ତୀର୍ଥଯାତ୍ରୀଙ୍କୁ ହରିଦ୍ୱାର ମନା: କାର୍ତ୍ତିକ ପୂର୍ଣ୍ଣିମାରେ ପବିତ୍ର ଗଙ୍ଗା ସ୍ନାନକୁ ନେଇ ଦୁଇ ଦିନ ପାଇଁ ସୀମା ସିଲ୍

Published By : Prameya-News7 Bureau | November 29, 2020 IST

ହରିଦ୍ୱାର ୨୯/୧୧ : ନଭେମ୍ବର ୩୦ ତାରିଖରେ କାର୍ତ୍ତିକ ପୂର୍ଣ୍ଣିମା। କାର୍ତ୍ତିକ ପୂର୍ଣ୍ଣିମା ଅବସରରେ ପବିତ୍ର ଗଙ୍ଗା ସ୍ନାନ ପାଇଁ ହରିଦ୍ୱାରରେ ପ୍ରତିବର୍ଷ ଶ୍ରଦ୍ଧାଳୁଙ୍କ ଭିଡ ଲାଗିଥାଏ। କିନ୍ତୁ ଏଥର ହରିଦ୍ୱାରରେ ଗଙ୍ଗା ସ୍ନାନ ପାଇଁ ଅନୁମତି ନାହିଁ। ଗଙ୍ଗା ସ୍ନାନ ପାଇଁ ହରିଦ୍ୱାର ସୀମା ରବିବାର ଓ ସୋମବାର ଦୁଇଦିନ ପାଇଁ ସିଲ କରାଯାଇଛି।

{"id":369536,"sizeSlug":"large"}

ବାହାର ରାଜ୍ୟରୁ ଆସୁଥିବା ତୀର୍ଥଯାତ୍ରୀଙ୍କ ପାଇଁ ହରିଦ୍ୱାର ସୀମା ୨୯ ଓ ୩୦ ତାରିଖ ପାଇଁ ବନ୍ଦ ରହିବ। କିନ୍ତୁ ସରକାରୀ ବାହାନ, କର୍ମକାଣ୍ଡ, ଆମ୍ବୁଲାନ୍ସ ପାଇଁ ଅନୁମତି ରହିଛି। ହର କି ପୋୖଡି ସହ ଆଖପାଖ ଗଙ୍ଗା ଘାଟରେ ଗଙ୍ଗା ସ୍ନାନ ପାଇଁ ପ୍ରତିବନ୍ଧକ ଲଗାଯାଇଛି। 

{"id":369532,"sizeSlug":"large"}

କରୋନା ମାମଲା ହ୍ରାସ ପାଇବା ପରେ ପୁଣିଥରେ ବୃଦ୍ଧି ପାଇଛି। ବୃଦ୍ଧି ପାଉଥିବା କରୋନା ମାମଲାକୁ ଦୃଷ୍ଟିରେ ରଖି ପ୍ରତିବନ୍ଧକ ଲଗାଯାଇଛି। ବର୍ଷର ଶେଷ ପବିତ୍ର କାର୍ତ୍ତିକ ପୂର୍ଣ୍ଣିମା ଗଙ୍ଗା ସ୍ନାନକୁ ରଦ୍ଦ କରିବାକୁ ପ୍ରଶାସନ ନିଷ୍ପତ୍ତି ନେଇଛି। ଏସଏସପି କୃଷ୍ଣା ରାଜ କହିଛନ୍ତି ଯେ ଦୁଇ ଦିନ ହରିଦ୍ୱାର ସୀମାରେ କଡା ପ୍ରତିବନ୍ଧକ ରହିବ। ହରିଦ୍ୱାର ଆସୁଥିବା ସମସ୍ତ ଯାତ୍ରୀଙ୍କୁ ଫେରାଇ ଦିଆଯିବ। ଯାତ୍ରୀଙ୍କୁ ସୀମାରୁ ଡାଇଭର୍ଟ କରି ଡେରାଡୁନ ପଠାଇ ଦିଆଯିବ।

{"id":369533,"sizeSlug":"large"}

ଶ୍ରୀ ଗଙ୍ଗା ସଭା, ହୋଟେଲ, ଆସୋସିଏସନ, ବ୍ୟବସାୟୀଙ୍କ ଏକ ପ୍ରତିନିଧିମଣ୍ଡଳ ଗତ ଶୁକ୍ରବାର ଦିନ କ୍ୟାବିନେଟ ମନ୍ତ୍ରୀ ମଦନ କୌଶିକଙ୍କ ସହ ସାକ୍ଷାତ କରି ହର କି ପୋୖଡିରେ ସ୍ଥାନୀୟ ଲୋକଙ୍କୁ ସ୍ନାନ ପାଇଁ ଅନୁମତି ଦେବାକୁ ଦାବି କରିଥିଲେ। ମନ୍ତ୍ରୀ ମୁଖ୍ୟ ସଚିବ ତଥା ଜିଲ୍ଲା ଅଧିକାରୀଙ୍କ ସହ ଏ ସମ୍ବନ୍ଧରେ ଫୋନରେ ଆଲୋଚନା କରିଥିଲେ। କିନ୍ତୁ ଶନିବାର ସନ୍ଧ୍ୟା ସୁଦ୍ଧା ପ୍ରଶାସନ ତରଫରୁ କୌଣସି ଆଦେଶ ମିଳିନଥିଲା।

{"id":369534,"sizeSlug":"large"}

ପୋଲିସ ଉତ୍ତରାଖଣ୍ଡ ସୀମାରେ କାର୍ତ୍ତିକ ପୂର୍ଣ୍ଣିମା ସ୍ନାନ ସ୍ଥଗିତ ହୋଇଥିବା ନେଇ ପୋଷ୍ଟର ଲାଗିଛି ଯେପରି ତୀର୍ଥଯାତ୍ରୀ ସୀମା ପାର ନ କରନ୍ତି। ଏହା ପୂର୍ବରୁ ଶ୍ରବଣ ମାସରେ କାଉଡିଆ ମେଳା ସ୍ଥଗିତ ନେଇ ପୋଷ୍ଟର ଲଗାଯାଇଥିଲା। ସମ୍ପୂର୍ଣ ଯାଞ୍ଚ ପରେ ଆବଶ୍ୟକ କାର୍ଯ୍ୟ ପାଇଁ ଆସୁଥିବା ଲୋକଙ୍କୁ ସୀମାରେ ଅନୁମତି ଦିଆଯିବ। ସରକାରୀ ବସରେ ଆସୁଥିବା ଯାତ୍ରୀଙ୍କ ଉପରେ ପୋଲିସ ନଜର ରଖିବ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.