oroinfra
maganna
anutap
FileReOpen
TASTEtheBEST
EVOS_WebBanner_728X90
oroinfra
ChampionMaganna_WebBanner_728X90
Anutap_WebBanner_728X90
FileReOpen_WebBanner_728X90
TASTEtheBEST_WebBanner_728X90
EVOS_WebBanner_728X90
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • କଟକ : ଶାଶୂ ଘର ଛାଡିଲେ ଅଭିନେତ୍ରୀ ବର୍ଷା ପ୍ରିୟଦର୍ଶିନୀ, ୩୦ ସୁଦ୍ଧା ଘର ଛାଡିବାକୁ ନିର୍ଦ୍ଦେଶ ଦେଇଥିଲେ ହାଇକୋର୍ଟ
  • ||
  • ରାଜ୍ୟରେ ଉପର ତଳ ଦୈନିକ ସଂକ୍ରମଣ, ୨୪ ଘଣ୍ଟାରେ ଚିହ୍ନଟ ହେଲେ ୧୩୧ କୋଭିଡ୍ ପଜିଟିଭ୍
  • ||
  • ମୁମ୍ଵାଇ : ଠକେଇର ଶିକାର ହେଲେ ଅନ୍ନୁ କପୁର, KYC ଅପଡେଟ୍ ବାହାନାରେ ଲୁଟି ନେଲେ ୪.୩୬ ଲକ୍ଷ ଟଙ୍କା
  • ||
  • ଲମତାପୁଟ : ରାଜ୍ୟ ବାହାରକୁ ହେଉଥିଲା ଚାଲାଣ, ଚେକିଂ ବେଳେ କାର୍‌ରୁ ବାହାରିଲା ୧୦ଲକ୍ଷ ଟଙ୍କାର ଗଞ୍ଜେଇ
  • ||
  • ଭୁବନେଶ୍ୱର : ରାଜଧାନୀର ବିଭିନ୍ନ ବାର୍‌ରେ ରେଡ୍‌, କଟକଣା ପରେ ବି ମାନୁନଥିଲେ ମାଲିକ
  • ||
  • ଇଣ୍ଡୋନେସିଆ : ରକ୍ତ ରଞ୍ଜିତ ହେଲା ଖେଳ ପଡ଼ିଆ; ଫୁଟବଲ ମ୍ୟାଚ୍ ଚାଲିଥିବା ବେଳେ ଦଙ୍ଗା, ୧୨୭ ମୃତ, ଏକାଧିକ ଆହତ
  • ||

ବିଗ୍ ବାସ୍ ଲିଗର ‘ଟିମ୍ ଅଫ ଦ ଟୁର୍ଣ୍ଣାମେଣ୍ଟ’ରେ ସ୍ଥାନ ପାଇଲେ ହରମନପ୍ରୀତ କୌର, ବ୍ୟାଟିଂ-ବୋଲିଂରେ କରିଛନ୍ତି ଦମଦାର ପ୍ରଦର୍ଶନ

22/11/2021 at 7:25 PM

ନୂଆଦିଲ୍ଲୀ ୨୨ ।୧୧: ଭାରତୀୟ ଦଳର ଟି-୨୦ ଅଧିନାୟକ ହରମନପ୍ରତୀତ କୌର ମହିଳା ବିଗ୍ ବାସ୍ ଲିଗରେ ନିଜର ଦମଦାର ପ୍ରଦର୍ଶନ ଜାରି ରଖିଛନ୍ତି । ମେଲବର୍ଣ୍ଣ ରେନଗେଡ୍ସ ପକ୍ଷରୁ ଖେଳୁଥିବା କୌର କମାଲ ପ୍ରଦର୍ଶନ କରିଛନ୍ତି । ଏହି କାରଣରୁ ତାଙ୍କୁ ମହିଳା ବିଗ୍ ବାସ ଲିଗ(ଡବ୍ଲ୍ୟୁବିବିଏଲ)ର ଆନୁଷ୍ଠାନିକ ‘ଟିମ୍ ଅଫ ଦ ଟୁର୍ଣ୍ଣାମେଣ୍ଟ’ରେ ଚୟନ କରାଯାଇଛି । ଏନେଇ କ୍ରିକେଟ୍ ଅଷ୍ଟ୍ରେଲିଆ(ସିଏ) ସୋମବାର ଏହାର ଘୋଷଣା କରିଛି ।

ହରମନପ୍ରୀତ ବ୍ୟାଟିଂ ଏବଂ ବୋଲିଂ ଉଭୟରେ ଚମତ୍କାର ପ୍ରଦର୍ଶନ କରିଛନ୍ତି । ସେ ଏ ପର୍ଯ୍ୟନ୍ତ ୧୨ଟି ମ୍ୟାଚର ୧୧ଟି ଇନିଂସରେ ୩ ଅର୍ଦ୍ଧଶତକ ସହାୟତାରେ ୩୯୯ ରନ କରିଛନ୍ତି । ଏହି ସମୟରେ ତାଙ୍କର ଷ୍ଟ୍ରାଇକ୍ ରେଟ୍ ୧୩୨.୨୫ ଏବଂ ବ୍ୟାଟିଂ ହାର ୬୬.୫ ରହିଛି । ଏହି ସିଜିନରେ ତାଙ୍କର ସର୍ବଶ୍ରେଷ୍ଠ ସ୍କୋର ହେଉଛି ୮୧ ରନ । ଏହି ଇନିଂସ ସେ ଗତ ସପ୍ତାହରେ ସିଡନୀ ଥଣ୍ଡର୍ସ ବିପକ୍ଷରେ କରିଥିଲେ ।

ସେ ଟୁର୍ଣ୍ଣାମେଣ୍ଟେ ସବୁଠୁ ଅଧିକ ୧୮ ଛକା ମାରିଛନ୍ତି । ଏଥିସହ ୧୫ ଓ୍ଵିକେଟ୍ ମଧ୍ୟ ନେଇଛନ୍ତି । ବୋଲିଂରେ ୨୨ ରନ ଦେଇ ୩ ଫ୍ୱିକେଟ୍ ତାଙ୍କର ସର୍ବଶ୍ରେଷ୍ଠ ପ୍ରଦର୍ଶନ । ହରମପ୍ରୀତ ସର୍ବଶ୍ରେଷ୍ଠ ଏକାଦଶରେ ସ୍ଥାନ ପାଇବାରେ ଏକମାତ୍ର ଭାରତୀୟ ଖେଳାଳି । ତାଙ୍କ ବ୍ୟତୀତ ନ୍ୟୁଜିଲାଣ୍ଡର ଅଲରାଉଣ୍ଡର ସୋଫି ଡିଭାଇନ ଏହି ଏକାଦଶରେ ସ୍ଥାନ ପାଇବାରେ ଦ୍ୱତୀୟ ଅନ୍ତର୍ଜାତୀୟ ଖେଳାଳି ।

   Related Posts