suno sunao
Aao Nxt
suno sunao
AAo728x90 (1)
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online, odisha news,khabar odisha,news in oriya

ପ୍ରମୁଖ ଖବର
  • ବେଙ୍ଗଲ ଦଙ୍ଗା ଉପରେ ଫିଲ୍ମ କରିବ ବିଜେପି, ସ୍ବାଧୀନତା ସମୟରେ କଲିକତା ସ୍ଥିତିର ମିଳିବ ଝଲକ
  • ||
  • ଶେଷ ପର୍ଯ୍ୟନ୍ତ ଲଢ଼ି ଅଷ୍ଟ୍ରେଲିଆ ‘ଏ’ କୁ ୨-୧ରେ ହରାଇଲା ଭାରତୀୟ ମହିଳା ହକି ଦଳ
  • ||
  • କୁସ୍ତି ଯୋଦ୍ଧାଙ୍କ ସମର୍ଥନରେ ବାହାରିଲେ ରାମଦେବ, କହିଲେ ମା’ଭଉଣୀଙ୍କ ବିଷୟରେ ବେକାର କଥା କହୁଥିବା ବ୍ରିଜ ଭୂଷଣଙ୍କୁ ଗିରଫ କର
  • ||
  • ଦିଲ୍ଲୀ ୟୁନିଭର୍ସିଟି ସିଲାବସରୁ ହଟିଲା ‘ସାରେ ଜାହାଁ ସେ ଆଚ୍ଛା’ର ଲେଖକ ମହମ୍ମଦ ଇକ୍‌ବାଲଙ୍କ ବିଷୟ
  • ||
  • ଏବେ ଉତ୍ତରାଖଣ୍ଡ ସଂଲଗ୍ନ LACରେ ଦ୍ରୁତ ଗତିରେ ଗାଁ ଗଢି ଚାଲିଛି ଚୀନ, ସୈନ୍ୟ ଶିବିର ବି ନିର୍ମାଣ କରୁଛି
  • ||
  • ହାଇଦ୍ରାବାଦ: କେନ୍ଦ୍ରର ଅଧ୍ୟାଦେଶ ବିରୋଧରେ ସମର୍ଥନ ପାଇଁ ତେଲେଙ୍ଗାନା ମୁଖ୍ୟମନ୍ତ୍ରୀଙ୍କୁ ଭେଟିଲେ କେଜରିଓ୍ଵାଲ
  • ||
  • ନୂଆଦିଲ୍ଲୀ: ଜବାହରଲାଲ ନେହେରୁଙ୍କ ପୁଣ୍ୟତିଥିରେ ଶ୍ରଦ୍ଧାଞ୍ଜଳୀ ଅର୍ପଣ କଲେ ପ୍ରଧାନମନ୍ତ୍ରୀ ମୋଦୀ ଏବଂ ରାହୁଲ ଗାନ୍ଧୀ
  • ||
  • IPL 2023: ମୁମ୍ବାଇକୁ ହରାଇ ଲଗାତାର ୨ୟ ଥର ଫାଇନାଲ୍‌ରେ ଗୁଜରାଟ ଟାଇଟନ୍ସ, ରବିବାର ଚେନ୍ନାଇ ସହ ଟାଇଟଲ୍ ମୁକାବିଲା
  • ||
  • ବିଜେପି ସରକାରର ୯ ବର୍ଷ ପୂର୍ତ୍ତି ଅବସରରେ ପ୍ରଧାନମନ୍ତ୍ରୀଙ୍କୁ ୯ଟି ପ୍ରଶ୍ନ କଲା କଂଗ୍ରେସ
  • ||
  • ଟିଏମ୍‌ସି ସାଂସଦ ଅଭିଷେକ ବାନାର୍ଜୀଙ୍କ କାର୍କେଡ୍‌ ଉପରେ ଆକ୍ରମଣ, ଇଟା ଫିଙ୍ଗି ଭାଙ୍ଗିଲେ ମନ୍ତ୍ରୀଙ୍କ କାର୍ କାଚ
  • ||

