‘ମୁଁ କାହାକୁ ଖାତିର କରୁନାହିଁ...ମୋତେ ହଜାରେ ଲୋକ ଅଟକାଇବାକୁ ଚେଷ୍ଟା କରିଥିଲେ...’ ପାଣ୍ଡ୍ୟାଙ୍କ ମନ୍ତବ୍ୟ କାହାକୁ କରୁଛି ଇଙ୍ଗିତ ?

Published By : Prameya-News7 Bureau | March 01, 2024 IST

ନୂଆଦିଲ୍ଲୀ: ୨୦୨୪ ଆଇପିଏଲ ସଂସ୍କରଣରେ ଖେଳିବେ ହାର୍ଦ୍ଦିକ୍ ପାଣ୍ଡ୍ୟା । ଗତ ପୁରୁଷ କ୍ରିକେଟ୍ ବିଶ୍ବକପରେ  ବାଂଲଦେଶ ସହିତ ମ୍ୟାଚ୍ ବେଳେ ଆହତ ହୋଇଥିଲା । ଏହା ପରେ ସେ ଅଷ୍ଟ୍ରେଲିଆ ବିରୋଧରେ ଘରୋଇ ଟି-୨୦ ସିରିଜ୍, ଦକ୍ଷିଣ ଆଫ୍ରିକା ସିରିଜ୍, ଅଫଗାନିସ୍ତାନ ବିରୋଧରେ ଘରୋଇ ଶୃଙ୍ଖଳାରୁ ବାଦ୍ ପଡ଼ିଛନ୍ତି । ଗତବର୍ଷ ଭଳି ଏଥରେ ବି ସେ ଆଇପିଏଲରେ ନଜରକୁ ଆସିବେ । ମୁମ୍ବାଇ ଇଣ୍ଡିଆନ୍ସ ତାଙ୍କୁ ଗୁଜରାଟ୍ ଟାଇଟନ୍ସ ନିକଟରୁ ଟ୍ରେଡ୍ କରିଛି । ସେ ଆସନ୍ତା ଆଇପିଏଲ ସଂସ୍କରଣରେ ମୁମ୍ବାଇ ପକ୍ଷରୁ ଅଧିନାୟକତ୍ବ କରିବେ । ଏହାରି ଭିତରେ ହାର୍ଦ୍ଦିକ୍ ପାଣ୍ଡ୍ୟା ଏକ ଇଣ୍ଟରଭ୍ୟୁରେ ନିଜ ବିଷୟରେ କିଛି ରାଜ୍ ଖୋଲିଛନ୍ତି । ଏଥିରେ ରୋହିତ୍ ଶର୍ମାଙ୍କୁ ଇଙ୍ଗିତ କରିଛନ୍ତି ।

ହାର୍ଦ୍ଦିକ୍ ପାଣ୍ଡ୍ୟା ୟିଟ୍ୟୁବର ୟୁକେ-୦୭ରାଇଡର ସହିତ ଆଲୋଚନା କରିଛନ୍ତି । ଏଥିରେ କହିଛନ୍ତି, ସେ ହୋମ୍ ବୟ, ଘରେ ରହିବାକୁ ତାଙ୍କର ପସନ୍ଦ । ମିଡିଆ ସମ୍ମାନକୁ ଆସି ଏଣୁ ତେଣୁ ଗପିବା ତାଙ୍କର ପସନ୍ଦ ନୁହେଁ । ଏହାଛଡ଼ା ହାର୍ଦ୍ଦିକ୍ କହିଛନ୍ତି, ୫୦ ଦିନ ପର୍ଯ୍ୟନ୍ତ ସେ ଘରୁ ବାହାରକୁ ବାହାରି ନାହାନ୍ତି । ଘର ଭିତରେ ଜିମ୍, ହୋମ୍ ଥିଏଟର ରହିଛି । ଯେଉଁ ଜିନିଷ ତାଙ୍କର ପସନ୍ଦ ସେସବୁ ତାଙ୍କ ଘରେ ରହିଛି  । ପରିବାର ବିନା କେଉଁ ଆଡ଼େ ଯିବାକୁ ମଧ୍ୟ ପସନ୍ଦ କରନ୍ତି ନାହିଁ ବୋଲି କହିଛନ୍ତି ।  

wp:embed {"url":"https://www.prameyanews7.com/bcci-tough-on-central-deal-pandya-started-playing-taking-action-against-2-people/","type":"wp-embed","providerNameSlug":"prameya-news-7"}
https://www.prameyanews7.com/bcci-tough-on-central-deal-pandya-started-playing-taking-action-against-2-people/
/wp:embed

ସେହିପରି ନିଜ ସଂଘର୍ଷର କାହାଣି ଶୁଣାଇଛନ୍ତି ହାର୍ଦ୍ଦିକ୍ ପାଣ୍ଡ୍ୟା । ନିଜ କାମକୁ ଭଲ ପାଆନ୍ତୁ, ସଚ୍ଚୋଟ ରୁହନ୍ତୁ, ଆପଣ କାମ ପ୍ରତି ଖୋକିଲା ଥିଲେ ଲକ୍ଷ୍ୟ ସ୍ଥଳିରେ ପହଞ୍ଚିବାକୁ କେହି ରୋକି ପାରିବେ ନାହିଁ । ମୋତେ ହଜାରେ ଲୋକ ଅଟକାଇବାକୁ ଚେଷ୍ଟା କରିଥିଲେ, ମାତ୍ର ଅଟକାଇ ପାରିଲେ ନାହିଁ ବୋଲି ପାଣ୍ଡ୍ୟା କହିଛନ୍ତି । କିଛି କ୍ରିକେଟ୍ ବିଶେଷଜ୍ଞ ଏହାକୁ ନେଇ ଚର୍ଚ୍ଚା ଆରମ୍ଭ କରି ଦେଇଛନ୍ତି । ପାଣ୍ଡ୍ୟାଙ୍କ ଏହି ସାକ୍ଷାତକାର ଭାରତୀୟ କ୍ରିକେଟ୍ ଟିମର ଅଧିନାୟକ ରୋହିତ ଶର୍ମାଙ୍କୁ ଇଙ୍ଗତ କରୁଛି ବୋଲି କହିଛନ୍ତି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.