ChampionMaganna_WebBanner_728X90
ChampionMaganna_WebBanner_728X90
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଆସୁଛି ଆଉ ଏକ ଲଘୁଚାପ ! ୮ରୁ ବର୍ଷା ସମ୍ଭାବନା
  • ||
  • ପଦ୍ମପୁର ଉପନିର୍ବାଚନ : ନେତା ବାଛିବେ ଜନତା, ଭୋଟ ଦେବେ ୨ ଲକ୍ଷରୁ ଅଧିକ ଭୋଟର
  • ||

ନିର୍ଦ୍ଧାରିତ ସମୟରେ ହେବ ହରିଦ୍ୱାର ମହାକୁମ୍ଭ : ବଦଳିଯିବ ଅନେକ ରୂପ, କମିପାରେ ବିଦେଶୀ ପର୍ଯ୍ୟଟକଙ୍କ ସଂଖ୍ୟା

31/05/2020 at 3:19 PM

ହରିଦ୍ୱାର ୩୧/୦୫ : ୨୦୨୧ ମାର୍ଚ୍ଚ ମାସରେ ହରିଦ୍ୱାରରେ ମହାକୁମ୍ଭ ମେଳା ଆୟୋଜନ ହେବାକୁ ଅଛି | କରୋନା ଭାଇରସ ଯୋଗୁଁ ଏନେଇ ଅନିଶ୍ଚିତତା ଦେଖାଦେଇଛି | ହରିଦ୍ୱାରର କିଛି ସନ୍ଥଙ୍କ ମତରେ ମେଳା ବର୍ଷେ ପାଇଁ ଆଗକୁ ବଢ଼ାଇ ଦେବା ଉଚିତ | ୨୦୨୧ରେ ମେଳା ନ କରି ୨୦୨୨ ମସିହାରେ ହେବା ଉଚିତ | ଉତ୍ତରାଖଣ୍ଡ ସରକାର ମଧ୍ୟ ଲକଡାଉନ ଯୋଗୁଁ କିଛି କାମ ସ୍ଥଗିତ ରଖିଛନ୍ତି | କିନ୍ତୁ ମହାକୁମ୍ଭକୁ ନେଇ ବର୍ତ୍ତମାନ କିଛି ବିଚାର କରାଯାଇନାହିଁ | ଅଖିଳ ଭାରତୀୟ ଆଖଡ଼ା ପରିଷଦ ସ୍ପଷ୍ଟ କରିଛି ଯେ ମେଳାକୁ ଆହୁରି ଆଗକୁ ବଢାଯାଇ ପାରିବନାହିଁ କାରଣ ଏହା ସନାତନ ପରମ୍ପରା ମାମଲା | ବର୍ତ୍ତମାନ ସେନେଇ କୌଣସି ବିଚାର କରାଯାଉନାହିଁ | ମେଳା ପ୍ରଶାସନ ମଧ୍ୟ ସ୍ପଷ୍ଟ କରିଛି ଯେ ଆଖଡ଼ା ପରିଷଦ ବିନା ସହମତିରେ କୌଣସି ନିଷ୍ପତ୍ତି ନିଆଯିବ ନାହିଁ | ବର୍ତ୍ତମାନ ମହାକୁମ୍ଭ ମେଳା ପାଇଁ ପ୍ରସ୍ତୁତି ଜାରି ରହିଛି |

ହରିଦ୍ୱାର ମହାକୁମ୍ଭ ପାଇଁ ବର୍ତ୍ତମାନ ପାଖାପାଖି ୭ ମାସ ବାକି ଅଛି | ରାଜ୍ୟ ସରକାରଙ୍କ ପାଇଁ ଏହା ଏକ ଗର୍ବ ଓ ଗୌରବର ବିଷୟ | ଏଥିପାଇଁ ବହୁତ ଟଙ୍କା ମଧ୍ୟ ଖର୍ଚ୍ଚ କରାଯାଉଛି | ମହାକୁମ୍ଭକୁ ବିଶ୍ୱସ୍ଥରୀୟ ରୂପ ଦେବା ପାଇଁ ଏବେ ସୁଦ୍ଧା ଉତ୍ତରାଖଣ୍ଡ ସରକାର ପାଖାପାଖି ୪୦୦ କୋଟି ଟଙ୍କା ଖର୍ଚ୍ଚ କରି ସାରିଛନ୍ତି | ଏହି ମେଳାରେ ପାଖାପାଖି ୫ କୋଟିରୁ ଅଧିକ ଲୋକ ସାମିଲ ହେବା ଅନୁମାନ କରାଯାଉଛି | କିନ୍ତୁ ବର୍ତ୍ତମାନ କରୋନା ସଙ୍କଟ ମଧ୍ୟରେ କୁମ୍ଭ ମେଳାରେ ଅଧିକ ସଂଖ୍ୟକ ସାଧାରଣ ଜନତା ଭାଗ ନ ନେବା ଆଶଙ୍କା କରାଯାଉଛି | କରୋନା ଓ ଲକଡାଉନ ଯୋଗୁଁ ଗତ ଅଢେଇ ମାସରେ ଅନେକ କାମ ପ୍ରଭାବିତ ହୋଇଛି |  

