Hardhik Pandya Divorce; ପତ୍ନୀ ନତାଶାଙ୍କୁ ଟଙ୍କା ଦେବା ପାଇଁ ମୁମ୍ଵାଇ ଇଣ୍ଡିଆନ୍ସରେ ଯୋଗ ଦେଇଥିଲେ ହାର୍ଦ୍ଦିକ୍ ?

Published By : Prameya-News7 Bureau | May 26, 2024 IST

ଟିମ୍ ଇଣ୍ଡିଆର ଅଲରାଉଣ୍ଡର ହାର୍ଦ୍ଦିକ ପାଣ୍ଡ୍ୟା । ତାଙ୍କ ପତ୍ନି ନତାଶା ଷ୍ଟାନକୋଭିକ୍‌ଙ୍କ ମଧ୍ୟରେ ଛାଡପତ୍ରର ଗୁଜବ ଏବେ ଚର୍ଚ୍ଚାର ବିଷୟ ପାଲଟିଛି। ଗଣମାଧ୍ୟମ ରିପୋର୍ଟରେ ଦାବି ହେଉଛି ଯେ ଏହି ଦମ୍ପତି ପରସ୍ପର ଠାରୁ ଅଲଗା ହୋଇଯାଇଛନ୍ତି। ଏହି ଖବର ଦ୍ରୁତଗତିରେ ବ୍ୟାପିବାରେ ଲାଗିଛି । କାରଣ ନତାଶା ତାଙ୍କ ଇନଷ୍ଟାଗ୍ରାମରୁ 'ପାଣ୍ଡ୍ୟା' ନାମ ହଟାଇ ଦେଇଛନ୍ତି । ଏତିକି ହିଁ ନୁହେଂ ସେ ଫଟୋ ମଧ୍ୟ ଡିଲିଟ୍‌ କରିଛନ୍ତି।  ଖବର ଅନୁଯାୟୀ, ଯଦି ଉଭୟ ଛାଡପତ୍ର ହୁଅନ୍ତି, ତେବେ ହାର୍ଦ୍ଦିକଙ୍କୁ ତାଙ୍କ ସମ୍ପତ୍ତିର ୭୦ ପ୍ରତିଶତ ନତାଶାଙ୍କୁ ଦେବାକୁ ପଡିବ। ବର୍ତ୍ତମାନ ହାର୍ଦ୍ଦିକ ମୁମ୍ବାଇ ଇଣ୍ଡିଆନ୍ସରେ ଯୋଗଦେବା ବିଷୟରେ ଏକ ଆଶ୍ଚର୍ଯ୍ୟଜନକ ଘଟଣା ସାମ୍ନାକୁ ଆସୁଛି।


ଅନେକ ଗଣମାଧ୍ୟମ ରିପୋର୍ଟରେ ଦାବି କରାଯାଇଛି ଯେ ନତାଶା ତାଙ୍କ ନାମରେ ହାର୍ଦ୍ଦିକଙ୍କ ୭୦ ପ୍ରତିଶତ ସମ୍ପତ୍ତି ପାଇଛନ୍ତି। ଏହା ମଧ୍ୟ କୁହାଯାଉଛି ଯେ ତାଙ୍କ ପତ୍ନୀଙ୍କୁ ଟଙ୍କା ଦେବା ପାଇଁ ହାର୍ଦ୍ଦିକ ଆଇପିଏଲ ଦଳ ଗୁଜୁରାଟ ଟାଇଟାନ୍ସ ଛାଡି ମୁମ୍ବାଇ ଇଣ୍ଡିଆନ୍ସରେ ଯୋଗଦେବାକୁ ନିଷ୍ପତ୍ତି ନେଇଥିଲେ। ଆଇପିଏଲ୍ ୨୦୨୪ ନିଲାମ ପୂର୍ବରୁ ହାର୍ଦ୍ଦିକଙ୍କୁ ମୁମ୍ବାଇ ଗୁଜୁରାଟରୁ କିଣିଥିଲା  ଏହା ଏକ ନଗଦ କାରବାର ଥିଲା । ମୁମ୍ବାଇ ତାଙ୍କୁ ୧୫ କୋଟି ଟଙ୍କାରେ ନିଜ ଦଳରେ ଯୋଡିଥିଲା। ଏହା ପରେ ଖବର ଆସିଥିଲା ଯେ ହାର୍ଦ୍ଦିକଙ୍କୁ ନିଜ ଦଳକୁ ଆଣିବା ପାଇଁ ମୁମ୍ବାଇ ଗୁଜୁରାଟକୁ ପୃଥକ ଭାବରେ ୧୦୦ କୋଟି ଟଙ୍କା ଦେଇଛି।

 


ମୁମ୍ବାଇ ଇଣ୍ଡିଆନ୍ସ ରୋହିତ ଶର୍ମାଙ୍କୁ ହଟାଇ ଦଳର କମାଣ୍ଡ ହାର୍ଦ୍ଦିକ ପାଣ୍ଡ୍ୟାଙ୍କୁ ଦେଇଥିଲା। ହାର୍ଦ୍ଦିକଙ୍କ ଅଧିନାୟକତ୍ୱରେ ମୁମ୍ବାଇର ପ୍ରଦର୍ଶନ ଅତ୍ୟନ୍ତ ଖରାପ ଥିଲା ଏବଂ ପ୍ଲେ ଅଫ୍ ରେସ୍‌ରୁ ଦଳ ପ୍ରଥମେ ବାହାରିଯାଇଥିଲା। ମୁମ୍ବାଇ ୧୪ ଟି ମ୍ୟାଚ ମଧ୍ୟରୁ ୪ଟି ଜିତି ପଏଣ୍ଟ ଟେବୁଲର ଶେଷ ସ୍ଥାନରେ ରହିଥିଲା । ଏହି ଅବଧି ମଧ୍ୟରେ, ନତାଶା ସମଗ୍ର ଆଇପିଏଲରୁ ଗାଏବ ରହିଥିଲେ। ମୁମ୍ବାଇର କୌଣସି ମ୍ୟାଚ୍‌ରେ ଚିଅର କରିବା ପାଇଁ ସେ ଷ୍ଟାଡିୟମରେ ପହଞ୍ଚି ନଥିଲେ, କିନ୍ତୁ ଗତ ଆଇପିଏଲ୍ ସିଜନରେ ନତାଶା ହାର୍ଦ୍ଦିକଙ୍କ ସହ ନଜର ଆସିଥିଲେ। ସେବେଠାରୁ କଳ୍ପନାଜଳ୍ପନା ଚାଲିଥିଲା ଯେ ନତାଶା ଏବଂ ହାର୍ଦ୍ଦିକଙ୍କ ମଧ୍ୟରେ ସବୁ କିଛି ଠିକ୍ ଚାଲିନାହିଁ। କହିବାକୁ ଗଲେ ହାର୍ଦ୍ଦିକ ନତାଶାଙ୍କ ଜନ୍ମଦିନରେ କିଛି ପୋଷ୍ଟ କରିନାହାଁନ୍ତି । ଏହି ସବୁ ଜିନିଷକୁ ଦେଖିଲେ ଅନୁମାନ କରାଯାଉଛି ଯେ ସେମାନଙ୍କ ସମ୍ପର୍କରେ ଦୂରତା ଆସିଛି ।

 

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.