ମିଲଖା ସିଂହଙ୍କ ନାତି ହରଜୟ କଲେ ଧମାଲ, ଆମେରିକାରେ ଉଡ଼ାଇଲେ ତିରଙ୍ଗା
2/06/2023 at 6:10 PM

ନୂଆଦିଲ୍ଲୀ, ୦୨/୦୬: ମିଲଖା ସିଂହଙ୍କ ନାତି ହରଜୟ ମିଲଖା ଆମେରିକାରେ ହାସଲ କରିଛନ୍ତି ବଡ଼ ଉପଲବ୍ଧି। ହରଜୟ ଆମେରିକା ଅଣ୍ଡର-୧୩ ଗୋଲ୍ଫ ଚାମ୍ପିୟନସିପ୍ ଟାଇଟଲ ଜିତିଛନ୍ତି। ମିଲଖା ସିଂହଙ୍କ ନାତି ଏବଂ ଗୋଲ୍ଫର ପଦ୍ମଶ୍ରୀ ଜୀବ ମିଲ୍ଖା ସିଂହଙ୍କ ପୁଅ ହରଜୟ ମିଲ୍ଖା, ରବିବାର ସେକ୍ଟର-୬ ସ୍ଥିତ ଚଣ୍ଡିଗଡ଼ ଗୋଲ୍ଫ ରେଞ୍ଜ (ସିଜିଏ)ରେ ଆୟୋଜିତ ୧୭ ତମ ଜୁନିୟର ଗୋଲ୍ଫ ଟୁର୍ଣ୍ଣାମେଣ୍ଟ ହାସଲ କରିଛନ୍ତି।

ଆହୁରି ପଢ଼ନ୍ତୁ: ଏସିୟା କପ୍ ଲାଗି ଘୋଷଣା ହେଲା ୱମେନ୍ ଟିମ୍ ଇଣ୍ଡିଆ, BCCI ଜାରି କଲେ ସ୍କ୍ୱାଡ୍
ଜୁନିୟର ଖେଳାଳିଙ୍କ ମଧ୍ୟରେ ବି, ସି, ଡି, ଇ ଏବଂ ଏଫ ବର୍ଗରେ ଖେଳିବା ସହ ବିଜେତା ଏବଂ ଉପବିଜେତା ଟ୍ରଫି ହାସଲ କରିଛନ୍ତି। ବି ବର୍ଗରେ ଅଜୟ ବିଜେତା ହୋଇଛନ୍ତି। ସି ବର୍ଗରେ ଜିବ୍ ମିଲ୍ଖା ସିଂହଙ୍କ ପୁଅ ହରଜୟ ମିଲ୍ଖା ସିଂହ ବିଜେତା ହୋଇଛନ୍ତି। ତେବେ ସି ବର୍ଗରେ ମହିଳାଙ୍କ ମଧ୍ୟରେ ମାନ୍ୟା ବିଜେତା ହୋଇଛନ୍ତି। ଡି ବର୍ଗରେ ପୁଅଙ୍କ ମଧ୍ୟରେ ହୃଦୟ ଏବଂ ଝିଅଙ୍କ ମଧ୍ୟରେ ରବାବ ବିଜେତା ହୋଇଛନ୍ତି। ଇ ବର୍ଗରେ ପୁଅଙ୍କ ମଧ୍ୟରେ ରିଶାନ ଏବଂ ଝିଅଙ୍କ ମଧ୍ୟରେ ଅନହଦ କୌର ବିଜେତା ହୋଇଛନ୍ତି। ଏଫ ବର୍ଗରେ ଜୋରାବର ଚହଲ ଏବଂ ଝିଅଙ୍କ ମଧ୍ୟରେ ଗୈରତ ବିଜେତା ହୋଇଛନ୍ତି।
ପଦ୍ମଶ୍ରୀ ପୁରସ୍କାର ବିଜେତା ଏବଂ ଅନ୍ତର୍ଜାତୀୟ ଗୋଲ୍ଫର ଜୀବ ମିଲଖା ସିଂହଙ୍କ ପୁଅ ହରଜୟ ମିଲ୍ଖା ଏବେ ୧୧ ବର୍ଷର। ମାତ୍ର ୪ ବର୍ଷରୁ ହିଁ ସେ ତାଙ୍କ ବାପାଙ୍କ ଭଳି ଗୋଲ୍ଫ ଖେଳିବା ଆରମ୍ଭ କରିଦେଇଥିଲେ। ଏପର୍ଯ୍ୟନ୍ତ ଜୁନିୟର ଗୋଲ୍ଫ ଟୁର୍ଣ୍ଣାମେଣ୍ଟରେ ଭାଗ ନେଇ ୨୦ରୁ ଅଧିକ ବିଜେତା ଟ୍ରଫି ଜିତିଛନ୍ତି। ହରଜୟ ଷ୍ଟ୍ରବେରୀ ଫିଲ୍ଡସ ସ୍କୁଲ ସେକ୍ଟର-୨୬ରେ ୫ମ ଶ୍ରେଣୀର ଛାତ୍ର ।
ଆହୁରି ପଢ଼ନ୍ତୁ: WTC 2023 Finalରେ କେଉଁମାନେ ହୋଇପାରନ୍ତି ଟିମ୍ ଇଣ୍ଡିଆ ପାଇଁ ବିଜୟର ସାରଥି, ପଣ୍ଟିଂ କହିଲେ ନାଁ