ପାଣ୍ଡ୍ୟାଙ୍କ ହାତରୁ ଖସିଲା ବ୍ୟାଟ୍ : ଅମ୍ପାୟାରଙ୍କ ପାଖରେ ଯାଇ ପଡିଲା : ହସ ରୋକି ପାରିଲେନି ନତାଶା...

Published By : Prameya-News7 Bureau | May 20, 2022 IST

ନୂଆଦିଲ୍ଲୀ ୨୦/୦୫:  ଆଇପିଏଲରେ ଗୁରୁବାର ମୁହାଁମୁହିଁ ହୋଇଥିଲେ ଗୁଜୁରାଟ ଟାଇଟନ୍ସ ଏବଂ ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର । ମୁକାବିଲାକୁ ଆରସିବି ୮ ଓ୍ୱିକେଟରେ ଜିତି ନେଇଥିଲା । ତେବେ ଖେଳରେ ଏପରି କିଛି ମୁହୂର୍ତ୍ତ ଆସିଥିଲା ଯେତେବେଳେ ଫ୍ୟାନଙ୍କୁ ମନୋରଞ୍ଜନର ଖୋରାକ ମିଳିଥିଲା । ଏପରିକି ଗୁଜୁରାଟ ଅଧିନାୟର ହାର୍ଦ୍ଦିକ ପାଣ୍ଡ୍ୟାଙ୍କ ହାତରୁ ବ୍ୟାଟ୍ ଖସି ଯାଇଥିଲା । ଯାହାକୁ ଦେଖି ତାଙ୍କ ପତ୍ନୀ ନତାଶା ମଧ୍ୟ ହସକୁ ରୋକିପାରି ନଥିଲେ ।

ସୂଚନାନୁସାରେ, ବ୍ୟାଟିଂ କରୁଥିଲା ଗୁଜୁରାଟ ଟାଇଟନ୍ସ । ସେତେବେଳେ ପାଳିର ଦଶମ ଓଭରରେ ଏପରି କିଛି ଘଟିଥିଲା । ଏହି ଓଭରରେ ବୋଲିଂ କରୁଥିଲେ ଗ୍ଲେନ ମ୍ୟାକ୍ସଓ୍ୱେଲ୍ । ଓଭରର ଶେଷ ବଲ ବୋଲିଂ କରିବା ବେଳେ ପାଣ୍ଡ୍ୟା ଜୋରରେ ବ୍ୟାଟ୍ ବୁଲାଇଥିଲେ ।  ହେଲେ ବ୍ୟାଟ୍ ତାଙ୍କ ହାତରୁ ଖସି ଯାଇଥିଲା । ସିଧା ଅମ୍ପାୟାରଙ୍କ ପାଖରେ ଯାଇ ପଡିଥିଲା ।

ସଟ୍ ପାଇଁ ପାଣ୍ଡ୍ୟା ଏତେ ଜୋରରେ ବ୍ୟାଟ୍ ବୁଲାଇଥିଲେ ଯେ ତାହା ୨୦ ୟାର୍ଡ ବାହାରେ ପଡିଥିଲା । ଏହି ଦୃଶ୍ୟ ଦେଖି ସମସ୍ତେ ହସିବାକୁ ଲାଗିଥିଲେ । ଷ୍ଟାଡିୟମରେ ବସିଥିଲା ପାଣ୍ଡ୍ୟାଙ୍କ ପତ୍ନୀ ଓ ବଲିଉଡ ଅଭିନେତ୍ରୀ ନତାଶା ମଧ୍ୟ ହସିଥିଲେ । ତାଙ୍କ ରିଆକ୍ସନ ସ୍କ୍ରିନରେ ଦେଖିବାକୁ ମିଳିଥିଲା ।

ସୂଚନାଯୋଗ୍ୟ, ମୁକାବିଲାରେ ପ୍ରଥମେ ବ୍ୟାଟିଂ କରି ଗୁଜୁରାଟ ୨୦ ଓଭରରେ ୧୬୮ ରନ୍ କରିଥିଲା । ଜବାବରେ ବାଙ୍ଗାଲୋର ବିରାଟ କୋହଲି, ଫାପ୍ ଡୁ ପ୍ଲେସିସ୍ ଓ ଗ୍ଲେ ମ୍ୟାକ୍ସଓ୍ୱେଲଙ୍କ ଦମରେ ମ୍ୟାଚ୍ ଜିତି ନେଇଥିଲା ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.