ଭାରତୀୟ ଦଳକୁ ପ୍ରତ୍ୟାବର୍ତ୍ତନ କରିବେ ହାର୍ଦ୍ଦିକ ପାଣ୍ଡ୍ୟା ? ଏନସିଏ କ୍ୟାମ୍ପରେ ସାମିଲ୍ ହେବାକୁ ମିଳିଲା ଆଦେଶ

Published By : Prameya-News7 Bureau | March 07, 2022 IST

ନୂଆଦିଲ୍ଲୀ ୦୭।୦୩:  ଭାରତୀୟ ଅଲରାଉଣ୍ଡର ହାର୍ଦ୍ଦିକ ପାଣ୍ଡ୍ୟାଙ୍କୁ ଜାତୀୟ କ୍ରିକେଟ୍ ଏକାଡେମୀ(ଏନସିଏ)ରେ ହେବାକୁ ଥିବା ଶିବିରରେ ଯୋଗ ଦେବାକୁ କୁହାଯାଇଛି। ପାଣ୍ଡ୍ୟା ଶେଷ ଥର ୨୦୨୧ ନଭେମ୍ବରରେ ଭାରତ ପକ୍ଷରୁ ଅନ୍ତର୍ଜାତୀୟ ମ୍ୟାଚ୍ ଖେଳିଥିଲେ। ମିଡିଆ ରିପୋର୍ଟ ମୁତାବକ ପାଣ୍ଡ୍ୟା ୨ ଦିନ ପରେ ଏନସିଏ ଶିବିରରେ ସାମିଲ୍ ହେବାର ସମ୍ଭାବନା ରହିଛି।

ଏହି ଶିବିର ମୁଖ୍ୟତଃ ୨୦୨୨ ଟି-୨୦ ବିଶ୍ଵ କପ୍‌କୁ ଆଖି ଆଗରେ ରଖି ଆୟୋଜିତ କରାଯାଉଛି। ଟି-୨୦ ବିଶ୍ଵ କପ୍ ୨୦୨୨ ଅଷ୍ଟ୍ରେଲିଆରେ ଆୟୋଜିତ ହେବ। କେବଳ ଭାରତୀୟ ସୀମିତ ଓଭର କ୍ରିକେଟ୍‌ରେ ଖେଳିବାର ସମ୍ଭାବନା ଥିବା ଖେଳାଳିଙ୍କୁ ଏନସିଏରେ ଯୋଗ ଦେବାକୁ କୁହାଯାଇଛି। ଆଇପିଏଲ ୨୦୨୨ ପୂର୍ବରୁ ଏହି ସବୁ ଖେଳାଳିଙ୍କୁ ନେଇ ଶିବିର ଆୟୋଜନ କରାଯିବ।

ହାର୍ଦ୍ଦିକ ପାଣ୍ଡ୍ୟା ୧୧ ଟେଷ୍ଟ, ୬୩ ଦିନିକିଆ ଏବଂ ୫୪ ଅନ୍ତର୍ଜାତୀୟ ଟି-୨୦ରେ ଭାରତୀୟ ଦଳର ପ୍ରତିନିଧିତ୍ଵ କରିଛନ୍ତି। ଟେଷ୍ଟରେ ହାର୍ଦ୍ଦିକ ପାଣ୍ଡ୍ୟା ୫୩୨ ରନ କରିଥିବା ବେଳେ ଦିନିକିଆ ଏବଂ ଟି-୨୦ ଅନ୍ତର୍ଜାତୀୟରେ କ୍ରମଶଃ ୧୨୮୬ ରନ ଏବଂ ୫୫୩ ରନ କରିଛନ୍ତି। ଦିନିକିଆ କ୍ରିକେଟ୍‌ରେ ତାଙ୍କର ବ୍ୟାଟିଂ ହାର ୩୨.୯୭ ରହିଛି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.