ମହୁ ଖାଇଲା କିଏ ? ମାଛି ବିନ୍ଧିଲା କାହାକୁ ? ଷଡଯନ୍ତ୍ରକାରୀଙ୍କୁ ଧରାଯାଉ, ମନୋରଞ୍ଜନଙ୍କୁ ନ୍ୟାୟ ମିଳୁ

6/11/2020 at 10:08 PM

ଭୁବନେଶ୍ୱର, ୦୬୧୧ :  ଖୋର୍ଦ୍ଧା ସାରୁଅ ଜମି ଜାଲିଆତି ଘଟଣାରେ ଗିରଫ ହୋଇଥିବା ଓଡ଼ିଶା ଇନଫ୍ରାଟେକ୍‌ ମୁଖ୍ୟ ତଥା ଓଟିଭି ସିଏଫ୍‌ଓ ମନୋରଞ୍ଜନ ଷଡ଼ଙ୍ଗୀ ନିଜ ପଦରୁ ଇସ୍ତଫା ଦେଇଛନ୍ତି । ଏଥି ସହ ତାଙ୍କ ବିରୋଧରେ ହୋଇଥିବା ମାମଲା ଲଢ଼ିବାକୁ ଓଟିଭି ପକ୍ଷରୁ ଦିଆଯାଇଥିବା ଓକିଲଙ୍କୁ ମଧ୍ୟ ବଦଳାଇଛନ୍ତି ମନୋରଞ୍ଜନ । ଏନେଇ ସୂଚନା ଦେଇଛନ୍ତି ମନୋରଞ୍ଜନଙ୍କ ଶାଳକ ହରିହର ମିଶ୍ର ।

ହରିହର ମିଶ୍ର କହିଛନ୍ତି ଯେ, ମନୋରଞ୍ଜନଙ୍କ ଅବସ୍ଥା ଗୁରୁତର ଅଛି । ସାଲାଇନ୍ ଲାଗିଛି । ମଧୁମେହ ଥିବାରୁ ମନୋରଞ୍ଜନ ହସ୍ପିଟାଲରେ ଭର୍ତ୍ତି ହୋଇଛନ୍ତି ।ତେବେ ଓଟିଭି ସହ ମନୋରଞ୍ଜନଙ୍କ ସମ୍ପର୍କ ନେଇ ମଧ୍ୟ ଅନେକ ଗୁମର ଖୋଲିଛନ୍ତି ହରିହର । ସେ କହିଛନ୍ତି ଯେ, ମହୁ ଖାଇଲା କିଏ ? ମାଛି ବିନ୍ଧିଲା କାହାକୁ । ମନୋରଞ୍ଜନ ବହୁ କଷ୍ଟରେ ସଫଳତା ଲାଭ କରିଛନ୍ତି । ୨୦୦୮ରେ ସେ ଓଟିଭିରେ ସାମିଲ ହୋଇଥିଲେ । ଜଣେ ନିର୍ଦ୍ଦିଷ୍ଟ ଧନି ବ୍ୟକ୍ତି ଅଧିକ ଧନି ହେବା ଲକ୍ଷ୍ୟର ଅନ୍ୟକୁ ବିପଦକୁ ଠେଲିଛନ୍ତି ।୨୦୧୧ ଯାଏଁ ସେ ଓରଟେଲେ ସଚ୍ଚୋଟ ଅଫିସର ଭାବେ କାମ କରୁଥିଲେ। ଏହାର ସୁଯୋଗ ନେଇ ଓଟିଭିର ପ୍ରତିଷ୍ଠାତା ଓ ମାଲିକ ତାଙ୍କୁ ନେଇ ଓରଟେଲରୁ ଓଟିଭିକୁ ଆଣିଥିଲେ । କିନ୍ତୁ ଚକ୍ରାନ୍ତ କରି ଓଟିଭି ଏମଡି ଜଗି ମଙ୍ଗତ ପଣ୍ଡା ଓଡିଶା ଇନଫ୍ରାଟେକ ୨୦୦୮ରେ ତିଆରି କରିଥିଲେ । ଏହି ଚକ୍ରାନ୍ତ ୧୨ ବର୍ଷର ଚକ୍ରାନ୍ତ । ୨୦୦୮ରେ ଜଗି କମ୍ପାନୀ ଆରମ୍ଭ କଲେ ଓ ବିଭୁ ରଥଙ୍କ  ରହିଥିଲେ ।କମ୍ପାନୀ ଯେତେବେଳେ ଶେଷ ଅବସ୍ଥାକୁ ଆସିଲା ସେତେବେଳେ ନିଜେ ଜଗି ନିର୍ଦ୍ଦେଶକରୁ ଇସ୍ତଫା ଦେଇ ମନୋରଞ୍ଜନଙ୍କୁ ଦାୟିତ୍ୱ ଦେଇଥିଲେ ।

