ପଦ୍ମ ଧରିଲେ ହାର୍ଦ୍ଦିକ ପଟେଲ, କହିଲେ ଦଳରେ ଛୋଟିଆ ସିପାହୀ ହୋଇ କରିବି କାମ

Published By : Prameya-News7 Bureau | June 02, 2022 IST

ନୂଆଦିଲ୍ଲୀ ୦୨/୦୬: ବିଜେପିରେ ସାମିଲ ହେଲେ ପାର୍ଟିଦାର ନେତା ହାର୍ଦ୍ଦିକ ପଟେଲ । ଗୁଜୁରାଟ ଗାନ୍ଧୀନଗରରେ ଭବ୍ୟ ସମାରୋହରେ ସେ ବିଦ୍ଧିବଧ ଭାବେ ଦଳରେ ସାମିଲ ହୋଇଛନ୍ତି । ନିକଟରେ କଂଗ୍ରେସ ଛାଡିଥିଲେ ଏହି ଯୁବନେତା ।

wp:html /wp:html

ପୂର୍ବରୁ ସେ ବିଜେପିରେ ସାମିଲେ ହେବା ନେଇ ଟ୍ୱିଟ କରି ଜଣାଇଥିଲେ । ସେ କହିଥିଲେ 'ଜାତୀୟ ସ୍ୱାର୍ଥ, ରାଜ୍ୟ ସ୍ୱାର୍ଥ, ଜନସାଧାରଣଙ୍କ ଆଗ୍ରହ ଏବଂ ସାମାଜିକ ସ୍ୱାର୍ଥର ଭାବନା ସହିତ ମୁଁ ଆଜିଠାରୁ ଏକ ନୂତନ ଅଧ୍ୟାୟ ଆରମ୍ଭ କରିବାକୁ ଯାଉଛି । ଭାରତର ସଫଳ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ଭୋଇ ମୋଦୀଙ୍କ ନେତୃତ୍ୱରେ ମୁଁ ଦେଶ ପାଇଁ ସେବା କରିବାର ଉତ୍ତମ କାର୍ଯ୍ୟରେ ମୁଁ ଜଣେ ଛୋଟ ସିପାହୀ ହୋଇ କାମ କରିବି ।

ଗତ ଦୁଇଦିନ ତଳେ ସେ ଜୁନ ୨ ଅର୍ଥାତ୍ ଆଜି ବିଜେପିରେ ସାମିଲ ହେବା ନେଇ ସ୍ପଷ୍ଟ କରିଥିଲେ । କଂଗ୍ରେସକୁ ଟାର୍ଗେଟ କରି ହାର୍ଦ୍ଦିକ ପଟେଲ କହିଥିଲେ ଯେ ଦଳର ରାଜନୀତି କେବଳ ବିରୋଧ କରିବାକୁ ସୀମିତ ରହିଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.