ଗୁଜୁରାଟ ବିଧାନସଭା ନିର୍ବାଚନ ପୂର୍ବରୁ କଂଗ୍ରେସକୁ ବଡ ଝଟ୍କା, ଇସ୍ତଫା ଦେଲେ ହାର୍ଦ୍ଦିକ ପଟେଲ
18/05/2022 at 11:28 AM

ନୂଆଦିଲ୍ଲୀ ୧୮/୦୫: ଦୀର୍ଘଦିନର କଳ୍ପନା ଜଳ୍ପନାର ଅନ୍ତ । ଶେଷରେ ହାତ ଛାଡିଛନ୍ତି ହାର୍ଦ୍ଦିକ ପଟେଲ । ଯାହା କୁହାଯାଉଛି କି, ଗୁଜୁରାଟ ବିଧାନସଭା ନିର୍ବାଚନ ପୂର୍ବରୁ କଂଗ୍ରେସକୁ ଲାଗିଛି ବଡ଼ ଝଟ୍କା । କଂଗ୍ରେସରୁ ପ୍ରାଥମିକ ସଦସ୍ୟ ପଦରୁ ଇସ୍ତଫା ଦେଇଛନ୍ତି ହାର୍ଦ୍ଦିକ । ଇସ୍ତଫା ଦେବା ସହ କଂଗ୍ରେସକୁ ଟାର୍ଗେଟ କରିଛନ୍ତି ।
ଟ୍ଵିଟ୍ କରି କହିଛନ୍ତି ଯେ, ଆଜି ମୁଁ ନିଜକୁ ଷ୍ଟ୍ରଙ୍ଗ କରି ଏପରି ନିଷ୍ପତ୍ତି ନେବାକୁ ବାଧ୍ୟ ହେଲି ଯେ, କଂଗ୍ରେସ ପାର୍ଟି ପଦ ଏବଂ ସଦସ୍ୟତାରୁ ଇସ୍ତଫା ଦେଉଛି । ମୋର ଏହି ନିଷ୍ପତ୍ତିକୁ ମୋର ସାଥୀମାନେ ଏବଂ ଗୁଜୁରାଟର ଜନତା ସ୍ଵାଗତ କରିବେ ବୋଲି ମୋର ଆଶା ରହିଛି । ମୋର ଏହି ପଦକ୍ଷେପ ପରେ ମୁଁ ଗୁଜୁରାଟର ଜନତାଙ୍କ ପାଇଁ ସଚ୍ଚୋଟତାର ସହ କାମ କରିବି ।
आज मैं हिम्मत करके कांग्रेस पार्टी के पद और पार्टी की प्राथमिक सदस्यता से इस्तीफा देता हूँ। मुझे विश्वास है कि मेरे इस निर्णय का स्वागत मेरा हर साथी और गुजरात की जनता करेगी। मैं मानता हूं कि मेरे इस कदम के बाद मैं भविष्य में गुजरात के लिए सच में सकारात्मक रूप से कार्य कर पाऊँगा। pic.twitter.com/MG32gjrMiY
— Hardik Patel (@HardikPatel_) May 18, 2022
ଦଳରୁ ଇସ୍ତଫା ଦେଇ ହାର୍ଦ୍ଦିକ କଂଗ୍ରେସକୁ ଟାର୍ଗେଟ୍ କରିଛନ୍ତି । ସେ କହିଛନ୍ତି ଯେ, କଂଗ୍ରେସ ଦେଶ ହିତ ଏବଂ ସମାଜ ହିତର ବୀପରିତ ଦିଗରେ କାମ କରୁଛି । କଂଗ୍ରେସ ପାର୍ଟିର ବିରୋଧ ରାଜନୀତି ପର୍ଯ୍ୟନ୍ତ ସୀମିତ । ରାମ ମନ୍ଦିର, ସିଏଏ-ଏନଆରସି, ଧାରା ୩୭୦, ଜିଏସଟି ଲାଗୁ କରିବାରେ କଂଗ୍ରେସ ବାଧା ସୃଷ୍ଟି କରିଛି, ଯେତେବେଳେ ଦେଶ ସଙ୍କଟରେ ଥିଲା ସେତେବେଳେ ଆମ ନେତା ବିଦେଶରେ ଥିଲେ ।
ହାର୍ଦ୍ଦିକ ପଟେଲ ଗୁଜୁରାଟ କଂଗ୍ରେସର କାର୍ଯ୍ୟକାରୀ ଅଧ୍ୟକ୍ଷ ଥିଲେ । ହେଲେ କିଛି ଦିନ ହେବ ସେ କଂଗ୍ରେସର ନେତୃତ୍ଵକୁ ନେଇ ଅସନ୍ତୁଷ୍ଟ ଥିଲେ । ଏନେଇ ସେ ବହୁଥର ନିଜର ଅସନ୍ତୋଷ ପ୍ରକାଶ କରିଥିଲେ । ଏପରିକି ଦଳରେ କୌଣସି ନିଷ୍ପତ୍ତି ନେବା ପାଇଁ ତାଙ୍କ ନିକଟରେ କ୍ଷମତା ନାହିଁ ବୋଲି କହିଥିଲେ । କଂଗ୍ରେସରୁ ଇସ୍ତଫା ଦେଇପାରନ୍ତି ବୋଲି ପୂର୍ବରୁ ଅଟକଳ କରାଯାଉଥିଲା। ଏବେ ସବୁ ଚର୍ଚ୍ଚାର ଅନ୍ତ ଘଟିଛି । ହାର୍ଦ୍ଦିକ ପଟେଲ କଂଗ୍ରେସରୁ ଇସ୍ତଫା ଦେଇଛନ୍ତି।