Retail icon award
Retail icon award
728*90
728*90
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online, Odisha News, khabar odisha,news in oriya

PSL ଟ୍ରଫି ସହ ୱାଘା ବର୍ଡରରେ ସେଲିବ୍ରେସନ୍‌ କଲେ ହାରିସ୍‌ ରଓଫ, ଭାରତୀୟ ଫ୍ୟାନ୍ସ କଲେ ଟ୍ରୋଲ

25/03/2023 at 1:12 PM

Harris Rowe

ମୁମ୍ଵାଇ ୨୫।୦୩: ପାକିସ୍ତାନ କ୍ରିକେଟ୍ ଦଳର ଦ୍ରୁତ ବୋଲର ହରିସ୍ ରଉଫ। ବର୍ତ୍ତମାନ ତାଙ୍କର ଏକ ଭିଡିଓ ସୋସିଆଲ ମିଡିଆରେ ଖୁବ୍‌ ଭାଇରାଲ ହେବାରେ ଲାଗିଛି। ଭାଇରାଲ ହେଉଥିବା ଭିଡିଓରେ ସେ ପାକିସ୍ତାନ ସୁପର ଲିଗ୍ ୨୦୨୩ ଟ୍ରଫି ସହିତ ୱାଘା ବର୍ଡରରେ ନଜର ଆସିଛନ୍ତି। ରଉଫଙ୍କ ଏହି ଭିଡିଓକୁ ତାଙ୍କ ଟିମ୍‌ ଲାହୋର କଲଦର୍ସ ମଧ୍ୟ ସେୟାର କରିଛନ୍ତି। ଭିଡିଓରେ ପାକିସ୍ତାନର ଜାଭେଲିନ୍ ଥ୍ରୋ ଅର୍ଶଦ ନଦିମ୍ ମଧ୍ୟ ରଉଫଙ୍କ ସହ ନଜର ଆସିଛନ୍ତି।

ତେବେ ହରିସ୍ ରାଉଫଙ୍କ ଏହି ଆଚରଣ ଭାରତୀୟ ପ୍ରଶଂସକଙ୍କ ସହ ଭଲରେ ଚାଲିନାହିଁ। ଭାରତୀୟ କ୍ରିକେଟ୍ ପ୍ରେମୀମାନେ ତାଙ୍କୁ ସୋସିଆଲ ମିଡିଆ ଜରିଆରେ ଖୁବ୍‌ ଟ୍ରୋଲ୍‌ କରୁଛନ୍ତି। ଜଣେ ଫ୍ୟାନ୍‌ କହିଛନ୍ତି- ଇଣ୍ଡିଆ ତ ଲୋକାଲ ମ୍ୟାଚ୍‌ରେ ବହୁତ ପଇସା ଖର୍ଚ୍ଚ କରେ । ଅନ୍ୟ ଜଣେ କହିଛି ଆଇପିଏଲ୍‌ର ନାଁ ଶୁଣିଛ କି ? …କେହି କେହି ପ୍ରଶଂସା କରୁଥିବା ବେଳେ ଆଉ କେହି ନା ନା କଟୁ କଥା କହୁଛନ୍ତି।

ପାକିସ୍ତାନ ସୁପର ଲିଗ୍ ୨୦୨୩ରେ ଚମତ୍କାର ପ୍ରଦର୍ଶନ କରି ଲାହୋର କଲଦର୍ସ ଦଳ ଦ୍ୱିତୀୟ ଥର ପାଇଁ ଚାମ୍ପିଅନ୍ ହୋଇଛି। ଏହାପୂର୍ବରୁ ଗତ ସିଜନରେ ମଧ୍ୟ ଫ୍ରାଞ୍ଚାଇଜ୍ PSL ଟାଇଟଲ୍ ଜିତିଥିଲା ​​। ଷ୍ଟାର ବୋଲର ଶାହିନ୍ ଆଫ୍ରିଦିଙ୍କ ନେତୃତ୍ୱରେ ଲାହୋର କଲଦର୍ସ ଉଭୟ ଥର ଟ୍ରଫି ପାଇଛନ୍ତି। ପାକିସ୍ତାନ ସୁପର ଲିଗ୍ ୨୦୨୩ର ଶେଷ ମ୍ୟାଚ୍ ବହୁତ ରୋମାଞ୍ଚକର ଥିଲା । ଫାଇନାଲ ମ୍ୟାଚରେ ମହମ୍ମଦ ରିଜୱାନଙ୍କ ନେତୃତ୍ୱରେ ମୁଲତାନ ସୁଲତାନଙ୍କୁ ଗୋଟିଏ ରନ୍ରେ ପରାସ୍ତ କରି ଟାଇଟଲ୍ ହାସଲ କରିବାରେ ସଫଳ ହୋଇଥିଲେ।

   Related Posts