‘ହରଘର ତିରଙ୍ଗା’ ଆହ୍ୱାନ ଖୋଲିଦେଇଛି ଦିଲ୍ଲୀ ଜାତୀୟ ପତାକା ବେପାରୀଙ୍କ ଭାଗ୍ୟ, ଜାଣନ୍ତୁ ଦୈନିକ ଅର୍ଡର କେତେ ?

Published By : Prameya-News7 Bureau | August 13, 2022 IST

ନୂଆଦିଲ୍ଲୀ ୧୩।୮: ସ୍ୱାଧୀନତାର ଅମୃତ ମହୋତ୍ସବ ଅବସରରେ ହର ଘର ତିରଙ୍ଗା ଆହ୍ୱାନ ଦିଲ୍ଲୀରେ ପତାକା ବେପାରୀଙ୍କ ଲାଗି ଏବେ ପୁଷମାସ । ପ୍ରତିବର୍ଷ ସ୍ୱାଧୀନତା ଦିବସ ବେଳେ ଦିଲ୍ଲୀର ପତାକା ବେପାରୀମାନେ ୪୦ରୁ ୫୦ ଲକ୍ଷ ପତାକା  ବିକିଥାନ୍ତି। ତେବେ ସରକାରଙ୍କ ଆହ୍ୱାନରେ ଏବେ ବ୍ୟବସାୟୀ ୪ରୁ ୫ କୋଟି ପତାକା ବିକ୍ରିର ଆଶାବ୍ୟକ୍ତ କରୁଛନ୍ତି। ଏଣୁ କମ୍ ସମୟରେ ଅଧିକ ପତାକା ତିଆରିରେ କାରିଗର ଜୁଟିଯାଇଛନ୍ତି।

ଦିଲ୍ଲୀ ସଦର ବଜାର ଅଞ୍ଚଳର ଜନୈକ ପାଇକାରୀ ବେପାରୀଙ୍କ ଅନୁସାରେ ଏଥର ୧୫ ଅଗଷ୍ଟ ଲାଗି ଛୋଟ ଛୋଟ ବେପାରୀଙ୍କୁ  ୧୦ ଲକ୍ଷ ଜାତୀୟ ପତାକା ପ୍ରସ୍ତୁତି ଲାଗି ଅର୍ଡର ମିଳିଛି। ରାଜଧାନୀ ଦିଲ୍ଲୀରେ ଛୋଟ ଛୋଟ ବ୍ୟବସାୟୀ ଓ ନିର୍ମାତାଙ୍କୁ ଏତେ ପରିମାଣର ଅର୍ଡ ମିଳିବାର ଏହା ପ୍ରଥମ ଘଟଣା। ଏଥିରୁ ଅନେକ ଅର୍ଡର ଘରୋଇ କ୍ଷେତ୍ରର ସଂସ୍ଥାମାନେ ଦେଉଥିବା ବେଳେ କେନ୍ଦ୍ର ସରକାର ମଧ୍ୟ ଅର୍ଡର ଦେଇଛନ୍ତି। ପୂର୍ବ ବର୍ଷମାନଙ୍କରେ ଉଦ୍ୟୋଗାଞ୍ଚଳର କମ୍ପାନୀ ମାଲିକମାନେ କର୍ମଚାରୀଙ୍କ ଲାଗି ପ୍ରତିବର୍ଷ ପତାକା ଅର୍ଡର ଦିଅନ୍ତି। ଚଳିତବର୍ଷ ମଧ୍ୟ ସେମାନଙ୍କର ଅର୍ଡର ଥିବା ବେଳେ ହରଘର ତିରଙ୍ଗା ଅର୍ଡର ଏବେ ଲୋକଙ୍କୁ ଢେର କାମ ଯୋଗାଇ ଦେଇଛି।

{"id":670414,"width":839,"height":575,"sizeSlug":"full","linkDestination":"none"}

ଏଥିରେ ଚଳିତବର୍ଷ ରାଜଧାନୀ ଦିଲ୍ଲୀରେ ପତାକା ନିର୍ମାତାମାନଙ୍କ ଲାଗି ଲୋକଙ୍କ ଚାହିଦା ପୂରଣ କରିବା କଷ୍ଟକର ହୋଇପଡିଛି। ଏଣୁ ବଜାରରେ ଚାହିଦା ଅନୁରୂପ ପତାକା ଯୋଗାଇବା ଏବେ ସମ୍ଭବ ହୋଇପାରୁ ନାହିଁ। ପ୍ରଧାନମନ୍ତ୍ରୀ ଜୁଲାଇ ୨୨ ତାରିଖ ଦିନ ହରଘର ତିରଙ୍ଗା ଅଭିଯାନ ଘୋଷଣା କରିଥିଲେ। ସେବେଠାରୁ ବଜାରରେ ଜାତୀୟ ପତାକା ବିକ୍ରି ବଢି ଯାଇଥିବା ବେଳେ ଚାହିଦା ପ୍ରାୟ ୫୦ ପ୍ରତିଶତ ପର୍ଯ୍ୟନ୍ତ ରହୁଛି ବୋଲି ଜନୈକ ବ୍ୟବସାୟୀ କହିଛନ୍ତି।

ଦିଲ୍ଲୀରେ ନିର୍ମାତା ଦୈନିକ ୨୫ ଲକ୍ଷ ପତାକା ତିଆରି କରୁଛନ୍ତି। ତେବେ ଚାହିଦା ଏହାଠୁ ମଧ୍ୟ ଅଧିକ ରହୁଛି। କାରଣ ପୁରା ଦେଶରୁ ଅର୍ଡର ଏଠାକୁ ଆସୁଛି ବୋଲି ବ୍ୟବସାୟୀମାନେ କହିଛନ୍ତି। କନଫେଡରେସନ ଅଫ ଅଲ ଇଣ୍ଡିଆ ଟ୍ରେଡରଙ୍କ ଅନୁସାରେ ଦିଲ୍ଲୀ, ମହାରାଷ୍ଟ୍ର, ଗୁଜରାଟ, ଛତିଶଗଡ଼ , ଉତ୍ତରପ୍ରଦେଶ, ମଧ୍ୟପ୍ରଦେଶ, ପଞ୍ଜାବ, ତାମିଲନାଡୁ, ଓଡିଶା, ବିହାର, ରାଜସ୍ଥାନ, ଝାଡଖଣ୍ଡ, ପଶ୍ଚିମବଙ୍ଗ ଓ ଆନ୍ଧ୍ରପ୍ରଦେଶ ଆଦି ରାଜ୍ୟରେ ବଡ ସ୍ତରରେ ଏବେ ଜାତୀୟ ପତାକା ତିଆରି ଚାଲିଛି। ଛୋଟରୁ ଆରମ୍ଭ କରି ବଡ଼ ଆକାରର ପତାକା କେବଳ ତିଆରି ନୁହେଁ ଦେଶରେ ଯୋଗାଣ ମଧ୍ୟ ଚାଲିଛି। କେନ୍ଦ୍ର ସରକାର ଫ୍ଲାଗ କୋଡ ସଂଶୋଧନ କରି ଲୋକଙ୍କ ଘରେ ଉଡେଇବାର ନିୟମକୁ ସହଦ କରିଦେଇଛନ୍ତି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.