IPL-2024 ପାଇଁ ମୁମ୍ବାଇ ଇଣ୍ଡିଆନ୍ସରେ ବଡ଼ ପରିବର୍ତ୍ତନ: ହାର୍ଦ୍ଦିକ ପାଣ୍ଡ୍ୟା କ୍ୟାପଟେନ୍‌, ରୋହିତଙ୍କ ୧୦ ବର୍ଷର ନେତୃତ୍ୱ ଶେଷ!

Published By : Prameya-News7 Bureau | December 15, 2023 IST

ନୂଆଦିଲ୍ଲୀ: ମୁମ୍ବାଇ ଇଣ୍ଡିଆନ୍ସକୁ ପୂରା ଦମ୍‌ରେ ରିଟର୍ଣ୍ଣ କରୁଛନ୍ତି ହାର୍ଦ୍ଦିକ ପାଣ୍ଡ୍ୟା। କେବଳ ଫେରିନାହାନ୍ତି, ବରଂ MIର ଧରିଛନ୍ତି ମଙ୍ଗ। ଅର୍ଥାତ୍‌ ଆଗାମୀ ଆଇପିଏଲ୍‌ରେ ହାର୍ଦ୍ଦିକ ପାଣ୍ଡ୍ୟା ହେବେ କ୍ୟାପଟେନ୍। ଦଶ ବର୍ଷ ଧରି ମୁମ୍ବାଇର ନେତୃତ୍ୱ ନେଉଥିବା ଷ୍ଟାର୍‌ କ୍ରିକେଟର୍‌ ରୋହିତ ଶର୍ମା ଅଧିନାୟକ ପଦରୁ ବିଦାୟ ନେବେ।  

ରୋହିତ ଦୀର୍ଘ ସମୟ ଧରି ଦଳର ଅଧିନାୟକ ରହିଥିଲେ। ତାଙ୍କ ଉପସ୍ଥିତିରେ ମୁମ୍ବାଇ ପାଞ୍ଚ ଥର ଟାଇଟଲ ଜିତିଥିଲା। କିନ୍ତୁ ବର୍ତ୍ତମାନ ରୋହିତ ଅଧିନାୟକ ଦାୟିତ୍ୱରୁ ମୁକ୍ତି ପାଇଛନ୍ତି। ପାଣ୍ଡ୍ୟାଙ୍କ ନେତୃତ୍ୱରେ ଗୁଜୁରାଟ ଟାଇଟାନ୍ସ ଚାମ୍ପିଅନ୍ ହୋଇଛି।

ମୁମ୍ବାଇ ଇଣ୍ଡିଆନ୍ସ ଏହାର ଅଫିସିଆଲ ୱେବସାଇଟରେ ପାଣ୍ଡ୍ୟାଙ୍କୁ ଅଧିନାୟକ କରିବାର ଖବର ସେୟାର କରିଛି। ମୁମ୍ବାଇ କହିଛି ଯେ, ମୁମ୍ବାଇ ଇଣ୍ଡିଆନ୍ସ ଆଜି ଅଧିନାୟକତ୍ୱ ପରିବର୍ତ୍ତନ ଘୋଷଣା କରୁଛି। ଆଗାମୀ ସିଜନରେ ଅଲରାଉଣ୍ଡର ହାର୍ଦ୍ଦିକ ପାଣ୍ଡ୍ୟା ଅଧିନାୟକ ହେବେ। ରୋହିତ ଶର୍ମାଙ୍କ ଅଧିନାୟକତ୍ୱରେ ମୁମ୍ବାଇ ଏପର୍ଯ୍ୟନ୍ତ ସଫଳ ହୋଇଛି। ରୋହିତ ଶର୍ମାଙ୍କ ପାଇଁ ଆମ ଦଳ କୃତଜ୍ଞ। ୨୦୧୩ରୁ ବର୍ତ୍ତମାନ ପର୍ଯ୍ୟନ୍ତ ତାଙ୍କର କାର୍ଯ୍ୟକାଳ ମହତ୍ୱପୂର୍ଣ୍ଣ ଥିଲା। ସେ ଆଇପିଏଲ ଇତିହାସର ସର୍ବୋତ୍ତମ ଅଧିନାୟକଙ୍କ ମଧ୍ୟରୁ ଜଣେ।

wp:html /wp:html

ଯଦି ଆମେ ଆଇପିଏଲରେ ହାର୍ଦ୍ଦିକଙ୍କ ବ୍ୟକ୍ତିଗତ ପ୍ରଦର୍ଶନକୁ ଦେଖିବା, ସେ ଏପର୍ଯ୍ୟନ୍ତ ୧୨୩ ଆଇପିଏଲ୍ ମ୍ୟାଚ୍ ଖେଳିଛନ୍ତି। ଏହି ଅବଧି ମଧ୍ୟରେ ୨୩୦୯ ରନ୍ ସ୍କୋର କରିଛନ୍ତି। ଏଥିସହ ସେ ୫୩ ୱିକେଟ୍ ନେଇଛନ୍ତି। ୧୭ ରନ୍ ଦେଇ ୩ ୱିକେଟ୍ ନେବା ଏକ ଆଇପିଏଲ୍ ମ୍ୟାଚରେ ହାର୍ଦ୍ଦିକଙ୍କ ସର୍ବୋତ୍ତମ ପ୍ରଦର୍ଶନ। ସେ ଏହି ଟୁର୍ଣ୍ଣାମେଣ୍ଟରେ ୧୦ ଅର୍ଦ୍ଧଶତକ ହାସଲ କରିଛନ୍ତି।

ସେହିପରି ରୋହିତ ଶର୍ମା ମୁମ୍ବାଇର ସବୁଠାରୁ ସଫଳତମ ଅଧିନାୟକ ହୋଇଛନ୍ତି। ତାଙ୍କ ଅଧିନାୟକତ୍ୱରେ ଦଳ ପାଞ୍ଚ ଥର ଚାମ୍ପିୟନ ହୋଇଥିଲା। ୨୦୧୩, ୨୦୧୫, ୨୦୧୭, ୨୦୧୯ ଏବଂ ୨୦୨୦ରେ ମୁମ୍ବାଇ ଟାଇଟଲ୍ ଜିତିଥିଲା। ଆଇପିଏଲରେ ରୋହିତ ୨୪୩ଟି ମ୍ୟାଚରେ ୬୨୧୧ ରନ୍ ସଂଗ୍ରହ କରିଛନ୍ତି। ଏହି ଅବଧି ମଧ୍ୟରେ ସେ ଗୋଟିଏ ଶତକ ଏବଂ ୪୨ ଅର୍ଦ୍ଧଶତକ ହାସଲ କରିଛନ୍ତି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.