ହରିହର ଆହୁରି କହିଛନ୍ତି ଯେ, ଜଗି ପଣ୍ଡା ନିର୍ଦ୍ଦେଶକ ପଦ ଛାଡିବା ପରେ ବିଭୁ ରଥ ପାଓ୍ୱାର  ଅଫ୍ ଆଟର୍ଣ୍ଣିଂ ତାଙ୍କ ଶଳା ରଶ୍ମି ମିଶ୍ରଙ୍କୁ ଦେଇଥିଲେ । ଯେତେ ଜମି କିଣା ଯାଇଛି ସବୁ ପାଓ୍ୱାର ଅଫ୍ ଆଟର୍ଣ୍ଣିଂରେ କିଣାଯାଇଛି । ମନୋରଞ୍ଜନଙ୍କ ପାଓ୍ୱାର ଅଫ୍ ଆଟର୍ଣ୍ଣିଂରେ ଦୁଇଟି ଜାଗା କିଣାଯାଇଛି । ଶିବ ଶ୍ରୀଚନ୍ଦନ ହରିଜନଙ୍କଠୁ ଠିକଛନ୍ତି ନା ନାହିଁ ତାହାର ତଦନ୍ତ ଚାଲିଛି । ତେବେ ନିଷ୍ପତ୍ତି କ୍ରମେ ମନୋରଞ୍ଜନ ଓଟିଭିରୁ ଇସ୍ତଫା ଦେଇଛନ୍ତି । ଓଟିଭିର ପ୍ରତିଷ୍ଠାତା ନିଜର ସୁରକ୍ଷା ପାଇଁ କର୍ମଚାରୀଙ୍କୁ ବଳି ଦେଉଛନ୍ତି । ପ୍ରତିଷ୍ଠାତାମାନେ ହାଇକୋର୍ଟରେ ନିଜ ସୁରକ୍ଷା ପାଇଁ ଆବେଦନ କରିଛନ୍ତି । ତେବେ ମୁଖ୍ୟ ଷଡଯନ୍ତ୍ରକାରୀ କିଏ ତାହା ସାମ୍ନାକୁ ଆସିବା ଉଚିତ । ଏପରିକି ଯଦି ବୈଜୟନ୍ତ ପଣ୍ଡା ଓ ଜଗି ପଣ୍ଡା ନିର୍ଦ୍ଦୋଷ ତେବେ ହାଇକୋର୍ଟରେ ସୁରକ୍ଷା କାହିଁକି ମାଗୁଛ ବୋଲି ହରିହର ପ୍ରଶ୍ନ କରିଛନ୍ତି ।ଆମେ ଖାଇବୁ ମହୁ ଏବଂ ମହୁ ମାଛି କର୍ମଚାରୀଙ୍କୁ ବିନ୍ଧିବ କହି ହରିହର କଟାକ୍ଷ କରିଛନ୍ତି । ଏହାସହ ସମସ୍ତ ଚକ୍ରାନ୍ତକାରୀଙ୍କ ଧରାଯିବା ସହ ସମସ୍ତ ସତ ସାମ୍ନାକୁ ଆସୁ ବୋଲି ସେ ଦାବି କରିଛନ୍ତି ।

   Related Posts