କରୋନା ସଙ୍କଟ ଯୋଗୁଁ ସନ୍ଥ ବିଶ୍ୱାତ୍ମାନନ୍ଦ ପୁରୀ କହିଛନ୍ତି ଯେ ମେଳାକୁ ଗୋଟିଏ ବର୍ଷ ଆଗକୁ ବଢ଼ାଇ ଦେବା ଉଚିତ | ବର୍ଷେ ପାଇଁ ମେଳାକୁ ସ୍ଥଗିତ ରଖିଲେ କିଛି ସମସ୍ୟା ନାହିଁ | ଆଉ କିଛି ସାଧୁ ସନ୍ଥ ମଧ୍ୟ ଏହିଭଳି ମତ ଦେଇଛନ୍ତି | ଆଖଡ଼ା ପରିଷଦ ଅଧ୍ୟକ୍ଷ ମହନ୍ତ ନରେନ୍ଦ୍ର ଗିରିଙ୍କ କହିବାନୁଯାୟୀ, ହରିଦ୍ୱାର କୁମ୍ଭ ମେଳାକୁ ସ୍ଥଗିତ କରାଯିବ ନାହିଁ | ବର୍ତ୍ତମାନ ମେଳା ପାଇଁ ବହୁତ ସମୟ ଅଛି | ସେ ସମୟ ମଧ୍ୟରେ ପରିସ୍ଥିତି ସୁଧୁରି ଯାଇପାରେ | ଉତ୍ତରାଖଣ୍ଡ ସରକାରଙ୍କ ତରଫରୁ ମଧ୍ୟ ମେଳାକୁ ସ୍ଥଗିତ ରଖିବା ପାଇଁ କୌଣସି ପ୍ରସ୍ତାବ ଦିଆଯାଇନାହିଁ | ମେଳା ପାଇଁ ପ୍ରସ୍ତୁତି ଜାରି ରହିଛି | ସେଥିପାଇଁ ମେଳା ନିର୍ଧାରିତ ସମୟରେ ହିଁ ହେବ ବୋଲି ଆଶା କରାଯାଉଛି |

ମହାକୁମ୍ଭ ପ୍ରସ୍ତୁତିରେ ରାଜ୍ୟ ସରକାରଙ୍କ ପାଖାପାଖି ୪୦୦ କୋଟି ଟଙ୍କା ଖର୍ଚ୍ଚ ହୋଇସାରିଛି | ଚଳିତ କୁମ୍ଭ ମେଳା ପାଇଁ କେନ୍ଦ୍ର ସରକାର ମଧ୍ୟ ୩୬୫ କୋଟି ଟଙ୍କା ସ୍ୱୀକୃତି ଦେଇଛନ୍ତି | ସରକାର ଏହି ବଜେଟକୁ ପୂର୍ବରୁ ହୋଇଥିବା ଖର୍ଚ୍ଚରେ ସମୟୋଯିତ କରିବାକୁ ପ୍ରସ୍ତୁତି କରୁଛନ୍ତି | ରାଜ୍ୟ ସରକାର ମଧ୍ୟ ଚଳିତ ଆର୍ଥିକ ବର୍ଷ ବଜେଟରେ କୁମ୍ଭ ମେଳା ପାଇଁ ୧୨୦୦ କୋଟି ଟଙ୍କା ଖର୍ଚ୍ଚ କରିବା ପ୍ରାବଧାନ ରଖିଛନ୍ତି |

କରୋନା ଭାଇରସ ପାଇଁ ହରିଦ୍ୱାର ମହାକୁମ୍ଭରେ ପ୍ରଭାବିତ ହୋଇପାରେ | ମେଳାରେ ବିଦେଶରୁ ଯେତିକି ପର୍ଯ୍ୟଟକ ଆସିବେ ବୋଲି ଅନୁମାନ କରାଯାଉଥିଲା ସେତିକି ପର୍ଯ୍ୟଟନ ନ ଆସିପାରନ୍ତି | ସ୍ଥାନୀୟ ପର୍ଯ୍ୟଟକଙ୍କ ସଂଖ୍ୟା ମଧ୍ୟ ସୀମିତ ରଖିବାକୁ ବିଚାର କରାଯାଉଛି | ତେବେ କୁମ୍ଭ ମେଳାକୁ ନେଇ କେନ୍ଦ୍ର ସରକାର ଯାହା ଗାଇଡଲାଇନ ଜାରି କରିବେ ତାକୁ ପାଳନ କରାଯିବ ବୋଲି ସହର ବିକାଶ ମନ୍ତ୍ରାଳୟ ସ୍ପଷ୍ଟ କରିଛନ୍ତି |

   Related Posts