ChampionMaganna_WebBanner_728X90
ChampionMaganna_WebBanner_728X90
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଚାନ୍ଦବାଲି: କଇଥଖୋଲା ବଜାରରେ ଭୟାବହ ଅଗ୍ନିକାଣ୍ଡ, ଜଳିଗଲା ୧୦ରୁ ଅଧିକ ଦୋକାନ
  • ||
  • ବ୍ରହ୍ମପୁରରେ ପୁଣି ରାଗିଂ ଅଭିଯୋଗ, ଘରୋଇ ସ୍କୁଲରେ ଜୁନିୟରଙ୍କୁ ପିଟିଲେ ସିନିୟର
  • ||
  • ଭୁବନେଶ୍ୱର: ଗୁମର ଖୋଲିଛି ଶ୍ରଦ୍ଧାଞ୍ଜଳୀ, ଇଡି ହାତରେ ଲାଗିଛି ବିସ୍ଫୋରକ ତଥ୍ୟ
  • ||
  • ଚାନ୍ଦବାଲି: କଇଥଖୋଲା ବଜାରରେ ଭୟାବହ ଅଗ୍ନିକାଣ୍ଡ, ଜଳିଗଲା ୧୦ରୁ ଅଧିକ ଦୋକାନ
  • ||

ମିସ୍ ୟୁନିଭର୍ସ ହରନାଜଙ୍କ ଗାଉନକୁ ନେଇ ଚାରିଆଡେ ଚର୍ଚ୍ଚା: ଖାସ୍ ଦେଶୀ ଅନ୍ଦାଜ ଦେଇଛନ୍ତି କାରିଗର

13/12/2021 at 5:53 PM

ନୂଆଦିଲ୍ଲୀ ୧୩/୧୨ : ମିସ ୟୁନିଭର୍ସ ୨୦୨୧ ମୁକୁତା ପିନ୍ଧିଛନ୍ତି ହରନାଜ ସନ୍ଧୁ। ୨୧ ବର୍ଷ ପରେ ଭାରତୀୟ ସୁନ୍ଦରୀ ମିସ ୟୁନିଭର୍ସ ମୁକୁଟ ପିନ୍ଧିଛନ୍ତି ଏବଂ ଦେଶର ନାଁ ରଖିଛନ୍ତି। ମିସ ୟୁନିଭର୍ସ ମୁକୁଟ ପିନ୍ଧିବା ପରେ ହରନାଜଙ୍କ ଫାଇନାଲ ରାଉଣ୍ଡ ଗାଉନକୁ ନେଇ ଖୁବ ଚର୍ଚ୍ଚା ହେଉଛି। ଏହି ଗାଉନକୁ ଶାଇଶା ଶିନ୍ଦେ ଡିଜାଇନ କରିଛନ୍ତି। ଏହି ଗାଉନକୁ ୩ ଭାଗରେ ଅଲଗା ଅଲଗା ରୂପରେ ଭାଗ କରାଯାଇଛି।

ହରନାଜ ପିନ୍ଧିଥିବା ଗାଉନ ସିଲଭର ରଙ୍ଗର। ଏହାକୁ ବିଜୟର ପ୍ରତୀକ ବୋଲି ମଧ୍ୟ କୁହାଯାଏ। ଗାଉନ ଫୁଲକି ମୋଟିଫର ଜ୍ୟାମିତୀୟ ପାଟର୍ନରୁ ପ୍ରେରିତ ଯାହା ପଞ୍ଜାବର ପର୍ଯ୍ୟାୟ। ହରନାଜଙ୍କ ଗାଉନ ଷ୍ଟେଟ ଷ୍ଟାଇଲର ଥିଲା ଯାହା ସ୍ଲିଭଲେସ ହେବା ସହ ଡିପ୍ ଷ୍ଟାଇଲର ମଧ୍ୟ। ଏହି ଗାଉନ ପଞ୍ଜାବ ପଞ୍ଜାବର ସ୍ୱତନ୍ତ୍ର କାରୁକାର୍ଯ୍ୟ ଫୁଲକାରୀରୁ ପ୍ରେରିତ ଯାହାର ଆଗ ପଟେ ଖାସ ପ୍ରକାର ଲଟକନ ମଧ୍ୟ ବ୍ୟବହାର କରାଯାଇଛି। ହରନାଜ ପଞ୍ଜାବ ବାସିନ୍ଦା ହୋଇଥିବାରୁ ତାଙ୍କ ଗାଉନକୁ ଦେଶୀ ଅନ୍ଦାଜ ଦିଆଯାଇଛି।

ହରନାଜଙ୍କ ଗାଉନରେ ଖାସ କାମ ହୋଇଛି। ସେଥିପାଇଁ ଷ୍ଟେଜରେ ମଧ୍ୟ ଏହା ଖୁବ ଝଟକୁଥିଲା। ମିସ ୟୁନିଭର୍ସଙ୍କ ଏହି ଗାଉନକୁ ନେଇ ଏବେ ଚାରିଆଡେ ଚର୍ଚ୍ଚା ହେଉଛି। ଲୋକଙ୍କୁ ଏହି ଗାଉନର ଡିଜାଇନ ବହୁତ ପସନ୍ଦ ଆସିଛି। ଗାଉନ ଡିଜାଇନରେ ଅନେକଙ୍କ ହାତ ରହିଛି। ଶାଇଶା ଶିନ୍ଦେ ଫାଇନାଲ ଗାଉନ, ପଙ୍କଜ ଓ ନିଧି ପ୍ରାରମ୍ଭିକ ଗାଉନ, ଅଭିନବ ମିଶ୍ର ରାଷ୍ଟ୍ରୀୟ ପୋଷାକ ଏବଂ କଷ୍ଟମ ପ୍ରୋପକୁ ରେଜା ସ୍ୱତନ୍ତ୍ର ଭାବେ ଡିଜାଇନ କରିଛନ୍ତି।

   Related Posts