ଏକ ବର୍ଷ ପରେ ଅନ୍ତର୍ଜାତୀୟ କ୍ରିକେଟରେ ବୋଲିଂ କଲେ ପାଣ୍ଡ୍ୟା, ୪ ଓଭରରେ ବ୍ୟୟ କଲେ ୨୪ ରନ୍

Published By : Prameya-News7 Bureau | November 29, 2020 IST

ସିଡନୀ,୨୯/୧୧:      ଭାରତ-ଅଷ୍ଟ୍ରେଲିଆ ମଧ୍ୟରେ ରବିବାର ଦ୍ୱିତୀୟ ଦିନିକିଆ ଖେଳାଯାଉଛି । ଏହି ମ୍ୟାଚରେ ଟସ୍ ଜିତି ପ୍ରଥମେ ବ୍ୟାଟିଂ କରିଛି ଅଷ୍ଟ୍ରେଲିଆ । ଦଳ ଭାରତ ଆଗରେ ୩୯୦ ରନ୍‌ର ବିଜୟ ଲକ୍ଷ୍ୟ ଧାର୍ଯ୍ୟ କରିଛି । ଆଜିର ମ୍ୟାଚରେ ଭାରତୀୟ ଅଲରାଉଣ୍ଡର ଦୀର୍ଘ ୧ ବର୍ଷ ପରେ ଅନ୍ତର୍ଜାତୀୟ କ୍ରିକେଟରେ ବୋଲିଂ କରିଛନ୍ତି ।

ପ୍ରଥମ ଦିନିକିଆରେ ଭାରତ ପରାସ୍ତ ହେବା ପରେ ପାଣ୍ଡ୍ୟା ପ୍ରତିକ୍ରିୟା ରଖିଥିଲେ । ଏହି ମ୍ୟାଚରେ ସେ ଆକର୍ଷଣୀୟ ପାଳି ଖେଳିଥିଲେ ମଧ୍ୟ ଦଳକୁ ଜିତାଇ ପାରିନଥିଲେ । ସେ କହିଥିଲେ ଯେ, ତାଙ୍କୁ ଠିକ୍ ଲାଗିଲେ ସେ ବୋଲିଂ କରିବେ । ଦଳରେ ବହୁ ପ୍ରତିଭାବାନ ଖେଳାଳି ଅଛନ୍ତି । କିନ୍ତୁ ଭାରତକୁ ଆହୁରି ଶକ୍ତିଶାଳୀ ବୋଲର ଆବଶ୍ୟକ । କାରଣ ସେ ଏବେ ବୋଲିଂ କରିପାରୁ ନାହାଁନ୍ତି । ପିଠିରେ ହୋଇଥିବା ଅସ୍ତ୍ରୋପଚାର ପରେ ସେ କେବଳ ବ୍ୟାଟିଂ କରୁଛନ୍ତି । ଦଳ ଅଲରାଉଣ୍ଡରଙ୍କୁ ଆବଶ୍ୟକ କରୁଛି । ପ୍ରଥମ ଦିନିକିଆରେ ଦଳରେ ବୋଲରଙ୍କ ଅଭାବ ପରିଲକ୍ଷିତ ହୋଇଥିଲା ।

ଦ୍ୱିତୀୟ ଦିନିକିଆରେ ପାଣ୍ଡ୍ୟା ୪ ଓଭର ବୋଲିଂ କରିଛନ୍ତି । ୪ ଓଭରରେ ସେ ୨୪ ରନ୍ ବ୍ୟୟ କରିଥିଲେ । ଏହାସହ ଗୋଟିଏ ଓ୍ୱିକେଟ୍ ମଧ୍ୟ ନେଇଛନ୍ତି ପାଣ୍ଡ୍ୟା ।

ସୂଚନାଯୋଗ୍ୟ, ପିଠିରେ ଯନ୍ତ୍ରଣା ପାଇଁ ପାଣ୍ଡ୍ୟାଙ୍କର ଅସ୍ତ୍ରୋପଚାର କରାଯାଇଥିଲା । ସେ ବୋଲିଂ କରୁନଥିଲେ । କେବଳ ବ୍ୟାଟିଂ କରୁଥିଲେ । ରବିବାର ସେ ଦୀର୍ଘ ଦିନପରେ ଅନ୍ତରାଷ୍ଟ୍ରୀୟ କ୍ରିକେଟରେ ବୋଲିଂ କରିଛନ୍ତି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.