କିମ୍ ଶର୍ମା-ଲିଏଣ୍ଡର ପେସଙ୍କ ସମ୍ପର୍କକୁ ନେଇ ପ୍ରତିକ୍ରିୟା ଦେଲେ ପୂର୍ବତନ ବୟଫ୍ରେଣ୍ଡ୍ ହର୍ଷବର୍ଦ୍ଦନ, କହିଲେ...

Published By : Prameya-News7 Bureau | July 15, 2021 IST

ନୂଆଦିଲ୍ଲୀ ୧୪/୦୭ : କିମ ଶର୍ମା ଓ ଟେନିସ୍ ତାରକା ଲିଏଣ୍ଡର୍ ପେସ୍ ଙ୍କ ସମ୍ପର୍କର ଖବର ଆଜିକାଲି ବି-ଟାଉନର ଟପ୍ ହେଡଲାଇନସ୍ ପାଲଟିଛି । ଉଭୟ ଗୋଆରେ ଛୁଟି କାଟୁଥିବା ବେଳେ ଫଟୋ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି । ଲିଏଣ୍ଡର ପେସଙ୍କର ଏକ ଝିଅ ମଧ୍ୟ ଅଛି । ଏହା ପ୍ରଥମ ଥର ପାଇଁ ନୁହେଁ ଯେ କିମ ଓ ତାଙ୍କ ସମ୍ପର୍କ ବିଷୟରେ ଚର୍ଚ୍ଚା ହେଉଛି । ଏହାପୂର୍ବରୁ ମଧ୍ୟ ସେ ତାଙ୍କ ପୂର୍ବତନ ପ୍ରେମିକ ଅଭିନେତା ହର୍ଷବର୍ଦ୍ଧନ ରାଣେଙ୍କ ସହ ମଧ୍ୟ ଚର୍ଚ୍ଚାରେ ଥିଲେ। ନିକଟରେ କିମ-ଲିଏଣ୍ଡରଙ୍କ ଫଟୋ ଏବଂ ଖବର ପଢିବା ପରେ ହର୍ଷବର୍ଦ୍ଧନ ରାଣେ ମଧ୍ୟ ନିଜର ପ୍ରତିକ୍ରିୟା ଦେଇଛନ୍ତି।

{"width":608,"height":404}
Harshvardhan Rane, Harshvardhan Rane Ex Kim Sharma, Kim Sharma, Leander Paes, Kim Sharma and Leander Paes are dating each other, Kim Sharma ex Harshvardhan Rane, किम शर्मा, लिएंडर पेस, हर्षवर्धन राणे, किम शर्मा के एक्स हर्षवर्धन

 କିମ ଶର୍ମାଙ୍କ ପୂର୍ବତନ ଅଭିନେତା ହର୍ଷବର୍ଦ୍ଧନ ରାଣେ ନେଟଫ୍ଲିକ୍ସରେ ଫିଲ୍ମ 'ହସିନ୍ ଦିଲରୁବା' ପାଇଁ ଚର୍ଚ୍ଚାରେ ଅଛନ୍ତି। ନିକଟରେ ସେ ତାଙ୍କ ପୂର୍ବତନ ଗର୍ଲଫ୍ରେଣ୍ଡ କିମ ଶର୍ମା ଓ ଟେନିସ ତାରକା ଲିଏଣ୍ଡର ପେସଙ୍କ ସମ୍ପର୍କକୁ ନେଇ ନିଜର ପ୍ରତିକ୍ରିୟା ଦେଇଛନ୍ତି।

ଏହି  ବିଷୟରେ କଥାବାର୍ତ୍ତା କରି ହର୍ଷ ବର୍ଦ୍ଧନ କହିଛନ୍ତି ଯେ ଏ ବିଷୟରେ ମୋତେ କୌଣସି ସୂଚନା ନାହିଁ। ଯଦି ଏହା ସତ ତେବେ ଏହା ଏକ ଭଲ କଥା ।  ଯଦି ସେମାନେ ଏହାକୁ ନିଜେ ଅଫିସିଆଲି କହିଥାନ୍ତେ ତେବେ ଭଲ ହୋଇଥାନ୍ତା । ଏହା ସହ ହର୍ଷ କହିଛନ୍ତି ଯେ ଯଦି ଏହା ସତ ତେବେ ବାସ୍ତବରେ ସେମାନେ ଟାଉନର ସବୁଠାରୁ ହଟ କପଲ ବୋଲି ପ୍ରମାଣିତ ହେବେ ।

{"width":608,"height":672}
PunjabKesari

କିମ୍ ଶର୍ମା ପ୍ରାତତଃ ତାଙ୍କ ସମ୍ପର୍କକୁ ନେଇ ଆଲୋଚନା ହୋଇଥାନ୍ତି ।  ୨୦୦୩ ମସିହାରେ କିମ ଏବଂ କ୍ରିକେଟର ଯୁବରାଜ ସିଂଙ୍କ ସମ୍ପର୍କର ଖବର ଆସିଥିଲା ।  ଉଭୟଙ୍କ ସମ୍ପର୍କ ପ୍ରାୟ ଚାରି ବର୍ଷ ଧରି ଚାଲିଥିଲା, କିନ୍ତୁ ପରେ ଉଭୟ ୨୦୦୭ରେ ଅଲଗା ହୋଇଯାଇଥିଲେ। ୨୦୧୦ ମସିହାରେ, ବ୍ୟବସାୟୀ ଅଲି ପୁଞ୍ଜାନୀଙ୍କୁ ବିବାହ କରି ମୁମ୍ବାଇ ଛାଡି କେନିଆରେ ରହିଥିଲେ। କିଛି ବର୍ଷ ପରେ କିମଙ୍କ ସ୍ୱାମୀ ଅନ୍ୟ ଝିଅ ପାଇଁ ତାଙ୍କୁ ଛାଡିଥିଲେ । କିମଙ୍କ ନାମ 'ରକ୍ ଅନ୍' ନିର୍ଦ୍ଦେଶକ ଅଭିଷେକ କପୁର ଏବଂ ଡିଜାଇନର୍ ଅର୍ଜୁନ ଖତ୍ରାଙ୍କ ସହ ମଧ୍ୟ ଯୋଡା ଯାଇଥିଲା । ୨୦୧୮ ମସିହାରେ କିମ ଅଭିନେତ୍ରୀ ହର୍ଷବର୍ଦ୍ଧନ ରାଣେଙ୍କୁ ଡେଟ କରିବା ଆରମ୍ଭ କରିଥିଲେ କିନ୍ତୁ ଏକ ବର୍ଷ ମଧ୍ୟରେ ଦୁହେଁଙ୍କର ବ୍ରେକଅପ୍ ହୋଇଯାଇଥିଲା ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.