ଋଷଭ ପନ୍ତଙ୍କ ଜୀବନ ରକ୍ଷା କରିଥିବା ବସ୍ କର୍ମଚାରୀଙ୍କୁ ସମ୍ମାନୀତ କରିବେ ଉତ୍ତରାଖଣ୍ଡ ସରକାର

Published By : Prameya-News7 Bureau | January 01, 2023 IST

ଡେରାଡୁନ ୧।୧: ନିକଟରେ ଦୁର୍ଘଟଣାର ଶିକାର ହୋଇଥିବା ଷ୍ଟାର କ୍ରିକେଟର ଋଷଭ ପନ୍ତଙ୍କ ଜୀବନ ବଞ୍ଚାଇଥିବା ହରିୟାଣା ରୋଡ ୱେଜ୍‌ର ବସ୍‌ ଚାଳକ ଓ କଣ୍ଡକ୍ଟରଙ୍କୁ ଉତ୍ତରାଖଣ୍ଡ ସରକାର ସମ୍ମାନୀତ କରିବେ। ଉତ୍ତରାଖଣ୍ଡ ମୁଖ୍ୟମନ୍ତ୍ରୀ ପୁଷ୍କର ସିଂହ ଧାମୀ ରବିବାର ଏହି ଘୋଷଣା କରିଛନ୍ତି। ଆଗାମୀ ୨୬ ଜାନୁୟାରୀ ସମାରୋହରେ ସେମାନଙ୍କୁ ସମ୍ମାନୀତ କରାଯିବ। ପନ୍ତଙ୍କ ଜୀବନ ବଞ୍ଚାଇବା ପାଇଁ ବସ୍ ଚାଳକ ଓ କଣ୍ଡକ୍ଟର ନିଜ ଜୀବନକୁ ବାଜିରେ ଲଗାଇ ଦେଇଥିଲେ।

କ୍ରିକେଟରଙ୍କ କାର ସେମାନଙ୍କ ବସ୍‌ ସାମ୍ନାରେ କେତେ ଥର ପଲଟିଥିଲା। ହରିୟାଣା ରୋଡ ୱେଜ୍‌ର କର୍ମଚାରୀମାନେ ଜରୁରୀ ପରିସ୍ଥିତିରେ ସେମାନଙ୍କ କ୍ଷମତାର ପରିଚୟ ଦେଇଥିଲେ। ୩୦ ଡିସେମ୍ବର ପ୍ରତ୍ୟୁଷରେ ଋଷଭ ପନ୍ତ ମାଆଙ୍କୁ ସରପ୍ରାଇଜ୍ ଦେବା ଲାଗି ଦିଲ୍ଲୀରୁ ରୁରକୀ ଆସୁଥିବା ରାସ୍ତାରେ ଦୁର୍ଘଟଣାର ଶିକାର ହୋଇଥିଲେ। ତାଙ୍କ କାର ରୋଡ ଡିଭାଇଡରରେ ବାଡେଇ ହୋଇ ନିଆଁ ଲାଗିଯାଇଥିଲା।

{"id":727860,"width":838,"height":629,"sizeSlug":"full","linkDestination":"none"}

କାର ଜଳୁଥିବା ବେଳେ ହରିୟାଣା ରୋଡ ୱେଜର ଡ୍ରାଇଭର ଓ କଣ୍ଡକ୍ଟର ଦେବଦୂତ ହୋଇ ଉଭା ହୋଇଥିଲେ ଓ ପନ୍ତଙ୍କୁ ଜଳୁଥିବା କାରରୁ ବାହାରକୁ ବାହର କରିବାରେ ସହାୟତା କରିଥିଲେ। ପନ୍ତଙ୍କ ପିଠି, ମଥା ଓ ଗୋଡରେ ଆଘାତ ଲାଗିଛି। ପନ୍ତଙ୍କ ଚିକିତ୍ସା ଢେରାଡୁନର ମ୍ୟାକ୍ସ ହସ୍ପିଟାଲରେ ଚାଲିଥିବା ବେଳେ ତାଙ୍କ ସ୍ୱାସ୍ଥ୍ୟାବସ୍ଥା ଏବେ ସ୍ଥିର ରହିଛି। ବସ୍ ଚାଳକ ସୁଶୀଲ କୁମାର ଓ କଣ୍ଡକ୍ଟର ପରମଜିତ ପନ୍ତଙ୍କୁ ଜଳନ୍ତା କାରରୁ ବାହାରକୁ ବାହାର କରିବାର ମାତ୍ର ୫ରୁ ୭ ମିନିଟ୍‌ରେ ସମଗ୍ର କାରଟି ଜଳିବାକୁ ଲାଗିଥିଲା।

କାରରୁ ବାହାର କରିବା ପରେ ବସ୍ ଚାଳକ ଓ କଣ୍ଡକ୍ଟର ତାଙ୍କ ପରିଚୟ ଜାଣିବାକୁ ଚେଷ୍ଟା କରିଥିଲେ ଓ ଏଥିଲାଗି ପଚରା ଉଚରାରେ ସେ ଭାରତୀୟ କ୍ରିକେଟ ଟିମ୍‌ର ଜଣେ ଖେଳାଳି ଭାବେ ନିଜ ପରିଚୟ ଦେଇଥିଲେ। ଜଳନ୍ତା କାରରୁ ଉଦ୍ଧାର ହେବା ପରେ ଋଷଭ ପନ୍ତଙ୍କୁ ପ୍ରଥମେ ସକ୍ଷମ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା। ତାଙ୍କୁ ହସ୍ପିଟାଲରେ ଆଡମିଟ୍‌ କରିଥିବା ଡାକ୍ତର ସୁଶୀଲ ନାଗର ସେତେବେଳେ ତାଙ୍କ ଅବସ୍ଥା ଅତ୍ୟନ୍ତ ଗୁରୁତର ଥିଲା ବୋଲି କହିଛନ୍ତି।

{"id":727861,"width":840,"height":473,"sizeSlug":"full","linkDestination":"none"}

ତାଙ୍କ ମଥାରେ ଦୁଇଟି ଖୋଲା ଆଘାତ ଥିଲା ଓ ଅଣ୍ଟାରେ ରାଞ୍ଚୁଡା ଦାଗ ଥିଲା। ତେବେ ଆଘତ ଘାତକ ନଥିଲା। ଋଷଭ ପନ୍ତ ସମ୍ପୂର୍ଣ୍ଣ ହୋସରେ ଥିଲେ। ସେ ଭଲରେ କଥାବାର୍ତ୍ତା କରୁଥିଲେ। ଏତେ ସକାଳୁ ସକାଳୁ କାହିଁକି ଗାଡି ଚଳାଉଥିଲେ ବୋଲି ଡାକ୍ତର ନାଗର ତାଙ୍କୁ ପଚାରିବାରୁ ସେ ମାଆଙ୍କୁ ସରପ୍ରାଇଜ ଦେବା ପାଇଁ ଘରକୁ ଯାଉଥିଲେ ବୋଲି କହିଥିଲେ।  

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.