ରାଜ୍ୟସଭା ଉପାଧ୍ୟକ୍ଷ ଭାବେ ନିର୍ବାଚିତ ହେଲେ ହରିବଂଶ, ଅଭିନନ୍ଦନ ଜଣାଇଲେ ପ୍ରଧାନମନ୍ତ୍ରୀ

Published By : Prameya-News7 Bureau | September 14, 2020 IST

ନୂଆଦିଲ୍ଲୀ ୧୨/୦୯: ରାଜ୍ୟସଭା ଉପାଧ୍ୟକ୍ଷ ନିର୍ବାଚନରେ ଏନ୍‌ଡିଏକୁ ମିଳିଲା ବିଜୟ। ଏନଡିଏ ପ୍ରାର୍ଥୀ ହରିବଂଶ ନାରାୟଣ ସିଂହ  ରାଜ୍ୟସଭା ଉପାଧ୍ୟକ୍ଷ ଭାବେ ନିର୍ବାଚିତ ହୋଇଛନ୍ତି। ଏନେଇ ରାଜ୍ୟସଭା ଅଧ୍ୟକ୍ଷ ଭେଙ୍କୟା ନାୟିଡୁ ସୂଚନା ଦେଇଛନ୍ତି।  ହରିବଂଶ ଦ୍ବିତୀୟ ଥର ପାଇଁ ରାଜ୍ୟସଭା ଉପାଧ୍ୟକ୍ଷ ହୋଇଛନ୍ତି ।

ସେପଟେ ଉପାଧ୍ୟକ୍ଷ ଭାବେ ହରିବଂଶ ନିର୍ବାଚିତ ହେବା ପରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ତାଙ୍କୁ ଅଭିନନ୍ଦନ ଜଣାଇଛନ୍ତି। ଏହାସହ ବିଷମ ପରିସ୍ଥିତି ମଧ୍ୟରେ ସଂସଦ କାର୍ଯ୍ୟ ଚାଲୁଥିବା ବେଳେ ଅଧ୍ୟକ୍ଷ ଓ ଉପାଧ୍ୟକ୍ଷଙ୍କୁ ସହଯୋଗ କରିବା ଜରୁରୀ ବୋଲି କହିଛନ୍ତି ମୋଦି।

ଦ୍ବିତୀୟ ଥର ପାଇଁ ହରିବଂଶ ନାରାୟଣ ସିଂହ ରାଜ୍ୟସଭା ଉପାଧ୍ୟକ୍ଷ ଭାବେ ନିର୍ବାଚିତ ହୋଇଥିବାରୁ ତାଙ୍କ ପାଖକୁ ଅଭିନନ୍ଦନର ସୁଅ ଛୁଟିଛି । ଏନଡିଏ, ଜେଡିୟୁ ନେତା ହରିବଂଶଙ୍କୁ ପ୍ରାର୍ଥୀ କରିଥିଲା । ଅନ୍ୟପଟେ ବିରୋଧୀ ଆରଜେଡି ନେତା ମନୋଜ ଝାଙ୍କୁ ପ୍ରାର୍ଥୀ କରାଇଥିଲେ । ରାଜ୍ୟସଭା ଅଧ୍ୟକ୍ଷ ଏମ ଭେଙ୍କୟା ନାୟିଡୁ କହିଛନ୍ତି, ହରିବଂଶଙ୍କୁ ରାଜ୍ୟସଭା ଉପାଧ୍ୟକ୍ଷ ଚୟନ କରାଯାଇଛି। ଧ୍ବିନି ମତ ଜରିଆରେ ତାଙ୍କୁ ଚୟନ କରାଯାଇଛି।

ହରିବଂଶ ନାରାୟଣ ସିଂହ ୩୦ ଜୁନ ୧୯୫୬ରେ ବଲିୟା ଜିଲ୍ଲାରେ ଜନ୍ମଗ୍ରହଣ କରିଥିଲେ । ହରିବଂଶ ଜେପି ଆନ୍ଦୋଳନ ଦ୍ବାରା ବେଶ ପ୍ରଭାବିତ ହୋଇଥିଲେ ବୋଲି କୁହାଯାଏ। ବନାରସ ହିନ୍ଦୁ ବିଶ୍ବବିଦ୍ୟାଳୟରୁ ଅର୍ଥଶାସ୍ତ୍ରରେ ଏମଏ କରିଥିବା ହରିବଂଶ ସାମ୍ବାଦିକତାରେ ଡିପ୍ଲୋମା କରିଛନ୍ତି । ଟାଇମ୍ସ ଗ୍ରୁପରେ ଚାକିରୀ ଜୀବନ ଆରମ୍ଭ କରିଥିବା ହରିବଂଶ ପରେ ବ୍ୟାଙ୍କ ଅଫ୍‌ ଇଣ୍ଡିଆରେ ଚାକିରୀ କରିଥିଲେ। ୩ ବର୍ଷ ବ୍ୟାଙ୍କ ଚାକିରୀ କରିବା ପରେ ପୁଣି ସାମ୍ବାଦିକତାକୁ ଆପଣାଇଥିଲେ ହରିବଂଶ ନାରାୟଣ ସିଂହ ।

ସୂଚନାଯୋଗ୍ୟ ଯେ, ନିକଟରେ ହରିବଂଶଙ୍କୁ ସମର୍ଥନ କରିବା ପାଇଁ ବିହାର ମୁଖ୍ୟମନ୍ତ୍ରୀ ନୀତିଶ କୁମାର ଅନୁରୋଧ କରିଥିଲେ । ତେବେ ହରିବଂଶଙ୍କୁ ସମର୍ଥନ କରିବା ପାଇଁ ଆଜି ବିଜେଡି  ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଘୋଷଣା କରିଥିଲେ । ଆଜିଠୁ ସଂସଦରେ ମୌସୁମୀ ଅଧିବେଶନ ଆରମ୍ଭ ହୋଇଥିଲା । ସମସ୍ତଙ୍କ ନଜର ଆଜି ହେବାକୁଥିବା ରାଜ୍ୟସଭା ଉପାଧ୍ୟକ୍ଷ ନିର୍ବାଚନ ଉପରେ ଥିଲା । କିନ୍ତୁ ଏନଡିଏ ପ୍ରାର୍ଥୀ ହରିବଂଶ ନାରାୟଣ ସିଂ ନିର୍ବାଚିତ ହୋଇଛନ୍ତି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.