କ୍ରିକେଟ୍‌ରୁ ଲମ୍ଵା ବ୍ରେକ୍ ପରେ ମଇଦାନକୁ ଫେରିଲେ ହାର୍ଦ୍ଦିକ ପାଣ୍ଡ୍ୟା, ଖୋଲା ଦେହରେ ଦୌଡିଲେ

Published By : Prameya-News7 Bureau | August 19, 2020 IST

ମୁମ୍ବାଇ ୧୯।୦୮: ନିକଟରେ ବାପା ହୋଇଥିବା ହାର୍ଦ୍ଦିକ ପାଣ୍ଡ୍ୟା କ୍ରିକେଟ୍‌ରୁ ଲମ୍ବା ବିରତି ପରେ ପଡିଆକୁ ଫେରିଛନ୍ତି। ପାଣ୍ଡ୍ୟା ନିଜର ଆଇପିଏଲ ଫ୍ରାଞ୍ଚାଇଜି ମୁମ୍ବାଇ ଇଣ୍ଡିଆନ୍ସ ପାଇଁ ସେପ୍ଟେମ୍ବରରେ ଆରମ୍ଭ ହେବାକୁ ଥିବା ଟି -୨୦ ଲିଗ୍‌ ପାଇଁ ପ୍ରସ୍ତୁତି ଆରମ୍ଭ କରି ଦେଇଛନ୍ତି। ଚଳିତ ବର୍ଷ ମାର୍ଚ୍ଚରେ ଆଇପିଏଲ ଆୟୋଜନ  ହେବାର ଥିଲା। ମାତ୍ର କୋଭିଡ୍-୧୯ ବିଶ୍ଵ ମହାମାରୀ କାରଣରୁ ଏହାକୁ ସ୍ଥଗିତ ରଖାଯାଇଥିଲା।

 ବୁଧବାର ଭାରତର ଏହି ତାରକା ଅଲରାଉଣ୍ଡର ନିଜର ଇନଷ୍ଟାଗ୍ରାମ ଆକାଉଣ୍ଟରେ ଦୌଡୁଥିବାର ଏକ ଫଟୋ ପୋଷ୍ଟ କରିଛନ୍ତି। ଏହି ଫଟୋରେ ପାଣ୍ଡ୍ୟା କେବଳ ହାପ ପେଣ୍ଟ ପିନ୍ଧିଛନ୍ତି। ଦୌଡୁଥିବା ପାଣ୍ଡ୍ୟା ବହୁତ ଫିଟ୍ ଥିବା ଦେଖା ଯାଉଛନ୍ତି।

wp:html
View this post on Instagram

Let's get this show on the road @mumbaiindians ?

A post shared by Hardik Pandya (@hardikpandya93) on

/wp:html

ଲମ୍ବା ବିରତିରେ ପାଣ୍ଡ୍ୟା ବିଶେଷଜ୍ଞଙ୍କ ରାୟ ମାନି ନିଜ ଶରୀରର କିଛି ଓଜନ ବଢାଇଛନ୍ତି। ଗତ ବର୍ଷ ସେ ଅଣ୍ଟାରେ ଆଘାତଜନିତ ସମସ୍ୟା ଦେଇ ଗତି କରୁଥିଲେ। ସେ ଗତ ବର୍ଷ ସେପ୍ଟେମ୍ବରରୁ ପ୍ରତିଯୋଗିତାମୂଳକ କ୍ରିକେଟ୍‌ରୁ ଦୂରରେ ଅଛନ୍ତି ଏବଂ ଚଳିତ ବର୍ଷ ଆଇପିଏଲରୁ ସେ କ୍ରିକେଟ୍ ମଇଦାନକୁ ପ୍ରତ୍ୟାବର୍ତ୍ତନ କରିବେ।

ପାଣ୍ଡ୍ୟାଙ୍ମ ଏହି ଫଟୋ ତାଙ୍କ ପ୍ରଶଂସକଙ୍କୁ ଖୁବ୍ ପସନ୍ଦ ଆସିଛି। ଏହାକୁ ଲାଇକ୍‌ କରିବାରେ ତାଙ୍କ ପତ୍ନୀ ନତାଶା ଷ୍ଟେନକୋଭିଚ୍ ମଧ୍ୟ ସାମିଲ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.