Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online, odisha news,khabar odisha,news in oriya

ପ୍ରମୁଖ ଖବର
  • ବୌଦ୍ଧ : ରାସ୍ତା ଉପରେ ପଡିଛି ମୃତଦେହ, ଅଜଣା ଗାଡି ଧକ୍କା ଦେଇଥିବା ସନ୍ଦେହ
  • ||
  • ଭୁବନେଶ୍ବର : ବଳକା ଧାନ ଓ ଭାଗ ଚାଷୀଙ୍କୁ ନେଇ ପ୍ରଶ୍ନକାଳରେ କୃଷି ମନ୍ତ୍ରୀ ଓ କଂଗ୍ରେସ ବିଧାୟକ ଦଳ ନେତା ମୁହାଁମୁହିଁ
  • ||
  • ଭୁବନେଶ୍ବର : ପୂର୍ବତନ ବିଧାୟିକା ଭଗବତୀ ପୂଜାରୀଙ୍କ ବିୟୋଗରେ ଶୋକ ପ୍ରସ୍ତାବ ଆଗତ କଲେ ମୁଖ୍ୟମନ୍ତ୍ରୀ
  • ||
  • ନୂଆପଡା : ଗାଁରେ ପଶି ବାଛୁରୀକୁ ମାରିଖାଇଲା ବାଘ ! ଗତିବିଧି ଅନୁଧ୍ୟାନ ପାଇଁ ଲାଗିଲା କ୍ୟାମେରା
  • ||
  • ବାଲିଗୁଡା : ଗଞ୍ଜେଇ ବୋଝେଇ ପିକ୍‌ଅପ୍‌କୁ ମାଡି ବସିଲା ପୋଲିସ, ମାଫିଆ ଫେରାର
  • ||
  • ସୁନ୍ଦରଗଡ଼ : ସ୍ତ୍ରୀକୁ ହତ୍ୟା ପରେ ସ୍ୱାମୀର ଆତ୍ମହତ୍ୟା, ପାରିବାରିକ କଳହ ହିଁ ନେଲା ଉଭୟଙ୍କ ଜୀବନ
  • ||
  • କାମାକ୍ଷାନଗର : ଟ୍ରେନ୍ ଲାଇନ୍‌ରୁ ମହିଳାଙ୍କ କ୍ଷତବିକ୍ଷତ ମୃତଦେହ ଠାବ, ଟ୍ରେନ୍ ଧକ୍କାରେ ମୃତ୍ୟୁ ସନ୍ଦେହ
  • ||

ହରମନପ୍ରୀତଙ୍କ ଡବଲ୍ ରେକର୍ଡ: ବିଶ୍ୱ ଓ ଭାରତର ପ୍ରଥମ ଖେଳାଳି ଭାବେ ଇତିହାସ ରଚିଲେ ଟିମ୍ ଇଣ୍ଡିଆର ଏହି ମହିଳା ସ୍କିପର୍

20/02/2023 at 11:09 PM

ନୂଆଦିଲ୍ଲୀ: ମହିଳା ଟି-୨୦ ବିଶ୍ୱକପ୍‌ରେ ଆଜି ଭାରତ ଆୟରଲାଣ୍ଡକୁ ୫ ରନ୍‌ରେ ପରାସ୍ତ କରିଛି। ଭାରତ ପ୍ରଥମେ ବ୍ୟାଟିଂ କରି ୧୫୬ ରନ୍‌ ଟାର୍ଗେଟ୍ ଦେଇଥିଲା। ଆୟରଲାଣ୍ଡ ୯ ଓଭର ଖେଳ ଜାରି ରଖିଥିବା ବେଳେ ବର୍ଷା ଯୋଗୁ ମ୍ୟାଚ୍ ରଦ୍ଦ ହୋଇଥିଲା। ଫଳରେ ଡିଏଲ୍‌ ମେଥଡ୍‌ରେ ଭାରତ ମ୍ୟାଚ୍ ଜିତିବା ସହ ସେମିଫାଇନାଲ୍‌କୁ ପ୍ରବେଶ କରିଛି। ଆଜିର ମ୍ୟାଚ୍‌ରେ ସ୍ମୃତି ମନ୍ଧାନା ଷ୍ଟାର୍ ପ୍ରଦର୍ଶନକାରୀ ଥିଲେ। ସେ ଟି-୨୦ ଅନ୍ତର୍ଜାତୀୟରେ ଆଜି ତାଙ୍କର ବେଷ୍ଟ ୮୭ ରନ୍‌ର ପ୍ରଦର୍ଶନ କରିଛନ୍ତି।

