ହରନାଜଙ୍କୁ ଦେଖି ପାପରାଜୀ କହିଲେ-‘ଦେଶର ନାମକୁ ଗର୍ବିତ କରନ୍ତୁ’, ବ୍ୟୁଟି କ୍ୱିନ୍ ଏପରି ଦେଲେ ଜବାବ

Published By : Prameya-News7 Bureau | January 03, 2022 IST

ମୁମ୍ବାଇ ୦୩/୦୧: ମିସ୍ ୟୁନିଭର୍ସ ୨୦୨୧ ଟାଇଟଲ୍ ଜିତିଥିବା ହରନାଜ୍ ସନ୍ଧୁଙ୍କ ଆଜିକାଲି ସବୁଆଡେ ଚର୍ଚ୍ଚା ହେଉଛି। ମିସ୍ ୟୁନିଭର୍ସ ଟାଇଟଲ୍ ଜିତିବା ପରେ ନିକଟରେ ହରନାଜ୍ ଦେଶକୁ ଫେରିଥିଲେ। ବ୍ୟୁଟି କ୍ୱିନଙ୍କୁ ମୁମ୍ବାଇ ବିମାନବନ୍ଦରରେ ସ୍ୱାଗତ କରାଯାଇଥିଲା। ବର୍ତ୍ତମାନ ହରନାଜ୍ ଆମେରିକା ଯାଇଛନ୍ତି। ଏହି ସମୟରେ ତାଙ୍କୁ ବିମାନବନ୍ଦରରେ ଦେଖିବାକୁ ମିଳିଥିଲା। ଯାହାର ଭିଡିଓ ସୋସିଆଲ ମିଡିଆରେ ଭାଇରାଲ୍ ହେଉଛି।

wp:html
/wp:html

ପାପାରାଜୀ ମୁମ୍ବାଇ ବିମାନବନ୍ଦରରେ ହରନାଜଙ୍କୁ ଦେଖିବା ମାତ୍ରେ ତାଙ୍କୁ ଦେଶକୁ ଗର୍ବିତ କରିବାକୁ କହିଥିଲେ। ଏହା ଶୁଣି ବ୍ୟୁଟି କ୍ୱିନ୍ ମୁଣ୍ଡ ନୁଆଁଇ ହାତ ଯୋଡିଥିଲେ। ହରନାଜଙ୍କ ଏହି ଭିଡିଓକୁ ସେଲିବ୍ରିଟି ଫଟୋଗ୍ରାଫର ଭାଇରାଲ ଭାୟାନୀ ସେୟାର କରିଛନ୍ତି। ଯେଉଁଥିରେ ହରନାଜଙ୍କ ଅନ୍ଦାଜକୁ ବହୁତ ପ୍ରଶଂସା କରାଯାଉଛି।

ଗତ ମାସରେ ନ୍ୟୁଜ୍ ଏଜେନ୍ସି ANI ସହିତ କଥା ହେବାବେଳେ ହରନାଜ ବଲିଉଡରେ କାମ କରିବାକୁ ନେଇ ପ୍ରତିକ୍ରିୟା ଦେଇଥିଲେ। ସେ କହିଥିଲେ- 'ମୋର ବିଶ୍ୱାସ ଅଛି ମୁଁ ନିଶ୍ଚିତ ଭାବେ ଦିନେ ଫିଲ୍ମରେ କାମ କରିବି, କାରଣ ମୁଁ ସବୁବେଳେ ଏହା କରିବାକୁ ଚାହୁଁଥିଲି। କିନ୍ତୁ, ମୁଁ ଜଣେ ସାଧାରଣ ଅଭିନେତ୍ରୀ ହେବାକୁ ଚାହେଁ ନାହିଁ। ମୁଁ ଏଭଳି ଅଭିନେତ୍ରୀ ହେବାକୁ ଚାହୁଁଛି ଯିଏ ପ୍ରଭାବଶାଳୀ।’

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.