ବିଜେପିରେ ମିଶିଲେ ହର୍ଷ ମହାଜନ, ପ୍ରଦେଶ କଂଗ୍ରେସ ଅଧ୍ୟକ୍ଷ ପ୍ରତିଭା ସିଂ କହିଲେ- ସେ ପୀଠିରେ ଛୁରୀ ଭୁସିଛନ୍ତି

Published By : Prameya-News7 Bureau | September 28, 2022 IST

ନୂଆଦିଲ୍ଲୀ: ହିମାଚଳ ପ୍ରଦେଶ କଂଗ୍ରେସର କାର୍ଯ୍ୟକାରୀ ଅଧ୍ୟକ୍ଷ ହର୍ଷ ମହାଜନ ପାର୍ଟି ଛାଡିବା ପରେ ରାଜ୍ୟରେ ଦଳ ବ୍ୟାକ ଫୁଟକୁ ଆସିଛି । ଗୋଟିଏ ପଟେ କଂଗ୍ରେସ ଦୁର୍ବଳ ହେଉଥିବା ବେଳେ ଅନ୍ୟପଟେ ବିଜେପିର ମିଶନ ରିପିଟକୁ ବଳ ମିଳିଛି । ହର୍ଷଙ୍କ କଂଗ୍ରେସ ଛାଡିବା ଉପରେ ପିସିସି ଅଧ୍ୟକ୍ଷ ପ୍ରତିଭା ସିଂ କଡା ପ୍ରତିକ୍ରିୟା ରଖିଛନ୍ତି । ହର୍ଷ ପୀଠିରେ ଛୁରୀ ଭୁସିଛନ୍ତି ଏବଂ ଏଥିପାଇଁ ରାଜ୍ୟବାସୀ କେବେ କ୍ଷମା ଦେବେ ନାହିଁ ବୋଲି ସେ କହିଛନ୍ତି ।

ପ୍ରତିଭା କହିଛନ୍ତି ପୂର୍ବତନ ମୁଖ୍ୟମନ୍ତ୍ରୀ ସ୍ୱର୍ଗତ ବୀରଭଦ୍ର ସିଂ ତାଙ୍କ ସମ୍ମାନରେ କୌଣସି ଅବହେଳା କରି ନଥିଲେ। ଦିଲ୍ଲୀ ପରି ପ୍ରଦେଶ କଂଗ୍ରେସ ପାର୍ଟିରେ ମାଆ-ପୁଅଙ୍କ ରାଜ ଚାଲୁଥିବା ଆଜି ହର୍ଷ କହିଛନ୍ତି, ଏହା ଅତି ଦାୟିତ୍ୱହୀନ ଏବଂ ଅପମାନଜନକ ମନ୍ତବ୍ୟ। ପ୍ରତିଭା ସିଂ କହିଛନ୍ତି, କଂଗ୍ରେସ ସବୁବେଳେ ତାଙ୍କୁ ନିର୍ବାଚନ ଲଢିବା ପାଇଁ କହିଥିଲା, କିନ୍ତୁ ସେ ନିର୍ବାଚନ ଲଢୁ ନଥିଲେ।

ପିସିସି ଅଧ୍ୟକ୍ଷ ପ୍ରତିଭା ସିଂ ବିଜେପି ଉପରେ ଧ୍ରୁବୀକରଣର ରାଜନୀତି କରୁଥିବା ଅଭିଯୋଗ ଆଣିଛନ୍ତି । ସେ କହିଛନ୍ତି କିଛି ଲୋକେ କଂଗ୍ରେସ ଛାଡିଲେ ଦଳ ଦୁର୍ବଳ ହେବ ନାହିଁ କି କର୍ମୀଙ୍କ ମନୋବଳରେ କୌଣସି ବିପରୀତ ପ୍ରଭାବ ପଡିବ ନାହିଁ । ପ୍ରଦେଶରେ କଂଗ୍ରେସ ମଜଭୁତ ସହ ବିଧାନସଭା ନିର୍ବାଚନ ଲଢିବ ଏବଂ ଉପନିର୍ବାଚନ ପରି କ୍ଷମତାରେ ଥିବା ବିଜେପିକୁ ଆଇନ ଦେଖାଇବ ବୋଲି ସେ କହିଛନ୍ତି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.