IPL ମଝିରେ ହାର୍ଦ୍ଦିକ ଓ କୃଣାଲଙ୍କୁ ଲାଗିଲା କୋଟି କୋଟିର ଚୂନ,ମହାଠକ ସାଜିଲା ସାବତ ଭାଇ

Published By : Prameya-News7 Bureau | April 11, 2024 IST

ମୁମ୍ୱାଇ ୧୧/୦୪: ଠକିଗଲେ ମୁମ୍ବାଇ ଇଣ୍ଡିଆନ୍ ଅଧିନାୟକ ହାର୍ଦ୍ଦିକ ପାଣ୍ଡ୍ୟା ଏବଂ ଲକ୍ଷ୍ନୌ ସୁପର ଜିଆଣ୍ଟସ୍ ଅଲରାଉଣ୍ଡର କ୍ରୁଣାଲ ପାଣ୍ଡ୍ୟା । ଲକ୍ଷେ କି ଦୁଇ ଲକ୍ଷ ନୁହେଁ କୋଟି କୋଟିର ଠକେଇ ଅଭିଯୋଗ ହୋଇଛି । କ୍ରିକେଟର ହାର୍ଦ୍ଦିକ ପାଣ୍ଡ୍ୟା ଏବଂ ତାଙ୍କ ଭାଇ କ୍ରୁଣାଲ ପାଣ୍ଡ୍ୟାଙ୍କୁ ଠକିଥିବା ଅଭିଯୋଗରେ ମୁମ୍ବାଇର ଇକୋନୋମିକ୍ ଅଫେନ୍ସ ୱିଙ୍ଗ (EOW) ତାଙ୍କୁ ଗିରଫ କରିଛି । ଅଭିଯୁକ୍ତ ଜଣଙ୍କ ହେଉଛନ୍ତି ପାଣ୍ଡ୍ୟା ବ୍ରଦର୍ସଙ୍କ ସାବତ ଭାଇ । 

ଏହି ମାମଲା ୨୦୨୧ ମସିହାରେ ହୋଇଥିଲା । ଯେତେବେଳେ ଅଭିଯୁକ୍ତ ବୈଭବ ପାଣ୍ଡ୍ୟା ବ୍ରଦର୍ସଙ୍କ ସହ ପଲିମର ବ୍ୟବସାୟ ଆରମ୍ଭ କରିଥିଲେ । କମ୍ପାନୀରେ ହାର୍ଦ୍ଦିକ ଏବଂ କ୍ରୁଣାଲଙ୍କ ଅଂଶ ଥିଲା ୪୦-୪୦ ପ୍ରତିଶତ । ସେହିଭଳି ବୈଭବଙ୍କର ଥିଲା ୨୦ ପ୍ରତିଶତ ଅଂଶଧନ । ସହଭାଗୀତାର ସର୍ତ୍ତ ଅନୁଯାୟୀ, କମ୍ପାନୀରୁ ଲାଭ ତିନିଜଣଙ୍କ ମଧ୍ୟରେ ବଣ୍ଟାଯିବ । 

କମ୍ପାନୀର ଲାଭ ଟଙ୍କା ପାଣ୍ଡ୍ୟା ବ୍ରଦର୍ସଙ୍କୁ ଦେବା ପରିବର୍ତ୍ତେ ଅଭିଯୁକ୍ତ ବୈଭବ ଏକ ଅଲଗା କମ୍ପାନୀ କରି ଏହାର ଲାଭ ପରିମାଣକୁ ହସ୍ତାନ୍ତର କରିଥିଲେ । ଏହି କାରଣରୁ ପାଣ୍ଡ୍ୟା ବ୍ରଦର୍ସ ପ୍ରାୟ ୪.୩ କୋଟି ଟଙ୍କା କ୍ଷତି ସହିଥିଲେ । ହାର୍ଦ୍ଦିକଙ୍କ ଅଭିଯୋଗ ଆଧାରରେ EOW ବୈଭବ ପାଣ୍ଡ୍ୟାଙ୍କୁ ଗିରଫ କରିଛି । ଅଭିଯୁକ୍ତ ବୈଭବଙ୍କୁ ୫ଦିନ ପୋଲିସ କଷ୍ଟଡିକୁ ନେଇଛି । 

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.