scan steel
web-baneer-728x90
krs-728-90-banner (1)
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online, Odisha News, khabar odisha,news in oriya

ଆୟରଲାଣ୍ଡ ଗସ୍ତରେ ହାର୍ଦ୍ଦିକଙ୍କୁ ମିଳିବ ବିଶ୍ରାମ, ଦଳର ନେତୃତ୍ଵ ପାରନ୍ତି ଏହି ଖେଳାଳି

21/07/2023 at 7:11 PM

ନୂଆଦିଲ୍ଲୀ: ଭାରତୀୟ ଦଳ ବର୍ତ୍ତମାନ ଓ୍ଵେଷ୍ଟଇଣ୍ଡିଜ ଗସ୍ତରେ ରହିଛି। ଏହି ଗସ୍ତରେ ଦଳ ୨ଟି ଟେଷ୍ଟ, ୩ଟି ଦିନିକିଆ ଏବଂ ୫ଟି ଟି-୨୦ ମ୍ୟାଚ୍ ଖେଳିବ। ଓ୍ଵେଷ୍ଟଇଣ୍ଡିଜ ବିପକ୍ଷ ସିରିଜ୍ ସମାପ୍ତ ପରେ ଦଳ ଆୟରଲାଣ୍ଡ ଯାତ୍ରା କରିବ। ଏହି ଗସ୍ତରେ ଭାରତୀୟ ଦଳ ଘରୋଇ ଆୟରଲାଣ୍ଡ ବିପକ୍ଷରେ ୩ ମ୍ୟାଚ୍ ବିଶିଷ୍ଟ ଟି-୨୦ ଶୃଙ୍ଖଳା ଖେଳିବ।

ଆୟରଲାଣ୍ଡ ଗସ୍ତକୁ ନେଇ ବଡ଼ ଖବର ସାମ୍ନାକୁ ଆସିଛି। ଗଣମାଧ୍ୟମ ରିପୋର୍ଟ ଅନୁଯାୟୀ, ଆୟରଲାଣ୍ଡ ଗସ୍ତରେ ଭାରତ ସମସ୍ତ ଯୁବ ଖେଳାଳିଙ୍କ ଦଳକୁ ପଠାଇପାରେ। ହାର୍ଦ୍ଦିକ ପାଣ୍ଡ୍ୟା ଏବଂ ତିନି ଫର୍ମାଟ୍‌ରେ ଖେଳୁଥିବା ଶୁଭମନ ଗିଲ୍‌ଙ୍କୁ ବିଶ୍ରାମ ଦିଆଯାଇପାରେ, ଯଦ୍ଵାରା ଏସିଆ କପ୍ ଏବଂ ବିଶ୍ଵକପ୍‌କୁ ଦୃଷ୍ଟିରେ ରଖି ଖେଳାଳିଙ୍କ ଉପରେ କାର୍ଯ୍ୟଭାରକୁ ସଞ୍ଚାଳନ କରାଯାଇ ପାରିବ।

IND vs SL: "I Was Always Keen From 2020 For Him To Be A Part Of The Indian  Team" - Hardik Pandya On Suryakumar Yadav

ଭାରତୀୟ କ୍ରିକେଟ୍ କଣ୍ଟ୍ରୋଲ ବୋର୍ଡ(ବିସିସିଆଇ)ର ସୂତ୍ର ଅନୁଯାୟୀ, ଏ ପର୍ଯ୍ୟନ୍ତ କିଛି ସ୍ଥିର ହୋଇ ନାହିଁ। ଏହା ଉପରେ ନିର୍ଭର କରେ ଦିନିକିଆ ଏବଂ ଟି-୨୦ ଖେଳିବାପରେ ହାର୍ଦ୍ଦିକ ପାଣ୍ଡ୍ୟା କେମିତି ଅନୁଭବ କରୁଛନ୍ତି। କାରଣ ସିରିଜ୍ ସମୟରେ ବହୁତ ଯାତ୍ରା କରିବାକୁ ପଡ଼ିବ। ଫ୍ଲୋରିଡାରୁ ଡବଲିନ ଯାତ୍ରାରେ ତିନି ଦିନ ସମୟ ଲାଗିଥାଏ।

ହାର୍ଦ୍ଦିକ ପାଣ୍ଡ୍ୟା ଭାରତୀୟ ଦିନିକିଆ ଦଳର ପ୍ରମୁଖ ସଦସ୍ୟ। ଅଲରାଉଣ୍ଡର ହୋଇଥିବାରୁ ଦଳକୁ ସେ ସନ୍ତୁଳନ ପ୍ରଦାନ କରିଥାନ୍ତି। ଦଳ ପ୍ରବନ୍ଧକ ଏବଂ ଚୟନକର୍ତ୍ତା ତାଙ୍କୁ ନେଇ ସତର୍କ ରହିବାକୁ ଚାହାନ୍ତି। କାରଣ ସେ ବିଶ୍ଵକପ୍ ଦଳରେ ଉପ ଅଧିନାୟକ ହେବାକୁ ଯାଉଛନ୍ତି।

ସୂର୍ଯ୍ୟକୁମାର ନେଇ ପାରନ୍ତି ନେତୃତ୍ଵ

ହାର୍ଦ୍ଦିକ ପାଣ୍ଡ୍ୟାଙ୍କ ଅନୁପସ୍ଥିତିରେ ସୂର୍ଯ୍ୟକୁମାର ଯାଦବଙ୍କୁ ଟି-୨୦ ଦଳର ନେତୃତ୍ଵ ନେବାର ସୁଯୋଗ ମିଳିପାରେ। ଓ୍ଵେଷ୍ଟଇଣ୍ଡିଜ ବିପକ୍ଷ ଟି-୨୦ ସିରିଜରେ ମଧ୍ୟ ସୂର୍ଯ୍ୟ ଦଳର ଉପଅଧିନାୟକ ଦାୟିତ୍ଵ ସମ୍ଭାଳିବେ। ଆୟରଲାଣ୍ଡ ଗସ୍ତରେ ନିୟମିତ ଅଧିନାୟକ ରୋହିତ ଶର୍ମା, ବିରାଟ କୋହଲିଙ୍କ ପରି ବରିଷ୍ଠ ଖେଳାଳିଙ୍କୁ ବିଶ୍ରାମ ମିଳିପାରେ।

   Related Posts