ମନସ୍କ l Manaska
ମନସ୍କ l Manaska
ମନସ୍କ l Manaska
ମନସ୍କ l Manaska
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online, odisha news,khabar odisha,news in oriya

ପ୍ରମୁଖ ଖବର
  • ବୁଲେଟପ୍ରୁଫ୍‌ କଣ୍ଟେନରରେ ରାଲିରେ ପହଞ୍ଚି ସମ୍ବୋଧନ କଲେ ଇମରାନ୍‌, ଆତଙ୍କୀ ଆକ୍ରମଣ ନେଇ ରହିଥିଲା ଚେତାବନୀ
  • ||
  • ଇସ୍ରୋକୁ ବଡ଼ ସଫଳତା, ସଫଳତାପୂର୍ବକ ଲଞ୍ଚ କଲା ଓ୍ବାନଓ୍ବେବର ୩୬ ଉପଗ୍ରହ
  • ||
  • ରାଜଧାନୀରେ ପୁଣି ଏନ୍‌କାଉଣ୍ଟର, ପୋଲିସ ଗୁଳିରେ ଅପରାଧି ଜିତୁ ଆହତ
  • ||
  • ୟୁକ୍ରେନ ସହ ଯୁଦ୍ଧ ମଧ୍ୟରେ ପୁଟିନ୍‌ଙ୍କ ବଡ଼ ଘୋଷଣା, କହିଲେ-ବେଲାରୁସ୍‌ରେ ପରମାଣୁ ହତିଆର ନିୟୋଜିତ କରିବ ରୁଷ
  • ||
  • ଭୂମିକମ୍ପ ଝଟକା ଥରିଲା ରାଜସ୍ଥାନ, ବିକାନୋର ଠାରୁ ୫୧୬ କିମି ଦୂରରେ କେନ୍ଦ୍ରସ୍ଥଳ
  • ||

ନତାଶା-ହାର୍ଦ୍ଦିକଙ୍କର ପଡିବ ହାତଗଣ୍ଠି, ଉଦୟପୁରରେ ନେବେ ସାତ ଫେରା

13/02/2023 at 8:40 AM

ମୁମ୍ଵାଇ ୧୩।୦୨: ବଲିଉଡର ପ୍ରସିଦ୍ଧ ଅଭିନେତ୍ରୀ ନତାଶା ଷ୍ଟାନକୋଭିକ୍ । ଷ୍ଟାର କ୍ରିକେଟର ହାର୍ଦ୍ଦିକ ପାଣ୍ଡ୍ୟା । ବର୍ତ୍ତମାନ ଦୁହିଁଙ୍କର କୌଣସି ପରିଚୟର ଆବଶ୍ୟକତା ନାହିଁ । ତାଙ୍କ ଫ୍ୟାନ୍ସ ଫଲୋର୍ସ ସଂଖ୍ୟା ଖୁବ୍‌ ଅଧିକ। ହେଲେ ବର୍ତ୍ତମାନ ପୁଣି ଥରେ ନତାଶା-ହାର୍ଦ୍ଦିକ ଚର୍ଚ୍ଚାର ଅଛନ୍ତି। କୁହାଯାଉଛି ଯେ ଦୁହେଁ ବିବାହ କରିବାକୁ ଯାଉଛନ୍ତି। ଏହି ଖବର ଶୁଣି ତାଙ୍କ ଫ୍ୟାନ୍ସ ଖୁସି ହୋଇଯାଇଛନ୍ତି।

କରୋନା ସମୟରେ ନତାଶା ଏବଂ ହାର୍ଦ୍ଦିକ କୋର୍ଟରେ ବିବାହ କରିଥିଲେ। ସେମାନଙ୍କ ବିବାହ ଖବର ଅନେକ ଚର୍ଚ୍ଚା ସୃଷ୍ଟି କରିଥିଲା । ଏହା ପରେ ଦୁହିଁଙ୍କର ପୁଅ ଅଗସ୍ତ୍ୟ ପାଣ୍ଡ୍ୟା ଜନ୍ମ ହୋଇଥିଲେ। ମିଡିଆ ରିପୋର୍ଟ ଅନୁଯାୟୀ, ବର୍ତ୍ତମାନ ଉଭୟ ଏକ ଗ୍ରାଣ୍ଡ ବିବାହ କରିବାକୁ ଯାଉଛନ୍ତି। ମିଡିଆ ରିପୋର୍ଟ ଅନୁଯାୟୀ ୧୪ ଫେବୃଆରୀ ୨୦୨୩  ଅର୍ଥାତ୍ ଭାଲେଣ୍ଟାଇନ୍ସ ଡେ,ରେ ନତାଶା ଏବଂ ହାର୍ଦ୍ଦିକ ରାଜସ୍ଥାନର ଉଦୟପୁରରେ ସାତ ଫେରା ନେବେ।

ଖବର ଅନୁଯାୟୀ, ନତାଶା ଏବଂ ହାର୍ଦ୍ଦିକ ବିବାହ ପାଇଁ ଉଦୟପୁର ଯାଇଛନ୍ତି। ଦୁହିଁଙ୍କର ବିବାହର ପୂର୍ବ କାର୍ଯ୍ୟ ଫେବୃଆରୀ ୧୩ରୁ ଆରମ୍ଭ ହେବ । ହଳଦୀ, ମେହେନ୍ଦୀ ଏବଂ ସଂଗୀତର ସମସ୍ତ ପ୍ରି-ୱେଡିଂ କାର୍ଯ୍ୟଗୁଡ଼ିକ କରାଯିବ । ହେଲେ ବିବାହ ସମ୍ପର୍କରେ ଏପର୍ଯ୍ୟନ୍ତ କୌଣସି ଅଫିସିଆଲି ଘୋଷଣା କରାଯାଇ ନାହିଁ। କହିବାକୁ ଗଲେ ଯେ ୩୧ ମେ ୨୦୨୦ରେ ଉଭୟଙ୍କର ଏକ ସରଳ ବିବାହ ହୋଇଥିଲା । ଏଭଳି ପରିସ୍ଥିତିରେ କପଲ ଏକ ବଡ ତଥା ଗ୍ରାଣ୍ଡ ବିବାହ କରିବାକୁ ପ୍ରସ୍ତୁତ ହେଉଛନ୍ତି।

   Related Posts