ଏସିଆ କପ୍ ୨୦୨୨ରୁ ବାଦ୍ ପଡିଲେ ହର୍ଷଲ ପଟେଲ୍, ଟି-୨୦ ବିଶ୍ଵ କପ୍ ଖେଳିବା ନେଇ ଆଶଙ୍କା

Published By : Prameya-News7 Bureau | August 06, 2022 IST

ନୂଆଦିଲ୍ଲୀ: ଭାରତୀୟ ଦ୍ରୁତ ବୋଲର ହର୍ଷଲ ପଟେଲ୍ ଆହତ କାରଣରୁ ଆଗାମୀ ଏସିଆ କପ୍ ୨୦୨୨ରୁ ବାଦ୍ ପଡିଛନ୍ତି। ଆହତଜନିତ ସମସ୍ୟା କାରଣରୁ ସେ ଓ୍ଵେଷ୍ଟଇଣ୍ଡିଜ ବିପକ୍ଷ ଶେଷ ଦୁଇଟି ମୁକାବିଲା ମଧ୍ୟ ଖେଳି ପାରିବେ ନାହିଁ। ଭାରତୀୟ ଦଳ ବର୍ତ୍ତମାନ ଆମେରିକାରେ ରହିଛି ଏବଂ ଏଠାରେ ଇଣ୍ଡିଜ ବିପକ୍ଷରେ ଶେଷ ଦୁଇଟି ମ୍ୟାଚ୍ ଖେଳା ଯାଉଛି। କ୍ରିକବଜ୍‌ର ରିପୋର୍ଟ ଅନୁଯାୟୀ, ହର୍ଷଲ ଚଳିତ ବର୍ଷ ଅକ୍ଟୋବର ଏବଂ ନଭେମ୍ବରରେ ହେବାକୁ ଥିବା ଟି-୨୦ ବିଶ୍ଵ କପ୍‌ରେ ଖେଳିବା ନେଇ ମଧ୍ୟ ଆଶଙ୍କା ପ୍ରକାଶ ପାଇଛି।

ଏସିଆ କପ୍ ପାଇଁ ସୋମବାର ଭାରତୀୟ ଦଳ ଘୋଷଣା କରାଯିବ। ଏହି ସମୟରେ ହର୍ଷଲ ପଟେଲଙ୍କ ନାମରେ ବିଚାର କରାଯିବ ନାହିଁ। ଏସିଆ କପ୍‌ ୨୦୨୨ରେ ଭାରତର ପ୍ରଥମ ମୁକାବିଲା ଅଗଷ୍ଟ ୨୮ରେ ପାକିସ୍ତାନ ବିପକ୍ଷରେ ରହିଛି। ସଂପ୍ରତି ପଟେଲ୍‌ଙ୍କୁ ବିଶ୍ରାମ ନେବାକୁ କୁହାଯାଇଛି। ତେବେ ତାଙ୍କ ଆହତ କେତେ ଗୁରୁତର ତାହା ସ୍ପଷ୍ଟ ଜଣା ପଡିନି।

ଏସିଆ କପ୍‌ରେ ଚୟନ ହେବାକୁ ଥିବା ଖେଳାଳି ସମ୍ଭବତଃ ଟି-୨୦ ବିଶ୍ଵକପ୍ ଖେଳିପାରନ୍ତି। ଆଉ ଏହି ଖେଳାଳି ହିଁ ସେପ୍ଟେମ୍ବର ଏବଂ ଅକ୍ଟୋବରରେ ଅଷ୍ଟ୍ରେଲିଆ ଏବଂ ଦକ୍ଷିଣ ଆଫ୍ରିକା ବିପକ୍ଷରେ ଛଅଟି ଟି-୨୦ ମୁକାବିଲା ଖେଳିବେ। ଚୟନକର୍ତ୍ତା ବିଶ୍ଵ କପ୍ ପୂର୍ବରୁ ଖେଳାଳିଙ୍କୁ ପର୍ଯ୍ୟାପ୍ତ ସୁଯୋଗ ଦେବାକୁ ଚାହାନ୍ତି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.