ସ୍ୱାମୀଙ୍କ ପରକୀୟା ପ୍ରୀତିକୁ ନେଇ ଆତ୍ମହତ୍ୟା ଉଦ୍ୟମ : ଫେସବୁକ ଲାଇଭ କରି ବିଷ ଖାଇଦେଲେ ଗାୟିକା

Published By : Prameya-News7 Bureau | December 31, 2018 IST

ହିସାର ୩୧/୧୨ : ହରିୟାଣାର ପ୍ରସିଦ୍ଧ ଗାୟିକା ତଥା ଡ୍ୟାନ୍ସର ଅନାମିକା ବାବା ମୂଷା ମରା ଔଷଧ ଖାଇ ଆତ୍ମହତ୍ୟା ଉଦ୍ୟମ କରିଥିବା ଘଟଣା ସାମ୍ନାକୁ ଆସିଛି | ତାଙ୍କୁ ହିସାର ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା | ତାଙ୍କ ସ୍ୱାସ୍ଥ୍ୟବସ୍ଥା ସୁଧୁରିବ ପରେ ତାଙ୍କୁ ହସ୍ପିଟାଲରୁ ଛୁଟି ଦିଆଯାଇଥିଲା |

ସୂଚନାଯୋଗ୍ୟ ଯେ, ସ୍ୱାମୀଙ୍କ ସହ ଝଗଡା ପରେ ଅନାମିକା ଏଭଳି ପଦକ୍ଷେପ ନେଇଥିଲେ | ଆତ୍ମହତ୍ୟା ଉଦ୍ୟମ ପୂର୍ବରୁ ସେ ଫେସବୁକରେ ଲାଇଭ କରିଥିଲେ | ହରିୟାଣାରେ ଏନ.ବି ନାମରେ ପ୍ରସିଦ୍ଧ ଅନାମିକା ଫେସବୁକ ଲାଇଭରେ କହିଥିଲେ ଯେ, ତାଙ୍କ ସ୍ୱାମୀଙ୍କ ଅନ୍ୟ ମହିଳା ସହ ଅନୈତିକ ସମ୍ପର୍କ ରହିଛି | ସ୍ୱାମୀଙ୍କ ଏଭଳି ସମ୍ପର୍କକୁ ନେଇ ସେ ଆତ୍ମହତ୍ୟା କରୁଥିବା ଲାଇଭ ଭିଡିଓରେ କହିଥିଲେ | ତେବେ ଉକ୍ତ ମହିଳା ଅନାମିକାଙ୍କୁ ଅନେକଥର ଫୋନ କରି ତାଙ୍କ ସ୍ୱାମୀଙ୍କୁ ଛାଡପତ୍ର ଦେବା କଥା କହିଥିଲେ | ଏଥିରେ ଅନାମିକା ଭାଙ୍ଗିଯାଇ ଏଭଳି ପଦକ୍ଷେପ ନେଉଥିବା କହିଥିଲେ |

{"id":69249}

କିଛି ଦିନ ପୂର୍ବରୁ ମହିଳା ଜଣକ ଅନାମିକାଙ୍କ ସ୍ୱାମୀଙ୍କ ସହ ଜନ୍ମ ଦିନ ପାଳନ କରି କେକ କାଟିଥିବା ଭିଡିଓ ଅନାମିକାଙ୍କ ପାଖକୁ ପଠାଇଥିଲେ | ଅନାମିକା କହିଛନ୍ତି ଯେ, ତାଙ୍କ ସ୍ୱାମୀ ଶେଖରଙ୍କ ଯେଉଁ ମହିଳାଙ୍କ ସହ ସମ୍ପର୍କ ଅଛି ସେ ବାଙ୍ଗାଲୁରୁରେ ଏକ ବାରରେ ଡ୍ୟାନ୍ସର ଅଛନ୍ତି | ଉଭୟଙ୍କ ବନ୍ଧୁତ୍ୱ ଫେସବୁକରେ ହେଉଥିଲା | ଏହାପରେ ପରସ୍ପର ଚାଟିଙ୍ଗ ଜରିଆରେ ବହୁତ ନିକଟତର ହୋଇଯାଇଥିଲେ | ସ୍ୱାମୀଙ୍କୁ ନେଇ ସେହି ମହିଳା ଅନାମିକାଙ୍କୁ ବହୁତ ହଇରାଣ ହରକତ କରୁଥିବା ଅନାମିକା ଅଭିଯୋଗ କରିଥିଲେ |

ଅନାମିକା ହରିୟାଣାର ଜଣେ ପ୍ରସିଦ୍ଧ ଗାୟିକା | ଏହା ସହ ଡ୍ୟାନ୍ସ ମଧ୍ୟ କରନ୍ତି | ସେ ୨୫୦୦ ରୁ ଅଧିକ ଗୀତରେ ପରଫର୍ମ କରିଛନ୍ତି | ତାଙ୍କୁ ହରିୟାଣାର ଦ୍ୱିତୀୟ ସ୍ୱପ୍ନା ଚୌଧରୀ ଭାବେ ଲୋକେ ଜାଣନ୍ତି | ୨୦୧୩ ମସିହାରେ ଅନାମିକା ଶେଖର ଖାନ୍ନାଙ୍କୁ ବିବାହ କରିଥିଲେ | ସ୍ୱାମୀଙ୍କ ସହ ମତାନ୍ତର ଯୋଗୁଁ ସେ ବର୍ତ୍ତମାନ ହିସାରରେ ନିଜ ମା'ଙ୍କ ଘରେ ରହୁଛନ୍ତି |

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.