ବିଶ୍ୱ ଓ ଭାରତରେ ପ୍ରଥମ ଖେଳାଳି ଭାବେ କଲେ ଏମିତି ରେକର୍ଡ
ତେବେ ଆଜି(୨୦୨୩ ଫେବ୍ରୁଆରୀ ୨୦)ର ମ୍ୟାଚ୍‌ରେ ଦୁଇଟି ଐତିହାସିକ ରେକର୍ଡ କରିଛନ୍ତି ଟିମ୍ ଇଣ୍ଡିଆର କ୍ୟାପ୍ଟେନ୍ ହରମନପ୍ରୀତ କୌର। ଆୟରଲାଣ୍ଡ ସହ ଆଜିର ମ୍ୟାଚ୍ ଖେଳି ହରମନପ୍ରୀତ କୌର ନିଜର ୧୫୦ତମ ଅନ୍ତରାଷ୍ଟ୍ରୀୟ ଟି-୨୦ ମ୍ୟାଚ୍ ଖେଳିଛନ୍ତି। ଅନ୍ତରାଷ୍ଟ୍ରୀୟ ଟି-୨୦ରେ ଏତେ ସଂଖ୍ୟକ ମ୍ୟାଚ୍ ଖେଳିଥିବା ସେ ବିଶ୍ୱର ଓ ଭାରତର ପ୍ରଥମ କ୍ରିକେଟର ହୋଇଛନ୍ତି। ଏହା ପୂର୍ବରୁ ପୁରୁଷ କିମ୍ୱା ମହିଳା କ୍ରିକେଟର କୌଣସି ଖେଳାଳି ଟି-୨୦ରେ ୧୫୦ ମ୍ୟାଚ୍ ଖେଳି ନଥିଲେ।

ପ୍ରଥମ ମହିଳା କ୍ରିକେଟର୍ ଭାବେ ହରମନପ୍ରୀତଙ୍କ ଐତିହାସିକ ରେକର୍ଡ

ସେହିପରି ଅନ୍ୟ ଏକ ରେକର୍ଡ ହେଲା ହରମନପ୍ରୀତ ଆଜି ପ୍ରଥମ ଭାରତୀୟ ମହିଳା କ୍ରିକେଟର ଭାବେ ଟି-୨୦ରେ ୩ ହଜାର ରନ୍ ପୂରା କରିଛନ୍ତି। ଏହା ପୂର୍ବରୁ କୌଣସି ବି ଭାରତୀୟ ବ୍ୟାଟର ମହିଳା ଟି-୨୦ରେ ୩ ହଜାର ରନ୍ ପୂରା କରିପାରି ନଥିଲେ। ଏପରି କରିବାରେ ହରମନପ୍ରୀତ ଭାରତରେ ପ୍ରଥମ ମହିଳା କ୍ରିକେଟର ହୋଇଥିବା ବେଳେ ବିଶ୍ୱରେ ତୃତୀୟ ବ୍ୟାଟର ହୋଇଛନ୍ତି। ତାଙ୍କ ପୂର୍ବରୁ ନ୍ୟୁଜିଲାଣ୍ଡର ସିଜୀ ବେଟ୍ସ, ଓ ଅଷ୍ଟ୍ରାଲିଆର ମେଗ ଲେନିନିଙ୍ଗ୍ ଓ ୱେଷ୍ଟଇଣ୍ଡିଜ୍‌ର ଷ୍ଟାଫାନିଏ ଟେଲର ଟି-୨୦ ଅନ୍ତର୍ଜାତୀୟ ମ୍ୟାଚ୍‌ରେ ୩୦୦୦ ରନ୍ ପୂରା କରିସାରିଛନ୍ତି।

ସେହିପରି ଭାରତର ଉଭୟ ପୁରୁଷ ଓ ମହିଳା କ୍ରିକେଟରଙ୍କ ମଧ୍ୟରେ ହରମନପ୍ରୀତ ତୃତୀୟ ଭାରତୀୟ ବ୍ୟାଟର ଭାବେ ଟି-୨୦ ଅନ୍ତର୍ଜାତୀୟ ମ୍ୟାଚ୍‌ରେ ୩ ହଜାର ରନ୍ ପୂରା କରିବାର ସୌଭାଗ୍ୟ ଅର୍ଜନ କରିଛନ୍ତି। ଏହା ପୂର୍ବରୁ ବିରାଟ କୋହଲି ଓ ରୋହିତ ଶର୍ମା ଟି-୨୦ ଅନ୍ତର୍ଜାତୀୟ ମ୍ୟାଚ୍‌ରେ ୩ ହଜାର ରନ୍‌ ପୂରା କରିସାରିଛନ୍ତି।

   Related Posts