LIFESTYLE
suno sunao
Aao Nxt
LIFESTYLE_728X90_B
suno sunao
AAo728x90 (1)
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online, odisha news,khabar odisha,news in oriya

ଖୁବ୍‌ ଶୀଘ୍ର ବିବାହ କରିବେ ପରିଣୀତି-ରାଘବ, ଏହି ଗାୟକ କଲେ କନଫର୍ମ

31/03/2023 at 9:02 AM

ମୁମ୍ଵାଇ ୩୧।୦୩: ବଲିଉଡ ଅଭିନେତ୍ରୀ ପରିଣୀତି ଚୋପ୍ରା । ଆମ୍ ଆଦମୀ ପାର୍ଟିର ନେତା ରାଘବ ଚାଢା ଚର୍ଚ୍ଚାରେ ରହିଛନ୍ତି। ନିକଟରେ ମୁମ୍ବାଇରେ ଲଗାତାର ଦୁଇଟି ଡିନର ଡେଟ୍‌ ଏବଂ ଲଞ୍ଚ ଡେଟ୍‌ରେ ଏହି ଦମ୍ପତିଙ୍କୁ ଦେଖିବାକୁ ମିଳିଥିଲା। ଯାହା ପରେ ସେମାନଙ୍କ ସମ୍ପର୍କର ଗୁଜବ ଜୋର ଧରିଥିଲା । ହେଲେ ଉଭୟ ନିଜ ସମ୍ପର୍କ ବିଷୟରେ ନୀରବ ରହିଛନ୍ତି। ଏସବୁ ମଧ୍ୟରେ ଗାୟକ ତଥା ଅଭିନେତା ହାର୍ଦ୍ଦି ସାନ୍ଧୁ ନିଶ୍ଚିତ କରିଛନ୍ତି ଯେ ପରିଣୀତି ଏବଂ ରାଘବ ଶୀଘ୍ର ବିବାହ କରିବେ।

ରିପୋର୍ଟ ଅନୁଯାୟୀ ସାକ୍ଷାତକାରରେ ହାର୍ଦ୍ଦି କହିଛନ୍ତି ଯେ ପରି ଶେଷରେ ନିଜ ଲାଇଫରେ ସେଟେଲ୍‌ ହୋଇଛନ୍ତି। ସେ କହିଛନ୍ତି, “ମୁଁ ଅତ୍ୟନ୍ତ ଖୁସି ଯେ ଏହା ଶେଷରେ ଘଟୁଛି। ମୁଁ ସେମାନଙ୍କୁ ଶୁଭେଚ୍ଛା ଜଣାଉଛି।” ଯେତେବେଳେ ସେ ତାଙ୍କର ୨୦୨୨ ସ୍ପାଏ-ଥ୍ରୀଲର ‘କୋଡ୍ ନେମ: ତିରଙ୍ଗା’ ପାଇଁ ସୁଟିଂ କରୁଥିଲେ। ସେତେବେଳେ ତାଙ୍କ ବିବାହ ବିଷୟରେ ଆଲୋଚନା ହୋଇଥିଲା। ସେ କହୁଥିଲେ‘ ଯେତେବେଳେ ମୁଁ ସେତେବେଳେ ବିବାହ କରିବି ଯେତେବେଳର ମୁଁ ଠିକ୍ ଲୋକ ପାଇବି ’। ସେ ଏହା ମଧ୍ୟ ନିଶ୍ଚିତ କରିଛନ୍ତି ଯେ ସେ ପରୀଙ୍କ ସହ କଥା ହୋଇଛନ୍ତି ଏବଂ ତାଙ୍କୁ ଫୋନ୍ ମାଧ୍ୟମରେ ଅଭିନନ୍ଦନ ଜଣାଇଛନ୍ତି। ସେ କହିଥିଲେ, ହଁ, ମୁଁ ତାଙ୍କୁ ଡାକି ଅଭିନନ୍ଦନ ଜଣାଇଥିଲି।

ଏହାପୂର୍ବରୁ ଆମ୍ ଆଦମୀ ପାର୍ଟି ନେତା ସଞ୍ଜୀବ ଆରୋରା ମଙ୍ଗଳବାର ଦିନ ନିଜ ଟ୍ୱିଟର ଆକାଉଣ୍ଟରେ ରାଘବ ଏବଂ ପରିଣୀତିଙ୍କୁ ବିବାହ ପାଇଁ ଅଭିନନ୍ଦନ ଜଣାଇଛନ୍ତି। ସେ ଲେଖିଛନ୍ତି, “ମୁଁ ରାଘବ ଏବଂ ପରିଣୀତିଙ୍କୁ ମୋର ହାର୍ଦ୍ଦିକ ଅଭିନନ୍ଦନ ପଠାଉଛି। ସେମାନଙ୍କ ପ୍ରେମ, ସୁଖ ଏବଂ ସମର୍ଥନ ଦ୍ୱାରା ଆଶୀର୍ବାଦ ପ୍ରାପ୍ତ ହେଉ। ମୋର ଶୁଭେଚ୍ଛା !!!” । ଅନ୍ୟପକ୍ଷରେ, ବିବାହ ଗୁଜବ ମଧ୍ୟରେ ପରିଣୀତି ଏବଂ ରାଘବଙ୍କୁ ବୁଧବାର ରାତିରେ ଦିଲ୍ଲୀ ବିମାନବନ୍ଦରରେ ଏକାଠି ଦେଖିବାକୁ ମିଳିଥିଲା। ଏହି ସମୟରେ ପରୀ ଫଟୋଗ୍ରାଫରଙ୍କ ପ୍ରଶ୍ନର ଉତ୍ତର ନଦେଇ କାର ଭିତରକୁ ହସି ହସି ପଳାଇଥିଲେ।

   Related Posts