ହରି ଭରସା : Special Report (09.08.2018)
Published By : Prameya-News7 Bureau | August 09, 2018 IST
ରାଜ୍ୟସଭା ଉପାଧ୍ୟକ୍ଷ ନିର୍ବାଚନ ସରିଛି । ଏନଡିଏ ପ୍ରାର୍ଥୀ ହରିବଂଶ ନାରାୟଣ ସିଂହ ରାଜ୍ୟସଭା ଉପାଧ୍ୟକ୍ଷ ଭାବେ ନିର୍ବାଚିତ ହୋଇଛନ୍ତି । ହେଲେ ଏହି ନିର୍ବାଚନରେ ମୂଳ ନଜର ଥିଲା ବିଜେପି ଏବଂ ଅଣ ବିଜେପି ଦଳ ଗୁଡ଼ିକର ଆଭିମୁଖ୍ୟ ଉପରେ । କଂଗ୍ରେସ ସମେତ ବିରୋଧୀ ମେଣ୍ଟରେ କେତେ ଏକତା ରହିଛି ତା ଉପରେ ଥିଲା ନଜର । ଏମିତିରେ ଏହି ନିର୍ବାଚନରେ ଉଭୟ ପଟୁ ରେସ୍ ରେ ଥିଲେ ହରିବଂଶ ଏବଂ ହରିପ୍ରସାଦ । ରାଜ୍ୟସଭା ଉପାଧ୍ୟକ୍ଷ ଭାବେ ହରିବଂଶ ନାରାୟଣ ନିର୍ବାଚିତ ହୋଇଛନ୍ତି।