ଗାଡ଼ି ଧକ୍କାରେ ହରିଣ ମୃତ, ବାଇକ୍‌ ଆରୋହୀ ଗୁରୁତର

Published By : Prameya-News7 Bureau | October 18, 2021 IST

ଆନନ୍ଦପୁର ୧୮।୧୦: ବାଇକ୍‌ ଧକ୍କାରେ ହରିଣ ମୃତ । କେନ୍ଦୁଝର ଜିଲ୍ଲା ଆନନ୍ଦପୁର ଉପଖଣ୍ଡ ବରାଙ୍ଗ ସଂରକ୍ଷିତ ଜଙ୍ଗଲ ନିକଟରେ ଘଟିଛି ଘଟଣା । ବନବିଭାଗ କର୍ମଚାରୀ ଘଟଣାସ୍ଥଳରେ ପହଞ୍ଚି ଛାନ୍‌ଭିନ୍‌ ଜାରି ରହିଛି ।

{"id":528926,"sizeSlug":"full","linkDestination":"none"}

ଖବର ଅନୁଯାୟୀ, ରାଚନ୍ଦ୍ରପୁର ଥାନା ଦାନ୍ତିଆ ଗାଁର ଜଣେ ବ୍ୟକ୍ତି ପୁରୁଣାବାନ୍ଦୋଗଡ଼ା ରାସ୍ତା ଦେଇ ଯାଉଥିଲେ । ସେ ଯାଜପୁର କଳିଙ୍ଗନଗର ଶିଳ୍ପାଞ୍ଚଳ ଯାଉଥିଲେ । ଠିକ୍‌ ଏହି ସମୟରେ ଏକ ହରିଣ ଆସି ବାଇକ୍‌ ସହ ଧକ୍କା ହୋଇଥିଲା । ଯାହାଫଳରେ କି ହରିଣର ଘଟଣାସ୍ଥଳରେ ମୃତ୍ୟୁ ହୋଇଯାଇଛି । ସେପଟେ ସେପଟେ ବାଇକ୍ ଆରୋହୀ ଆହତ ହୋଇ ଡାକ୍ତରଖାନାରେ ଭର୍ତ୍ତି ହୋଇଛନ୍ତି।  ଦୃତ ଗତିରେ ଗାଡିଚାଳନା ଯୋଗୁଁ ଏଭଳି ଅଘଟଣ ଘଟିଥିବା ଡିଏଫଓ କହିଛନ୍ତି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.