ମେସିନରେ ହଠାତ୍‌ ନିଆଁ ଜଳି ଉଠିଥିଲା ।

ତୁରନ୍ତ ହାରବେଷ୍ଟର ଚାଳକ ତଳକୁ ଓହ୍ଲାଇ ଆସିବା ସହ ନିଜ ଜୀବନ ରକ୍ଷା କରିଥିଲେ । ସ୍ଥାନୀୟ ଲୋକେ ବାଲିପାଟଣା ଦମକଳ ବାହିନୀକୁ ଘଟଣା ସମ୍ପର୍କରେ ସୂଚନା ଦେଇଥିଲେ । ବାଲିପାଟଣା ଦମକଳ ବାହିନୀ ଘଟଣା ସ୍ଥଳରେ ପହଞ୍ଚି ପ୍ରାୟ ଏକ ଘଣ୍ଟା ପରିଶ୍ରମ କରି ନିଆଁକୁ ଆୟତ୍ତ କରିଛନ୍ତି । ସଠିକ୍ ସମୟରେ ନିଆଁକୁ ଆୟତ୍ତ କରାଯାଇ ନଥିଲେ ଏକର ଏକର ଧାନ ବିଲରେ ନିଆଁ ଲାଗି ଯାଇଥାନ୍ତା ।

   Related Posts