ବାପା ହେଲେ ଅଭିନେତା ହରମନ ବାୱେଜା, ଫଟୋ ସେୟାର କରି ଦେଲେ ଗୁଡ୍‌ ନ୍ୟୁଜ୍‌

Published By : Prameya-News7 Bureau | December 23, 2022 IST

ମୁମ୍ଵାଇ ୨୩।୧୨: ବର୍ତ୍ତମାନ ବଲିଉଡରେ କେବଳ ଦୁଇଟି ସିଜିନ ଚାଲିଛି। ଗୋଟିଏ ବିବାହ ଏବଂ ଅନ୍ୟଟି କୁନି ଅତିଥିଙ୍କୁ ସ୍ୱାଗତ କରୁଛନ୍ତି।  କହିବାକୁ ଗଲେ 'ଲଭ୍ ଷ୍ଟୋରୀ ୨୦୫୦' ରେ ଅଭିନୟ କରିଥିବା ହରମନ ବାୱେଜା ନଜର ଆସିଥିଲେ। ବର୍ତ୍ତମାନ ତାଙ୍କ ଘରେ ମଧ୍ୟ କୁନି ଅତିଥିଙ୍କ ସ୍ଵାଗତ ହୋଇଛି। ତାଙ୍କ ପତ୍ନୀ ଏକ ପୁତ୍ର ସନ୍ତାନ ଜନ୍ମ ଦେଇଛନ୍ତି।

ତାଙ୍କ ଜୀବନର ଏହି ବଡ ପରିବର୍ତ୍ତନକୁ ନେଇ ହରମାନ ବହୁତ ଉତ୍ସାହିତ ଅଛନ୍ତି । ଏଭଳି ପରିସ୍ଥିତିରେ ସୋସିଆଲ ମିଡିଆରେ ଅଭିନନ୍ଦନ ସୁଅ ଛୁଟିଛି। ୨୧ ମାର୍ଚ୍ଚ, ୨୦୨୧ରେ ହରମାନ ଏବଂ ଶାଶାଙ୍କୁ ବିବାହ କରିଥିଲେ। ବିବାହର ବର୍ଷକ ପରେ ଦୁହେଁ ପିତା-ମାତା ହୋଇଛନ୍ତି।

ହରମନ ଏବଂ ଶାଶା ବିବାହ ୨୦୨୦ରେ ହୋଇଥିଲା। ଉଭୟ ଚଣ୍ଡିଗଡ଼ରେ ଶିଖ ରୀତିନୀତିରେ ସାତ ଫେରା ନେଇଥିଲେ। ଏହି ବିଶେଷ ଉତ୍ସବରେ କେବଳ ତାଙ୍କର ଘନିଷ୍ଠ ବନ୍ଧୁ ଏବଂ ସମ୍ପର୍କୀୟମାନେ ଜଡିତ ଥିଲେ ତାଙ୍କ ପତ୍ନୀ ଶଶା ବୃତ୍ତି ଅନୁଯାୟୀ ହେଲଥ୍‌ କୋଚ୍‌ ଅଟନ୍ତି। ଏଭଳି ପରିସ୍ଥିତିରେ ହରମନ ନିଜର ସମସ୍ତ ପ୍ରିୟଜନଙ୍କ ସହିତ ଏହି ଖୁସି ଖବର ସେୟାର କରିଛନ୍ତି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.