ନୋ ବଲକୁ ଅପରାଧ କହିଲେ ହାର୍ଦ୍ଦିକ ପାଣ୍ଡ୍ୟା, ଗାଭସ୍କର ମଧ୍ୟ କଲେ ସମାଲୋଚନା, କିନ୍ତୁ ଅର୍ଶଦୀପଙ୍କ ସମର୍ଥନରେ ଆସିଲେ ଦିନେଶ

Published By : Prameya-News7 Bureau | January 06, 2023 IST

ନୂଆଦିଲ୍ଲୀ: ଶ୍ରୀଲଙ୍କା ବିପକ୍ଷ ଦ୍ୱିତୀୟ ଟି ୨୦ ମ୍ୟାଚରେ ଭାରତକୁ ୧୬ ରନରେ ପରାଜୟର ସାମନା କରିବାକୁ ପଡିଥିଲା । ଏହି ମ୍ୟାଚରେ ଭାରତର ଦ୍ରୁତ ବୋଲର ଅର୍ଶଦୀପ ସିଂ ପାଞ୍ଚଟି ନୋ ବଲ ପକାଇଥିଲେ । ଭାରତୀୟ ବୋଲରଙ୍କ ଖରାପ ବୋଲିଂ ଯୋଗୁଁ ଶ୍ରୀଲଙ୍କା ଟିମ ୨୦୬ ରନର ବିଶାଳ ରନ କରିବାରେ ସଫଳ ହୋଇଥିଲେ । ଏବେ ଅର୍ଶଦୀପଙ୍କ ଦ୍ୱାରା ପକାଯାଇଥିବା ନୋ ବଲକୁ ନେଇ ଭିନ୍ନ ଭିନ୍ନ ମତ ସାମନାକୁ ଆସିଛି । ପୂର୍ବତନ ଅଧିନାୟକଙ୍କ ସହ ଅଧିନାୟକ ପାଣ୍ଡ୍ୟା ଏହି ବୋଲିଂକୁ ନିନ୍ଦା କହିଛନ୍ତି ।

ମ୍ୟାଚ ସମୟରେ କମେଣ୍ଟ୍ରି କରୁଥିବା ଭାରତର ପୂର୍ବତନ ମହାନ ବ୍ୟାଟର ସୁନୀଲ ଗାଭସ୍କର ମଧ୍ୟ ଅର୍ଶଦୀପଙ୍କ ସମାଲୋଚନା କରିଥିଲେ । ସେ କହିଥିଲେ- ଜଣେ ପ୍ରଫେସନାଲ ଖେଳାଳି ଭାବେ ଏହି ଭୁଲ କରିପାରିବେ ନାହିଁ । ସବୁ ଆମ ନିୟନ୍ତ୍ରଣ ନଥାଏ ବୋଲି ଆଜିର ଖେଳାଳିମାନେ କହୁନ୍ତି, କିନ୍ତୁ ନୋ ବଲ ପକାଇବା ଆପଣଙ୍କ ନିୟନ୍ତ୍ରଣରେ ରହିଛି । ବଲ ପକାଇବା ପରେ କଣ ହେବ, ବ୍ୟାଟର କଣ କରିବ ଏହା ଭିନ୍ନ କଥା । ନୋ ବଲ ପକାଇବା ନିଶ୍ଚିତ ରୂପେ ଆପଣଙ୍କ ନିୟନ୍ତ୍ରଣରେ ଅଛି ।

ସେହିପରି ମ୍ୟାଚ ଶେଷ ସରିବା ଅଧିନାୟକ ହାର୍ଦ୍ଦିକ ପାଣ୍ଡ୍ୟା ଅର୍ଶଦୀପଙ୍କୁ ନେଇ ବଡ଼ ବୟାନ ଦେଇଛନ୍ତି । ପୋଷ୍ଟ ମ୍ୟାଚ୍ ପ୍ରେଜେଣ୍ଟେସନରେ ହାର୍ଦ୍ଦିକ କହିଥିଲେ-ବୋଲିଂ ଏବଂ ବ୍ୟାଟିଂ ଉଭୟ ପରାଜୟ ପଛର କାରଣ । ଆମ ଦ୍ୱାରା ଏପରି ଅନେକ ଭୁଲ ହେଲା, ଯାହା ଏହି ସ୍ତରରେ କରିବା କଥା ନୁହେଁ। ଏହାକୁ ଆମେ ନିୟନ୍ତ୍ରଣ କରିପାରିବା । ଆପଣଙ୍କ ଦିନ ଖରାପ ହୋଇପାରେ, କିନ୍ତୁ ମୂଳ ଖେଳଠାରୁ ଦୂରରେ ନ ଯିବା ଦରକାର । ଏହି ସ୍ଥିତିରେ ଏହା କଠିନ ହୋଇଥାଏ । ପୂର୍ବେ ମଧ୍ୟ ଅର୍ଶଦୀପ ନୋ ବଲ ପକାଇଥିଲେ । ଏହା ଦୋଷ ଦେବା ନୁହେଁ, କିନ୍ତୁ ନୋ ବଲ ଅପରାଧ ଅଟେ ।

ତେବେ ୱିକେଟ୍ କିପରି ବ୍ୟାଟର ଦିନେଶ କାର୍ତ୍ତିକ ବୋଲର ଅର୍ଶଦୀରଙ୍କ ପାଇଁ ଟ୍ୱିଟ କରିଛନ୍ତି । କାର୍ତ୍ତିକ ଲେଖିଛନ୍ତି, ଅର୍ଶଦୀପଙ୍କ ପାଇଁ ଅନୁଭବ କରିବାକୁ ପଡିବ। କେବଳ ମ୍ୟାଚ ଅଭ୍ୟାସର ଅଭାବ । ଏହା କେବେ ସହଜ ନଥାଏ ।

ଶ୍ରୀଲଙ୍କା ବିପକ୍ଷରେ ଅର୍ଶଦୀପ ୨ ଓଭରରେ ୩୭ ରନ ଦେଇଥିଲେ । ତାଙ୍କର ଇକୋନମିକ୍ ରେଟ୍ ୧୮.୫୦ ରହିଥିଲା ।      

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.