Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online, odisha news,khabar odisha,news in oriya

ପ୍ରମୁଖ ଖବର
  • ଭୁବନେଶ୍ବର : ରାହୁଲ ଗାନ୍ଧୀଙ୍କ ସଦସ୍ୟତା ରଦ୍ଦ ପଛରେ ରହିଛି ସୁଚିନ୍ତିତ ଷଡ଼ଯନ୍ତ୍ର : ନରସିଂହ ମିଶ୍ର
  • ||
  • ରାହୁଲଙ୍କ ସଦସ୍ୟତା ରଦ୍ଦ ପ୍ରସଙ୍ଗରେ କଳା ଡ୍ରେସ୍ ପିନ୍ଧି କଂଗ୍ରେସ ସଦସ୍ୟଙ୍କ ହଟ୍ଟଗୋଳ, ଅପରାହ୍ନ ୪ଟା ଯାଏଁ ଗୃହ ମୁଲତବୀ
  • ||
  • ଆଉ ୧୦ ଜିଲ୍ଲାରେ ଭର୍ଚୁଆଲ୍‌ ହାଇକୋର୍ଟ, ଘୋଷଣା କଲେ ହାଇକୋର୍ଟ ମୁଖ୍ୟ ବିଚାରପତି
  • ||
  • ଭୁବନେଶ୍ୱର : ୧୩ ଜିଲ୍ଲାରେ ବର୍ଷିବ, ୟେଲୋ ୱାର୍ଣ୍ଣିଂ ଜାରି
  • ||
  • ରାଉରକେଲାରେ ହାଇଓ୍ୱାକୁ ପିଟିଲା ବସ୍‌ : ୨ ମୃତ, ୨୫ ଆହତ
  • ||

ଶେଷହେଲା ପ୍ରସିଦ୍ଧ ହରିରାଜପୁର ପଞ୍ଚୁ ଦୋଳ ମେଳଣ

17/03/2023 at 11:34 AM

ଜଟଣୀ ୧୭।୩: ଶେଷ ହେଲା ଓଡିଶା ପ୍ରସିଦ୍ଧ ହରିରାଜପୁର ପଞ୍ଚୁଦୋଳ ମେଳଣ । ଗୁରୁବାର ଉତ୍ସବ ମୁଖର ଏହି ମେଳଣ ପଡ଼ିଆରେ ଥାନାଅଧିପତି ପ୍ରଭୁ ଶ୍ରୀ ଶ୍ରୀ ପଶ୍ଚିମଶମ୍ଭୁ ସୋମନାଥଙ୍କ ସହିତ ୮୨ଟି ଦୋଳ ବିମାନରେ ଆସିଥବା ଠାକୁରଙ୍କ ଗୁରୁବାର ମେଳାଣ ସହ ହରିହର ଭେଟ ହୋଇଥିଲା l ପ୍ରଭୁ ଶ୍ରୀ ଶ୍ରୀ ପଶ୍ଚିମ ସୋମନାଥ ଦେବଙ୍କୁ ଅଭିର ଓ ଫୁଲ ଅର୍ପଣ କରି ଲକ୍ଷାଧିକ ଶ୍ରଦ୍ଧାଳୁ ଭିକ୍ଷା ଲାଭ କରିବା ସହ ସମସ୍ତ ଦେବଦେବୀ ନିଜନିଜ ଗ୍ରାମକୁ ସ୍ୱସ୍ଥାନ କରିଛନ୍ତି l

ସଂକୀର୍ତନ ମଣ୍ଡଳୀ ସାଧୁସନ୍ଥ, ଘଣ୍ଟ, ଘଣ୍ଟା, କାହାଳୀ, ମୁଦଙ୍ଗ, ଝାଞ୍ଜ  ଆତାଶବାଜୀରେ କମ୍ପି ଉଠୁଥିଲା ମେଳଣ ପଡିଆ, ପୁଣି ଆରବର୍ଷକୁ ଅପେକ୍ଷାରେ ରହିବେ ଶ୍ରଦ୍ଧାଳୁ l ପାଞ୍ଚ ଦିନଧରି ଚାଲିଥବା ଏଇ ମେଳଣକୁ ଶାନ୍ତି ଶୃଙ୍ଖଳା ବଜାୟ ରଖିବା ପାଇଁ ପୁରୀ ଜିଲ୍ଲା ପ୍ରଶାସନ ଓ କମିଶନରରେଟ୍ ପୋଲିସ ତରଫରୁ କଡା ବନ୍ଦୋବସ୍ତ ଆୟୋଜନ ମଧ୍ୟ୍ୟ କରାଯାଇଥିଲା l

   Related Posts